-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||     

HOME   ରାଜ୍ୟ

ଦେଷଣ୍ଢ ଚାନ୍ଦଲିପାହାଡକୁ ମିଳିଲା ପର୍ଯ୍ୟଟନସ୍ଥଳିର ମାନ୍ୟତା.. ରାଜ୍ୟସରକାର ଓ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

12-Feb-2025



ବଲାଙ୍ଗୀର(ପ୍ରେରଣା ଖବର): -ରାଜ୍ୟସରକାର ରାଜ୍ୟର ୨୦ଟି ସ୍ଥାନକୁ ଚିହ୍ନଟକରି ପର୍ଯ୍ୟଟନସ୍ଥଳିର ମାନ୍ୟତା ପ୍ରଦାନ କରିଛନ୍ତି । ଏଥିରେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଦେଷଣ୍ଢ ଅନ୍ତର୍ଗତ ଚାନ୍ଦଲିପାହାଡକୁ ମଧ୍ୟ ସାମିଲ କରାଯାଇଛି । ଗତ ୧୦ ତାରିଖରେ ରାଜ୍ୟପର୍ଯ୍ୟଟନବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା ତାଙ୍କ ପତ୍ରସଂଖ୍ୟା ୨୨୬୧/୨୦୨୫ରେ ଜିଲ୍ଲାପାଳମାନଙ୍କୁ ଦେଇଥିବା ଚିଠିରେ ରାଜ୍ୟର ୨୦ଟି ସ୍ଥାନକୁ ପର୍ଯ୍ୟଟନସ୍ଥଳି ଘୋଷଣା କରାଯାଇଥିବା ଜଣାଯାଇଛି । ଏଥିରେ ୨ ନମ୍ବରରେ ସୋନପୁର ଜିଲ୍ଲାର ମାଁ ମେଟାକାନୀ ପୀଠ ରହିଥିବା ବେଳେ ୧୦ନମ୍ବରରେ ବଲାଙ୍ଗୀର ଜିଲ୍ଲାର ଚାନ୍ଦଲିପାହାଡ ରହିଛି । ଦୀର୍ଘ ୪ ବର୍ଷର ଉଦ୍ୟମରେ ଦେଷଣ୍ଢ ଅଞ୍ଚଳବାସୀ ଏହାକୁ ହାସଲ କରିପପାରିଛନ୍ତି । ସେଥିପାଇଁ ଅଞ୍ଚଳବାସୀ ରାଜ୍ୟସରକାରଙ୍କ ପର୍ଯ୍ୟଟନବିଭାଗ ଦାୟୀତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା,ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଓ ଜିଲ୍ଲାପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶ ଯେ,ଦେଷଣ୍ଢ ଅଞ୍ଚଳବାସୀ ବହୁବର୍ଷ ହେଲା ନୂଆବର୍ଷରେ ଚାନ୍ଦଲିପାହାଡଠାରେ ପୂଜାର୍ଚ୍ଚନା କରି ଆସୁଥିଲେ । ଗତ ୩ବର୍ଷ ହେଲା ଏଠାରେ ଚାନ୍ଦଲି ମହୋତ୍ସବ ଆୟୋଜିତ ହୋଇଆସୁଛି । ପୂର୍ବରୁ ଥିବା ନବୀନ ପଟ୍ଟନାୟକ ସରକାର ସମୟରେ ଏହି ସ୍ଥାନର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନବିଭାଗ ପକ୍ଷରୁ ୧କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା । ଏହା ବାଦ ବଲାଙ୍ଗୀର-ମୁରିବାହାଲ ମୁଖ୍ୟ ପୂର୍ତ୍ତରାସ୍ତାଠାରୁ ଚାନ୍ଦଲି ପାହାଡକୁ ୩.୫କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଏକ ରାସ୍ତାକାମ ଚାଲିଛି । ଏପର୍ଯ୍ୟନ୍ତ ଚାନ୍ଦଲି ପାହାଡ ଉପରକୁ ପାହାଚ,ପାହାଡଉପରେ ଏକ ମଣ୍ଡପ,ତଳେ ଏକ ମଣ୍ଡପ ନିର୍ମାଣ ହୋଇଛି ଓ ପାନୀୟଜଳର ବ୍ୟବସ୍ଥା କରାଯାଇ ପାରିଛି । ଆଗକୁ ଆଉ ୧୦କୋଟି ଟଙ୍କାର ଅନୁଦାନ ଦେବାକୁ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ରାଜ୍ୟସରକାରଙ୍କୁ ଚିଠି ଲେଖିଛନ୍ତି । ସେହିପରି ଚାନ୍ଦଲିପାହାଡ ନିକଟରେ ଥିବା ଭୁଲିଆକଟା ବା ମେହେରକଟାର ଉନ୍ନତିକରଣ ପାଇଁ ଜଙ୍ଗଲବିଭାଗ ପକ୍ଷରୁ ୬କୋଟି ୭୬ ଲକ୍ଷ ଟଙ୍କାର ଡିପିଆର ରାଜ୍ୟସରକାରଙ୍କୁ ପଠାଯାଇଛି । ଚାନ୍ଦଲିପାହାଡରେ ବହୁ ପୁରାତନ ଗୁମ୍ଫା ରହିଥିବା ବେଳେ ସେଠାରେ ଶିଳାଚିତ୍ର ଗୁଡିକ ମଧ୍ୟ ରହିଛି । ସତ୍ୟବଟବୃକ୍ଷ,ସିତାକୁଣ୍ଡ,ସପ୍ତଫେଣୀନାଗ ପଥର ଇତ୍ୟାଦି ରହିଛି । ଚାନ୍ଦଲିପାହାଡରେ ପ୍ରତିବର୍ଷ ନୁଆବର୍ଷରେ ନାମଯଜ୍ଞ ସହିତ ମହିମାସାଧୁଙ୍କ ଦ୍ୱାରା ଅଖଣ୍ଡଧୂନୀ ଯଜ୍ଞ ମଧ୍ୟ ହୋଇଥାଏ । ବଲାଙ୍ଗୀର ବନଖଣ୍ଡର କିରିବାଞ୍ଜି ରିଜର୍ଭ ଜଙ୍ଗଲ ଭିତରେ ଥିବା ଏହି ପ୍ରାକୃତିକ ମନୋରମ ସ୍ଥଳିକୁ ରାଜ୍ୟସରକାର ପର୍ଯ୍ୟଟନସ୍ଥଳିର ମାନ୍ୟତା ଦେଇଥିବାରୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି । ଚାନ୍ଦଲିମହୋତ୍ସବ

କମିଟିର ସଭାପତି ତଥା ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର,ସଂଗଠକ ଘାସିରାମ ରଣା,ସରପଞ୍ଚ ଯଶୋଦା ମେହେର,ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସାଏ,ସ୍ୱୟମ୍ବର ମେହେର,ରାଧେଶ୍‌୍ୟାମ ମେହେର,ପ୍ରଦ୍ୟୁମ୍ନ ଷଢଙ୍ଗୀ,ଦୀନବନ୍ଧୁ ମେହେର,ରଘୁ ରଣା,ଅଶୋକକୁମାର ସାଏ,ଇନ୍ଦ୍ରଜିତ ରାଉତ, କଳାକାର ବେହେରା,ଜ୍ୟୋତ୍ସନା ନାଏକ,ସନ୍ତୋଷିନୀ ରଣା ,ବିଦ୍ୟାଧର ନାଏକ,ରବିନ୍ଦ୍ର ସାଏ,ରାଜେନ୍ଦ୍ର ସାଏ, ମନୋରଂଜନ ନାଏକ,ତ୍ରୀଲୋଚନ ରଣା ଓ ଗୌରାଙ୍ଗ ମେହେର ପ୍ରମୁଖ ରାଜ୍ୟସରକାର,ବଲାଙ୍ଗୀର ବିଧାୟକ ଓ ଜିଲ୍ଲାପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026

You Might Also Like