-+91-9937148622 |

prerana_bgr@rediffmail.com |

  Monday 10th February 2025 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଷଷ୍ଠ ତମ ହନୁମାନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଘସିଏନ ଦଳ ବିଜୟୀ   (09-Feb-2025)       ||      ଖଲିଆପାଲି ରେ  ଦ୍ଵିଦିବସୀୟ ଗୀତାଯଜ୍ଞ  ସମ୍ପନ୍ନ   (09-Feb-2025)       ||      ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ    (09-Feb-2025)       ||      ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ    (09-Feb-2025)       ||      ବଲାଙ୍ଗୀରର ଓକିଲ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍    (09-Feb-2025)       ||      ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ   (09-Feb-2025)       ||      ଫରେଷ୍ଟ ପାର୍କ ଠାରେ ଯୋଗ ପ୍ରଶିକ୍ଷଣ ଶିବିର   (09-Feb-2025)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୨ ତମ ବାର୍ଷିକ ଉତ୍ସବ   (09-Feb-2025)       ||      ନମୁନା ପଞ୍ଜିକରଣ ପଦ୍ଧତିର ସାମୟିକ ଗଣନାକାରୀମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (09-Feb-2025)       ||      ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ନିପୁଣ ଓଡିଶା ମେଳା 2024-25 ଅନୁଷ୍ଠିତ   (09-Feb-2025)       ||      ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ   (09-Feb-2025)       ||      ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ନିପୁଣ ମେଳା   (09-Feb-2025)       ||      *ଭାରତ ଇ‍ଂଲଣ୍ଡ କ୍ରିକେଟ ମ୍ୟାଚରେ ଗ୍ରାଉଣ୍ଡ୍ସ ମେନ୍ ଭାବରେ ସୋନପୁର ର ଲୁଲୁ ପାତ୍ର ନିୟୋଜିତ*-   (09-Feb-2025)       ||      ଖଣ୍ଡୋକଟା ୩୨ ତମ ବିରାଟ ଧନୁଯାତ୍ରା ଅନୁଷ୍ଠିତ    (09-Feb-2025)       ||      ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ   (08-Feb-2025)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ   (08-Feb-2025)       ||      ଟାଙ୍ଗୀ ମହାବିଦ୍ୟାଳୟରେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ   (08-Feb-2025)       ||      ସେବା ପାଇଁ ସମ୍ମାନିତ ଜନ କଲ୍ୟାଣ ସେବା ଟ୍ରଷ୍ଟ   (08-Feb-2025)       ||      ଗୋଚର ଜମିରେ ବାଲିର ପାହାଡ଼: ପ୍ରଶାସନ ତଦନ୍ତ କରିବାକୁ ସାଧାରଣରେ ଦାବି   (08-Feb-2025)       ||      ଧରୁଛନ୍ତି କାଠ ଗାଡ଼ି,ଧରୁନାହାନ୍ତି କାଠ ମାଫିଆ   (08-Feb-2025)       ||     

HOME   ରାଜ୍ୟ

ବରଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା କଲେ ମାନ୍ୟବର ମନ୍ତ୍ରୀ ମୁକେଶ ମହାଲିଙ୍ଗ

15-Jan-2025



ବରଗଡ(ନିରଞ୍ଜନ ତ୍ରିପାଠୀ)-ଓଡିଶା ସରକାରଙ୍କ ଦ୍ୱାରା ଜିଲ୍ଲାର ନୋଡାଲ ମନ୍ତ୍ରୀ ଭାବେ ଦାୟିତ୍ୱ ପାଇବା ପରେ ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ନିଜର ପ୍ରଥମ ସମୀକ୍ଷା ବୈଠକରେ ସଭାପତିତ୍ବ କାରିବା ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଛନ୍ତି। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ମହାଲିଙ୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ମାନ୍ୟବର ବରଗଡ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ସମେତ ମାନ୍ୟବର ବରଗଡ ବିଧାୟକ ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡଙ୍ଗୀ , ମାନ୍ୟବର ବିଧାୟକ ଅତାବିରା ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଧାୟକ ଭଟଲି ଶ୍ରୀଯୁକ୍ତ ଇରଶିଷ ଆଚାର୍ଯ୍ୟ, ମାନ୍ୟବର ବିଧାୟକ ବିଜେପୁର ଶ୍ରୀଯୁକ୍ତ ସନତ କୁମାର ଗଡତୀୟା, ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୃଣାଳ ମୋତିରମ ଚୌହାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ମଧୁଛନ୍ଦା ସାହୁଙ୍କ ସହ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ଗୋୟଲ ସ୍ଵାଗତ ଅଭିଭାଷଣ ପରେ ସମସ୍ତ ଅଧିକାରୀ ନିଜ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଜିଲ୍ଲାର ଭୂମି ଆବଣ୍ଟନ ତଥା ବସୁନ୍ଧରା ଯୋଜନାର କାର୍ଯ୍ୟକାରିତା ବିଷୟରେ ତଥ୍ୟ ଉପସ୍ଥାପନ କରିବା ପରେ ଜିଲ୍ଲାପାଳ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ର ଅଗ୍ରଗତି ନେଇ ସୂଚନା ପ୍ରଦାନ କରିବା ସହ ଚିଠା ଭୋଟର ତାଲିକା ପ୍ରକାଶିତ ହୋଇ ସାରିଥିବା ସୂଚନା ଦେଇଥିଲେ । ଏହାପରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲୁହା ଜିଲ୍ଲାପରିଷଦ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନ ମନ୍ତ୍ରୀ ଆବସ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସ୍ଵଚ୍ଛ ଭାରତ ମିଶନ ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ଅଗ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ । ଏହାପରେ ମାନ୍ୟବର ମନ୍ତ୍ରୀ ପାନୀୟ ଜଳ ଯୋଗାଣର ସ୍ଥିତି ପଚାରି ବୁଝିବା ସହ ବୃହତ ଜଳ ଯୋଗାଣ ପ୍ରକଳ୍ପ ଗୁଡିକର ସଫଳ ରୂପାୟନ ନିମନ୍ତେ ଜଳସ୍ତର/ଜଳ ସ୍ରୋତର ପରିମାଣ ନିରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେଇ ଜାତୀୟ ରାଜପଥ, ଆର.ଡି ରାସ୍ତା, ବ୍ରିଜ ଏବଂ କଲଭର୍ଟ ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସହ ରାସ୍ତା ମଝିରେ ଥିବା ବିଜୁଳି ଖୁଣ୍ଟ ଗୁଡିକୁ ସ୍ଥାନାନ୍ତରଣ କରିବା ଏବଂ ଡ଼ିଫ ବୋର ୱେଲ ଗୁଡିକରେ ଯଥାଶୀଘ୍ର ବିଜୁଳି ସଂଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ମନ୍ତ୍ରୀ ଓଡିଶାର ଭାତ ହାଣ୍ଡି ବରଗଡ ଜିଲ୍ଲାର ଜଳସେଚନ ନିମନ୍ତେ ରହିଥିବା ବିଭିନ୍ନ ବୃହତ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ ସମୀକ୍ଷା କରିବା ପରେ ସୁଭଦ୍ରା ଯୋଜନାର ପ୍ରଗତି ବିଷୟରେ ପଚାରିବୁଝି ଆଗାମୀ ଜାନୁଆରୀ ୨୫ ତାରିଖ ସୁଧା ପ୍ରଥମ କିସ୍ତି ପ୍ରଦାନର ସମାପ୍ତି ପୂର୍ବରୁ ସମସ୍ତ ହିତାଧିକାରୀଙ୍କ କେୱାଇସି ଭେରିଫିକେସନ କରାଇ ସମସ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହାପରେ ମାନ୍ୟବର ମନ୍ତ୍ରୀ ଆବାସିକ ବିଦ୍ୟାଳୟର ନିର୍ମାଣର ସମୀକ୍ଷା କାରୀ ଅନ୍ଵେଷା ହଷ୍ଟେଲ ବିଷୟରେ ପଚାରି ବୁଝିଥିଲେ । ଜିଲ୍ଲାରେ ଆଇନ ଶ୍ରୁଙ୍ଖଳା ପରିସ୍ଥିତି ବିଷୟରେ ଆରକ୍ଷୀ ଅଧିକ୍ଷକଙ୍କୁ ପଚାରି ବୁଝି କୋରେକ୍ସ, ଡ୍ରଗ୍ସ ଭଳି ମାଦକ ଦ୍ରବ୍ୟ ବିକ୍ରି ଉପରେ କୋଠୋର ନୀତି ଆପଣାଇବା ସହ ଏଭଳି କାର୍ଯ୍ୟରେ ଜଡିତ ଥିବା ଲୋକଙ୍କୁ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ମାନ୍ୟବର ମନ୍ତ୍ରୀ ସତିଭଟା ସ୍ଥିତ ଏୟାର ସ୍ଟିପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ପଚାରିବା ସହ ପାଟଣାଗଡ ପଦ୍ମପୁର ଲିଙ୍କ ରୋଡ ନିର୍ମାଣ ନିମନ୍ତେ ଡିପିଆର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇ ସ୍ଥାନୀୟ ଟାଉନ ହଲର ମରାମତି କରିବା ପାଇଁ କାର୍ଯ୍ୟ କରିବାକୁ କହିଥିଲେ । ସମୀକ୍ଷା ପରେ ମାନ୍ୟବର ମନ୍ତ୍ରୀ ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧିଙ୍କ ସହଯୋଗରେ ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଚିହ୍ନଟ କରିବା ସହ ସେ ଗୁଡିକର ଉନ୍ନତି ନିମନ୍ତେ ସରକାରଙ୍କୁ ଜଣାଇବା ସହ  ପ୍ରସ୍ତାବ ଦେବା ସହ ଇ-ଅଫିସ ମଧ୍ୟମରେ ସରକାରୀ କାର୍ଯ୍ୟ କରିବା, ପିଏମ ଅଭିମ ଯୋଜନା ଦ୍ଵାରା ଜିଲ୍ଲାର ସମସ୍ତ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ଉନ୍ନତିକରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ପରିଶେଷରେ ମାନ୍ୟବର ମନ୍ତ୍ରୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ନିମନ୍ତେ ସରକାରଙ୍କ ରୋଡ ମ୍ୟାପକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ସମନ୍ଵୟ ସ୍ଥାପନ କରି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାନ୍ତରଣ ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ବିଧାୟକ ନିଜ ନିଜ ଅଂଚଳର ସମସ୍ୟା ଉକ୍ତ ବୈଠକରେ ଉପସ୍ଥାପନା କରିବା ସହ ଶିଘ୍ର ସେଗୁଡିକର ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଷଷ୍ଠ ତମ ହନୁମାନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ରେ ଘସିଏନ ଦଳ ବିଜୟୀ   09-Feb-2025
  ଜିଲ୍ଲା  
ଖଲିଆପାଲି ରେ  ଦ୍ଵିଦିବସୀୟ ଗୀତାଯଜ୍ଞ  ସମ୍ପନ୍ନ   09-Feb-2025
  ଜିଲ୍ଲା  
ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ   09-Feb-2025
  ଜିଲ୍ଲା  
ଶିକ୍ଷୟିତ୍ରୀ ଅନୁସୁୟା ଦେବତା ପାଇଲେ ବଣମଲ୍ଲୀ ଶିକ୍ଷା ଗୌରବ ସମ୍ମାନ   09-Feb-2025
  ଜିଲ୍ଲା  
ବଲାଙ୍ଗୀରର ଓକିଲ ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍   09-Feb-2025
  ଜିଲ୍ଲା  
ଜରାସିଂହାରେ ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ   09-Feb-2025
  ଜିଲ୍ଲା  
ଫରେଷ୍ଟ ପାର୍କ ଠାରେ ଯୋଗ ପ୍ରଶିକ୍ଷଣ ଶିବିର   09-Feb-2025
  ଜିଲ୍ଲା  
ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୨ ତମ ବାର୍ଷିକ ଉତ୍ସବ   09-Feb-2025
  ଜିଲ୍ଲା  
ନମୁନା ପଞ୍ଜିକରଣ ପଦ୍ଧତିର ସାମୟିକ ଗଣନାକାରୀମାନଙ୍କ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   09-Feb-2025
  ଜିଲ୍ଲା  
ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ନିପୁଣ ଓଡିଶା ମେଳା 2024-25 ଅନୁଷ୍ଠିତ   09-Feb-2025
  ଜିଲ୍ଲା  
ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ   09-Feb-2025
  ଜିଲ୍ଲା  
ରତାଖଣ୍ଡି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବବଜା କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ନିପୁଣ ମେଳା   09-Feb-2025

You Might Also Like