-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
13-Mar-2025
ନବରଙ୍ଗପୁର :(ମିହିର ଶଙ୍କର ପାତ୍ର) ଡାବୁଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ନିହାଲଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଡାବୁଗାଁ ବ୍ଲକ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାର ଭଗବାନ ମାଝୀ ଯୋଗଦେଇଥିଲେ ।ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ତଥା ଅବସର ପ୍ରାପ୍ତ ଶିକ୍ଷକ ବାଲ ରାଜ ସାର, ଡାବୁଗାଁ ଗୋଷ୍ଟି ସଞ୍ଜଜୋକ ପ୍ରସନ୍ନ କୁମାର ଡ଼ଣ୍ଡସେନା, ସାମ୍ବାଦିକ ମାନେ ମଞ୍ଚାସିନ ଥିଲେ। ପ୍ରଥମେ ବିଦ୍ୟାଳୟର ବାର୍ଷିକ ବିବରଣି ପଠ କରାଯାଇ ଥିଲା । ଏହା ପରେ ବିଭିନ୍ନ ଖେଳ ରେ ଭାଗ ନେଇ ବିଜୟ ହୋଇଥିବା ଛାତ୍ର ଛାତ୍ରି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ମୁଖ୍ୟ ଅତିଥି । ଛାତ୍ରି ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ବର୍ଷକ ଉତ୍ସବ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରି ଉପସ୍ଥିତି ଥିଲେ ।