-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
28-Oct-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅଂଚଳରେ ଦିନକୁ ଦିନ ଲୁଟେରା ମାନଙ୍କର ପ୍ରାଦୁର୍ଭାବ ବଢ଼ି ଚାଲିଛି। ସବୁଠାରୁ ବଡ କଥା ହେଲା, ରାମପୁର ପୋଲିସ ଲଟେରା ମାନଂକୁ ଧରିବା ତ ଦୂରର କଥା, ନୀରବ ହୋଇ ବସିଛି । ଏ ନେଇ ରାମପୁର ଅଂଚଳର ଲୋକଙ୍କ ପୋଲିସ ଉପରେ ଭରସା ଉଠି ଯାଇଛି। ଲୁଟେରାଙ୍କ ଭୟରେ ସନ୍ଧ୍ୟା ସମୟରେ ଲୋକେ ଭୟଭୀତ ହୋଇ ଯିବା ଆସିବା କରୁଛନ୍ତି। ଯଦି ଏମିତି ହୁଏ ଅଂଚଳର ଜୀବନ ଜୀବିକା ଉପରେ ବାଧା ସୃଷ୍ଟି ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ରାମପୁର ଥାନ ପରିସରକୁ ଦେଖିବାକୁ ଗଲେ ୯ଗୋଟି ପଂଚାୟତକୁ ନେଇ ଗଠିତ l ରାମପୁର ଥାନ ଅଧୀନରେ ଥିବା ଏତେ ଏରିଆକୁ ପୋଲିସ ଟିମ୍ ଠିକ୍ ଭାବରେ ଦେଖି ଲୋକଙ୍କର ସୁରକ୍ଷା ଦେଇ ନପାରିବା ଘଟଣା ନିଶ୍ଚିତ ରୂପରେ ଏକ ଉଦବେଗର ବିଷୟ l ପୋଲିସ ଓ ଲଟେରା ମାନଂକର ମଧ୍ୟରେ କିଛି ସମ୍ପରକ ଥାଈ ପାରେ ଯାହାକି ଲୁଟେରା ମାନେ ଖୁଲେ ଅମ୍ ଲୁଟପାଟ କରି ପାରୁଛନ୍ତି ବୋଲି ଡୁଙ୍ଗୁରିପାଲିରେ ଜୋର୍ ଚର୍ଚ୍ଚା ଚାଲିଛି। ଆହୁରି ମଧ୍ୟ ସାହାଜବାଲରୁ ଗନିଆ ଛକ ରାମପୁର ଟାଙ୍ଗରକଲେ ରାସ୍ତା ବାଙ୍କିପାଲିରୁ ଗିଦମାଲ ରାସ୍ତାରେ ଲୁଟେରା ମାନେ ନିଜର କାୟା ବିସ୍ତାର କରିଛନ୍ତି l ଏ ବିଷୟରେ ରାଜ୍ୟ ସରକାର ହସ୍ତକ୍ଷେପ କରି ସ୍ୱତନ୍ତ୍ର ପୋଲିସର ବ୍ୟବସ୍ଥା କରି ଲୁଟେରା ଗେଙ୍ଗକୁ ଧରିବାକୁ ସ୍ଥାନୀୟ ଲୋକକର ଦାବି ହେଉଛି।