ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ତାର ତ୍ରୟୋଦଶ ବାର୍ଷିକ ଉତ୍ସବ ପାଳିଲା
15-Jan-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମହୁଲପାଲି ବୁକୁରାମୁଣ୍ଡା ର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ଶ୍ରୀମାଁ ଶ୍ରୀଅରବିନ୍ଦଙ୍କୁ ମୁଖ୍ୟ ଅତିଥି ଟେମରୀ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଦିଲ୍ଲୀପ ବେହେରା ଓ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଅନିତା ଭୋଇଙ୍କ ଦ୍ଵାରା ପୂଜାର୍ଚ୍ଚନା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରିଥିଲେ।ଏହାପରେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ପଞ୍ଚାନନ୍ଦ ବିଶିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକରେ ସଭାପତି ଯୁବରାଜ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।ମାଣ୍ଡୋସିଲ କଲେଜର ଓଡ଼ିଆ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ।ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷା ଉପରେ ମାର୍ଗ ଦର୍ଶନ କରିବା ସହ ଗ୍ରାମାଞ୍ଚଳରେ ଶିକ୍ଷାର ପ୍ରସାର,ପ୍ରଚାର ଭୂମିକା ନିମନ୍ତେ ଆଜିର ସମାଜରେ ପିତାମାତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥାଇ ଆଗେଇ ଆସୁଥିବା ଦେଖାଦେଇଛି ବୋଲି ଉପସ୍ଥିତ ଥିବା ବରେଣ୍ୟ ଅତିଥିଗଣ ମତବ୍ୟକ୍ତ କରିଥିଲେ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ସସ୍ମିତା ବାରିକ, କୋଷାଧ୍ୟକ୍ଷ ରଙ୍କମଣି ବାରିକ,ଉପ ସଭାପତି ଟିକିଲାଲ ଭୋଇ,ସେବତ କୁମାର ପାତ୍ର, ଯଜ୍ଞାସିନୀ ପ୍ରଧାନ,ରୋଜି ବାରିକ, ଭାଗ୍ୟଶ୍ରୀ ପ୍ରଧାନ, ରୋଜି ସେଠ୍, ସବିତା ନାୟକ,ଜୟନ୍ତୀ ବାରିକ, ରୁଦନା ମରିହି,ଅମୂଲ୍ୟ ନାୟକ, ଉପେନ୍ଦ୍ର କୁମାର ସାହୁ, ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ।ପରିଶେଷରେ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରର ଉଦୋକ୍ତା ଲିଙ୍ଗରାଜ ପ୍ରଧାନ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ,ଅଭିଭାବକ, ଗ୍ରାମବାସୀ ମାନଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।