-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
15-Mar-2025
ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକ ଅନ୍ତର୍ଗତ ପୋଡମପେଟା ଗ୍ରାମର ବି ଚନ୍ଦନ ନାମକ ଜଣେ ୧୦ ବର୍ଷ ର ବାଳକ ଗାଁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛି। ଘଟଣା ରୁ ପ୍ରକାଶ ଯେ ଉକ୍ତ ଗାଁ ର ବି ବାବାଜୀ ର ପୁଅ ଚନ୍ଦନ ଆଜି ହୋଲି ଖେଳିବା ପରେ ଗାଧୋଇବା ପାଇଁ ଅନ୍ୟ ସାଙ୍ଗ ସହ ଗାଁ ପୋଖରୀରେ ଗାଧୋଇବାପାଇଁ ଯାଇଥିଲା। କିନ୍ତୁ ଅସାବଧାନତା ବଶତଃ ତା'ର ଗୋଡ ଖସିଯାଇ ପୋଖରୀ ଭିତରକୁ ଚାଲିଯାଇଥିଲା। ଏହି ଭଳି ପରିସ୍ଥିତିରେ ତା'ର ସାଙ୍ଗ ମାନେ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକେ ତାକୁ ପୋଖରୀ ରୁ ଉଦ୍ଧାର କରି ପ୍ରଥମେ ଗଞ୍ଜାମ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ପରେ ତାକୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ପରବର୍ତ୍ତୀ ସମୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଡାକ୍ତରଖାନାରେ ପହଞ୍ଚି ମୃତ ବାଳକର ପରିବାର କୁ ସମବେଦନା ଜଣାଇବା ସହ ସରକାରୀ ପ୍ରୋତ୍ସାହନ ର ସୁବିଧା ପାଇଁ ଚେଷ୍ଠା କରିବା ପାଇଁ ଧୈର୍ଯ୍ୟ ପ୍ରଦାନ କରିଥିଲେ।