-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
13-Mar-2025
ନୂଆପଡ଼ା(ପରମେଶ୍ୱର ମେହେର )ନୂଆପଡ଼ା ଜିଲ୍ଲା ଖଡିଆଳ ୩୫୩ ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣା, ଟ୍ରକ୍ ମାଡ଼ି ଯାଇ ଡାହାଣ ଗୋଡ ସମ୍ପୂର୍ଣ ନଷ୍ଟ ହୋଇଥିବା ଜଣାପଡିଛି। ଖଡିଆଳ ଥାନା ଗାଡ଼ି ଚାଲକ କାର୍ତ୍ତିକ ଗହିର ଗୁରୁତର ଆହତ ହୋଇଅଛି। ଆଜି ଖଡିଆଳ ଥାନା ରେ କାର୍ଯ୍ୟ ସାରି ବାଇକରେ ଘର କୁ ଫେରୁଥିବା ବେଳେ ଏକ ଟ୍ରକ୍ ତାକୁ ମାଡ଼ି ଯାଇଥିଲା। ଫଳ ରେ ଡାହାଣ ଗୋଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଅଛି। ଖଡିଆଳ ମିଶନର ପ୍ରାଥମିକ ଚିକିତ୍ସା କରିବା ପରେ ପଡୋଶୀ ରାଜ୍ୟ ଛତିଶଗଡ ରାୟପୁର କୁ ସ୍ଥାନାନ୍ତର କରିବାକୁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି । ଖୁବ୍ ଶୀଘ୍ର ତାକୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା କରୁଥିବା ଜଣାପଡିଛି। ଘଟଣା ସ୍ଥଲରୁ ଟ୍ରକ୍ ଫେରାର ହୋଇଅଛି।