-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
02-Nov-2024
ବୌଦ୍ଧ /ହରଭଙ୍ଗା(ଦେବବ୍ରତ ଦାଶ )ବୌଦ୍ଧ ଫୁଲବାଣୀ ସୀମାନ୍ତ ରାଣୀ ପଥରଘାଟିରେ ଓଲଟିଲା ଅଟୋ । ପାଞ୍ଚ ଆହତ ଓ ଦୁଇ ଗୁରୁତର । ଫୁଲବାଣୀ ରୁ ବୌଦ୍ଧକୁ ଆସୁଥିବା ସମୟରେ ଘଟି ଥିଲା ଦୁର୍ଘଟଣା । ଆହତ ପରିବାର ଫୁଲବାଣୀ ସୁଡୁରୁକୁମ୍ପାରୁ ଜଣେ ସମ୍ପ୍ରକ୍ରିୟଙ୍କ ମୃତାହ କାର୍ଯ୍ୟରେ ଯୋଗ ଦେଇ ଅଟୋ ଯୋଗେ ଘର କୁ ଫେରୁଥିଲେ। ବୌଦ୍ଧ କଣ୍ଟାମାଳ ସୀମାନ୍ତ ରାଣିପଥର ଘାଟିଦେଇ ଅଟୋଟି ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା। ଘଟଣା ସ୍ଥଳରେ ଅଟୋ ରେ ବସିଥିବା, ସାତ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ
ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଓ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କୁ ଘାଟି ରାସ୍ତାରେ ଆସୁଥିବା କିଛି ଲୋକ ଉଦ୍ଧାର କରି ଅନ୍ୟ ଏକ ଅଟୋ ଯୋଗେ ପ୍ରଥମେ ପୁରୁଣା କଟକ ଗୋଷ୍ଟି ସ୍ଵାସ୍ଥ୍ୟକେନ୍ଦ୍ର ଆଣିଥିଲେ ପରେ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୂଖ୍ୟ ଚିକିତ୍ସାଲୟକୁ ଆଣି ଭର୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସେମାନଙ୍କ ମଧ୍ୟରୁ ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ଓ ଦୁଇ ଗୁରୁତର ଆହତ ଙ୍କୁ ବୁର୍ଲା ମେଡିକାଲ୍ କୁ ସ୍ଥାନାନ୍ତର । ଦୁଇ ଗୁରୁତର ଆହତଙ୍କୁ ବୌଦ୍ଧରୁ ବୁର୍ଲା ଭୀମସାର ମେଡ଼ିକାଲକୁ ରେଫର୍ କରାଯାଇଛି। ସେମାନଙ୍କ ଘର ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ଗୋଛାପଡ଼ା ବୋଲି ସୂଚନା ମିଳିଛି । ।