-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ଜିଲ୍ଲା

ଆଜିଠୁ ସନ୍ଥକବିଙ୍କ ସମାଧିପୀଠରେ ମାଘମେଳାଯାତ୍ରା.. ପଣ୍ଡିତ ଦୈତାରୀ ମହାପାତ୍ର ପାଇବେ ଭୀମଭୋଇ ସ୍ମୃତିସମ୍ମାନ

08-Feb-2025



ବଲାଙ୍ଗୀର/ସୋନପୁର(ପ୍ରେରଣାଖବର): ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ସନ୍ଥକବି ଭୀମଭୋଇଙ୍କ ସାଧାନା,ସିଦ୍ଧି ଓ ସମାଧିପୀଠ ଖଲିଆପାଲି ଠାରେ ପବିତ୍ରମାଘ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଫେବୃୟାରୀ ୯ ତାରିଖଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଯାତ୍ରା ଅନୁଷ୍ଠିତବ ହେବାକୁ ଯାଉଛି । ଭୀମଭୋଇ ସମାଧିପୀଠଟ୍ରଷ୍ଟ ଓ ମାଘମେଳା କମିଟିର ମିଳିତ ଆନୁକୂଲ୍ୟରେ ହେବାକୁଥିବା ଏହି  ସାରସ୍ୱତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ୧୦ତାରିଖ ଅପରାହ୍ନ ୪ଟାରେ  ଯୋଗ ଦେବେ। ଏହିଦିନ ସମ୍ମାନୀତ ଅତିଥି ଭାବରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ. ନାଗରାଜୁ, ବଲାଙ୍ଗୀର ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣ କୁମାର ମେହେର ଓ ମୁଖ୍ୟବକ୍ତା ଭାବରେ ଲଛିପୁର କଲେଜର ଅଧ୍ୟକ୍ଷ ଅରୁଣ କୁମାର ଷଢଙ୍ଗୀ ଯୋଗ ଦେବେ । ଠିକ ସେହିପରି ୧୧ ତାରିଖର ସଂଧ୍ୟା ୬ଟା ରେ ହେବାକୁଥିବା କାର୍ଯ୍ୟକ୍ରମରେ ସୋନପୁର ବିଧାୟକ ନିରଞ୍ଜନ ପୂଝାହାରୀ ମୁଖ୍ୟଅତିଥି, ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପ୍ରଦୀପ କୁମାର ଗୁରୁ ଓ ମୁଖ୍ୟବକ୍ତା ଭାବରେ ଜିଏମୟୁର ଭୀମଭୋଇ ଗବେଷଣା କେନ୍ଦ୍ରର ମୁଖ୍ୟ ଡ.ପ୍ରଦୀପ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେବେ। ୧୨ ତାରିଖ ରେ ମୁଖ୍ୟଅତିଥି ଭାବରେ ସୋନପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା ଓ ସମ୍ମାନୀତ ଅତିଥି ଭାବରେ ୬ଟି ବ୍ଲକର ଅଧ୍ୟକ୍ଷଗଣ ଯୋଗଦେବେ । ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଟ୍ରଷ୍ଟର ଅଧ୍ୟକ୍ଷା ଅନ୍ୟା ଦାସ, ଏସପି ରାମପ୍ରସାଦ ସାହୁ, ଉପଜିଲ୍ଲାପାଳ ତଥା ଟ୍ରଷ୍ଟର ଉପାଧ୍ୟକ୍ଷା ଡ.ସୌମ୍ୟରୂପା  ରଥ, ମେନେଜିଂଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ,ମାଘମେଳା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ବଗର୍ତ୍ତି, ସଂପାଦକ ରଂଜନ ପୂଝାରୀ,ବିଡିଓ ସୋନପୁର ବ୍ଲକ ଓ ଜିଲ୍ଲା ସଂସ୍କୃତିଅଧିକାରୀ ପ୍ରତ୍ୟେକଦିନ ରହିବେ। ଏହି ଅବସର ରେ ଟ୍ରଷ୍ଟର ମୁଖପତ୍ର ମହିମା ମଧ୍ୟ ଉନ୍ମୋଚନ ହେବ । ଠିକ ସେହିପରି ମାଘମେଳା ଅବସରରେ ପଣ୍ଡିତ ଦୈତାରୀ ମହାପାତ୍ରଙ୍କୁ ଭୀମଭଇ ସ୍ମୃତିସମ୍ମାନ,ସାଧୁ ପ୍ରଭାକର ଦାସଙ୍କୁ ଭୀମଭୋଇ ମହିମା ସମ୍ମାନ,ଶ୍ରୀମତୀ ମୀନା ମହାରଣାଙ୍କୁ ଭୀମଭୋଇ ସାହିତ୍ୟ ସମ୍ମାନ,ସୁଶ୍ରୀ ତିଳୋତ୍ତମା ସାହୁଙ୍କୁ ଭୀମଭୋଇ କଳାସମ୍ମାନ,ସିଦ୍ଧାର୍ଥ ଅଗ୍ରୱାଲ(ଆଶିଷ)ଙ୍କୁ ଭୀମଭୋଇ ଯୁବପ୍ରତିଭା ସମ୍ମାନ ଓ ସୁଶ୍ରୀ ପ୍ରିତୀ ମହାକୁରଙ୍କୁ ଭୀମଭୋଇ କ୍ରୀଡାସମ୍ମାନ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ସଂପାଦକ ଜନ୍ମେଜୟ ସ୍ୱାଇଁଙ୍କ ସୂଚନାରୁ ଜଣାଯାଇଛି । ମାଘମେଳାଯାତ୍ରା ପାଇଁ ଏଠାରେ ହଜାର ହଜାର ସାଧୁ ସନ୍ୟାସୀ, ମହିମାଧର୍ମିଙ୍କ ସହ ସାଧାରଣଜନତାଙ୍କ ସମାବେଶ ହେବ । ଯାତ୍ରା କମିଟି ପକ୍ଷରୁ ମୀନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ମହିମାଧର୍ମର ଗୁରୁଶିଷ୍ୟ ପରଂମ୍ପରାରେ ମାଘମେଳାର ଗୁରୁତ୍ୱ ରହିଛି । ସନ୍ଥକବି ଭୀମଭୋଇ ମହିମାଧର୍ମର ସଂସ୍ଥାପକ ମହିମା ଗୋସାଇଁଙ୍କ ଗୁରୁକୃପାରେ ଦିବ୍ୟତ୍ୱଲାଭ କରିଥିଲେ ଓ ମହିମା ଧର୍ମର ପ୍ରଚାରପ୍ରସାର କରିଥିଲେ । ୧୮୭୭ ମସିହାରୁ ସୋନପୁର ଗଡଜାତ ରାଜ୍ୟର ଅଖ୍ୟାତ ପଲ୍ଲୀ

ଖଲିଆପାଲିଠାରେ ଭୀମଭୋଇ ଆଶ୍ରମ ସ୍ଥାପନ କରି ମହିମାଧର୍ମର ପ୍ରଚାରକ୍ଷେତ୍ର କରିଥିଲେ । ସେହିଦିନଠାରୁ ପ୍ରତ୍ୟେକବର୍ଷ ମାଘମାସର ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀରେ ମାଘମେଳା ଅନୁଷ୍ଠିତ ହୋଇଆସୁଛି । ଭୀମଭୋଇଙ୍କ ଜିବିତାବସ୍ଥା ସମୟରୁ ତାଙ୍କର ଶିଷ୍ୟଗଣ ଭୀମଭୋଇ ଓ ତାଙ୍କର ଆଧ୍ୟାତ୍ମିକ ସଂଗୀନୀ ଅନ୍ନପୂର୍ଣ୍ଣାଙ୍କୁ ୧୦୮ ଜଳପୂର୍ଣ୍ଣ ବେଷ୍ଟିତ ବେଦିକାରେ ବସାଇ ପାଦପୂଜା କରାଯାଉଥିଲା । ଭୀମଭୋଇଙ୍କ ମହାପ୍ରୟାଣ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ପରଂମ୍ପରା ଚାଲୁରହିଛି । ପ୍ରତ୍ୟେକବର୍ଷ ମହିମାଧର୍ମିମାନେ ପବିତ୍ର ମାଘମେଳା ଯାତ୍ରା କରିଆସୁଛନ୍ତି । ମହିମାଧର୍ମ ଓ ଭୀମଭୋଇଙ୍କ ଅନୁଗାମୀମାନେ ବହୁସଂଖ୍ୟାରେ ଏଠାରେ ଯୋଗଦେଇ ଗୁରୁପୀଠରେ ସାଧୁସନ୍ୟାସୀଙ୍କ ଆଶିର୍ବାଦ ନେଉଛନ୍ତି । ୧୯୯୯ ମସିହାରୁ ଭୀମଭୋଇ ସମାଧିପୀଠଟ୍ରଷ୍ଟ ଗଠନ କରାଯାଇ ପୀଠର ଉନ୍ନତିକରଣ କରାଯାଉଛି । ସୋନପୁର ବିଧାୟକ ନିରଂଜନ ପୂଝାହାରୀ,ରାଜ୍ୟସରକାରଙ୍କ ପର୍ଯ୍ୟଟନବିଭାଗ,ଜିଲ୍ଲାପ୍ରଶାସନ ଓ ପଶ୍ଚିମଓଡିଶା ବିକାଶ ପରିଷଦ ଅନେକ ସମୟରେ ଏହି ପୀଠର ଉନ୍ନତିକରଣ ପାଇଁ ପଦକ୍ଷେପ ନେଉଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like