-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
07-Nov-2024
ଦେଓଗାଁ(ଅନ୍ତର୍ଯ୍ୟାମୀ ସାହୁ): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଗାଁ ସାଇମନ୍ଦିର ପ୍ରାଙ୍ଗଣରେ ନିଖିଳ ଓଡିଶା ଗ୍ରାମ ପଂଚାୟତ ଶ୍ରମିକ ସଂଘର ଦେଓଗାଁ ବ୍ଲକକମିଟିର ବୈଠକ ଜିଲ୍ଲା ସଭାପତି ବିଦୁର କୁମ୍ଭାରଙ୍କ ସଭାପତିତ୍ୱରେ ଆରମ୍ଭ ହୋଇ ବ୍ଲକର ସମସ୍ତ ଗ୍ରାମପଂଚାୟତ ଅଧୀନରେ କାର୍ଯ୍ୟରତ ରାତ୍ର ଜଗୁଆଳି ଓ ଝାଡୁଦାର ମାନଙ୍କୁ ନେଇ ବ୍ଲକ ସଂଘ ଗଠନ କରାଯାଇଛି l ଏହି ବୈଠକରେ ଦେଓଗାଁ ବ୍ଲକର ସମସ୍ତ ଗ୍ରାମ ପଂଚାୟତରେ କାର୍ଯ୍ୟରତ ରାତ୍ରଜଗୁଆଳି ଓ ଝାଡୁଦାର ମାନେ ଯୋଗ ଦେଇଥିଲେ l ସର୍ବସମ୍ମତି କ୍ରମେ ବ୍ଲକ ସଂଘ ସଭାପତି ଭାବେ ସୁଦାମ ମାହାକୁର,
ସମ୍ପାଦକ ରଞ୍ଜନ ସାହୁ ଓ କୋଷାଧ୍ୟକ୍ଷ ଭବେ ନୀଳମଣି ପଧାନଙ୍କୁ ମନୋନୀତ କରାଗଲା l ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ମଧ୍ୟ ଏହି ଶ୍ରମିକ ମାନେ ପାଇବାରୁ ବଞ୍ଛିତ ରହୁଥିବାରୁ ବକ୍ତାମାନେ ସଭାରେ କ୍ଷୋଭ ପ୍ରକାଶ କରି ସରକାରଙ୍କ ଶ୍ରମିକ ମରଣା ନୀତି ବିରୋଧ ରେ ଦୃଢ଼ ନିନ୍ଦା କରିଥିଲେ l ଶେଷରେ ଜିଲ୍ଲା ସଂଘ ସମ୍ପାଦକ ଶ୍ୟାମ ପୁଟେଲ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସାଙ୍ଗ କରିଥିଲେ l