-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||      *ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   (12-Dec-2025)       ||      କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   (12-Dec-2025)       ||      ହିତାଧିକାରୀଙ୍କୁ ଅଧିକାରୀଙ୍କ ଜୁହାର,ଘର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ   (12-Dec-2025)       ||      ହଧାନର ମନ୍ଥରତାରୁ ସମାଧାନ ପାଇଁ ଅତାବିରା ଏନ୍ଏସି ସ୍ତରୀୟ ଚାଷୀଙ୍କ ବୈଠକ   (12-Dec-2025)       ||      *ଉପ ଜିଲ୍ଲାପାଳ ଓ ଡିଏସପି ଙ୍କୁ ସହର ବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା*-   (12-Dec-2025)       ||      *ଆସନ୍ତା କାଲି ଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ*   (12-Dec-2025)       ||      *ନବରଙ୍ଗପୁରରେ କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ*   (12-Dec-2025)       ||      ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ    (12-Dec-2025)       ||      ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା    (12-Dec-2025)       ||     

HOME   ରାଜ୍ୟ

ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା କଲେ ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗ

15-Jan-2025



ବରଗଡ(ନିରଞ୍ଜନ ତ୍ରିପାଠୀ)-ଓଡିଶା ସରକାରଙ୍କ ଦ୍ୱାରା ଜିଲ୍ଲାର ନୋଡାଲ ମନ୍ତ୍ରୀ ଭାବେ ଦାୟିତ୍ୱ ପାଇବା ପରେ ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ନିଜର ପ୍ରଥମ ସମୀକ୍ଷା ବୈଠକରେ ସଭାପତିତ୍ବ କାରିବା ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଛନ୍ତି। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ମହାଲିଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ମାନ୍ୟବର ବରଗଡ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ସମେତ ମାନ୍ୟବର ବରଗଡ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡଙ୍ଗୀ , ମାନ୍ୟବର ବିଧାୟକ ଅତାବିରା ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଧାୟକ ଭଟଲି ଶ୍ରୀଯୁକ୍ତ ଇରଶିଷ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ବିଜେପୁର ଶ୍ରୀଯୁକ୍ତ ସନତ କୁମାର ଗଡତୀୟା, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୃଣାଳ ମୋତିରମ ଚୌହାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ମଧୁଛନ୍ଦା ସାହୁଙ୍କ ସହ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ଗୋୟଲ ସ୍ଵାଗତ ଅଭିଭାଷଣ ପରେ ସମସ୍ତ ଅଧିକାରୀ ନିଜ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଜିଲ୍ଲାର ଭୂମି ଆବଣ୍ଟନ ତଥା ବସୁନ୍ଧରା ଯୋଜନାର କାର୍ଯ୍ୟକାରିତା ବିଷୟରେ ତଥ୍ୟ ଉପସ୍ଥାପନ କରିବା ପରେ ଜିଲ୍ଲାପାଳ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ର ଅଗ୍ରଗତି ନେଇ ସୂଚନା ପ୍ରଦାନ କରିବା ସହ ଚିଠା ଭୋଟର ତାଲିକା ପ୍ରକାଶିତ ହୋଇ ସାରିଥିବା ସୂଚନା ଦେଇଥିଲେ । ଏହାପରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲୁହା ଜିଲ୍ଲାପରିଷଦ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନ ମନ୍ତ୍ରୀ ଆବସ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସ୍ଵଚ୍ଛ ଭାରତ ମିଶନ ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ଅଗ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ । ଏହାପରେ ମାନ୍ୟବର ମନ୍ତ୍ରୀ ପାନୀୟ ଜଳ ଯୋଗାଣର ସ୍ଥିତି ପଚାରି ବୁଝିବା ସହ ବୃହତ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର ସଫଳ ରୂପାୟନ ନିମନ୍ତେ ଜଳସ୍ତର/ଜଳ ସ୍ରୋତର ପରିମାଣ ନିରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେଇ ଜାତୀୟ ରାଜପଥ, ଆର.ଡି ରାସ୍ତା, ବ୍ରିଜ ଏବଂ କଲଭର୍ଟ ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସହ ରାସ୍ତା ମଝିରେ ଥିବା ବିଜୁଳି ଖୁଣ୍ଟ ଗୁଡିକୁ ସ୍ଥାନାନ୍ତରଣ କରିବା ଏବଂ ଡ଼ିଫ ବୋର ୱେଲ ଗୁଡିକରେ ଯଥାଶୀଘ୍ର ବିଜୁଳି ସଂଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଓଡିଶାର ଭାତ ହାଣ୍ଡି ବରଗଡ ଜିଲ୍ଲାର ଜଳସେଚନ ନିମନ୍ତେ ରହିଥିବା ବିଭିନ୍ନ ବୃହତ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ ସମୀକ୍ଷା କରିବା ପରେ ସୁଭଦ୍ରା ଯୋଜନାର ପ୍ରଗତି ବିଷୟରେ ପଚାରିବୁଝି ଆଗାମୀ ଜାନୁଆରୀ ୨୫ ତାରିଖ ସୁଧା ପ୍ରଥମ କିସ୍ତି ପ୍ରଦାନର ସମାପ୍ତି ପୂର୍ବରୁ ସମସ୍ତ ହିତାଧିକାରୀଙ୍କ କେୱାଇସି ଭେରିଫିକେସନ କରାଇ ସମସ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହାପରେ ମାନ୍ୟବର ମନ୍ତ୍ରୀ ଆବାସିକ ବିଦ୍ୟାଳୟର ନିର୍ମାଣର ସମୀକ୍ଷା କାରୀ ଅନ୍ଵେଷା ହଷ୍ଟେଲ ବିଷୟରେ ପଚାରି ବୁଝିଥିଲେ । ଜିଲ୍ଲାରେ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ବିଷୟରେ ଆରକ୍ଷୀ ଅଧିକ୍ଷକଙ୍କୁ ପଚାରି ବୁଝି କୋରେକ୍ସ, ଡ୍ରଗ୍ସ ଭଳି ମାଦକ ଦ୍ରବ୍ୟ ବିକ୍ରି ଉପରେ କୋଠୋର ନୀତି ଆପଣାଇବା ସହ ଏଭଳି କାର୍ଯ୍ୟରେ ଜଡିତ ଥିବା ଲୋକଙ୍କୁ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ମାନ୍ୟବର ମନ୍ତ୍ରୀ ସତିଭଟା ସ୍ଥିତ ଏୟାର ସ୍ଟିପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ପଚାରିବା ସହ ପାଟଣାଗଡ ପଦ୍ମପୁର ଲିଙ୍କ ରୋଡ ନିର୍ମାଣ ନିମନ୍ତେ ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇ ସ୍ଥାନୀୟ ଟାଉନ ହଲର ମରାମତି କରିବା ପାଇଁ କାର୍ଯ୍ୟ କରିବାକୁ କହିଥିଲେ । ସମୀକ୍ଷା ପରେ ମାନ୍ୟବର ମନ୍ତ୍ରୀ ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧିଙ୍କ ସହଯୋଗରେ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଚିହ୍ନଟ କରିବା ସହ ସେ ଗୁଡିକର ଉନ୍ନତି ନିମନ୍ତେ ସରକାରଙ୍କୁ ଜଣାଇବା ସହ  ପ୍ରସ୍ତାବ ଦେବା ସହ ଇ-ଅଫିସ ମଧ୍ୟମରେ ସରକାରୀ କାର୍ଯ୍ୟ କରିବା, ପିଏମ ଅଭିମ ଯୋଜନା ଦ୍ଵାରା ଜିଲ୍ଲାର ସମସ୍ତ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ଉନ୍ନତିକରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ପରିଶେଷରେ ମାନ୍ୟବର ମନ୍ତ୍ରୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ନିମନ୍ତେ ସରକାରଙ୍କ ରୋଡ ମ୍ୟାପକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ସମନ୍ଵୟ ସ୍ଥାପନ କରି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାନ୍ତରଣ ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ବିଧାୟକ ନିଜ ନିଜ ଅଂଚଳର ସମସ୍ୟା ଉକ୍ତ ବୈଠକରେ ଉପସ୍ଥାପନା କରିବା ସହ ଶିଘ୍ର ସେଗୁଡିକର ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025
  ଜିଲ୍ଲା  
ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   13-Dec-2025
  ଜିଲ୍ଲା  
ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା   12-Dec-2025
  ଜିଲ୍ଲା  
ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   12-Dec-2025
  ଜିଲ୍ଲା  
ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   12-Dec-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   12-Dec-2025
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   12-Dec-2025

You Might Also Like