ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ): ସାମ୍ବାଦିକକୁ ଆକ୍ରମଣ ଯୋଗୁଁ ସାରା ରାଜ୍ୟର ସାମ୍ବାଦିକ ସଂଘ ନିନ୍ଦା କରିଛି ଓ ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣ ଓ ଦାବିପତ୍ର ଦିଆଯାଇଛି।ନ୍ୟୁଜ-7ର ଜିଲ୍ଲା ପ୍ରତିନିଧି ତଥା ଏସ୍.ୟୁ.ଜେ ର ଜିଲ୍ଲା ସଭାପତି ଧୀରେନ୍ଦ୍ର ଦାନୀ ଗତ ୧ ତାରିଖରେ ଖବର ସଂଗ୍ରହ ପାଇଁ ସୋନପୁର ବ୍ଳକକୁ ଯାଇ ବିଡ଼ିଓ ସୈମ୍ୟରଞ୍ଜନ ସ୍ଵାଇଁ ଦ୍ଵାରା ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ଅବସ୍ଥାରେ ଥାନାକୁ ଯାଇ ବିଡ଼ିଓ ର ନାଁ ରେ ଏତଲା ଦେଇଥିଲେ।କିନ୍ତୁ ଆଜିକୁ ୪ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଡ଼ିଓ କୁ ଗିରଫ କରିନି ସୋନପୁର ପୋଲିସ। ଏପର୍ଯ୍ୟନ୍ତ ବିଡ଼ିଓ କୁ ସୋନପୁର ପୋଲିସ ଗିରଫ କରିନାହିଁ କାହିକି? ନ୍ୟୁଜ7 ପ୍ରତିନିଧିଙ୍କୁ ମାଡ଼ ମାରିଥିବା ବିଡ଼ିଓ ସୈମ୍ୟରଞ୍ଜନ ସ୍ଵାଇଁ ଏବେ କୋଉଠି ଲୁକିକି ଅଛନ୍ତି।କୋଉ ଆଇନ ବଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୋନପୁର ପୋଲିସ ଏକତରଫା ରାତି ଉଠାଇ କୋର୍ଟ ଚାଲାଣ କରିଥିଲା ପୋଲିସ ? କୁଆଡେ଼ ଗଲେ ବିଡ଼ିଓ ? ବିଡ଼ିଓ କେବେ ଗିରଫ ହେବେ ? ସେଥିପାଇଁ ଅତିଶୀଘ୍ର ବିଡ଼ିଓ ସୈମ୍ୟରଞ୍ଜନ ସ୍ଵାଇଁ କୁ ଗିରଫ ଓ ତାଙ୍କୁ ଚାକିରୀରୁ ବହିଷ୍କାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍.ୟୁ.ଜେ ଦାବି କରିଛି। ଅତିଶୀଘ୍ର ବିଡିଓକୁ ଗିରଫ କରାନଗଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଏସ୍.ୟୁ.ଜେ କହିଛି।ଦେଖିବାକୁ ବାକି ରହିଲା ସୋନପୁର ପୋଲିସ କେବେ ବିଡିଓକୁ ଗିରଫ କରୁଛି? "/>
-+91-9937148622 |
prerana_bgr@rediffmail.com |
Tuesday 27th October 2026 |
R.N.I. Regd No. ODIODI/2010/46693
Breaking News
06-Nov-2024