-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   (01-Nov-2026)       ||      ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ    (01-Nov-2026)       ||      ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||     

HOME   ଜିଲ୍ଲା

ତରଭା ବ୍ଲକ ସମ୍ମୁଖରେ ଗର୍ଜିଲେ ଚାଷୀ :ତରଭା ବ୍ଲକ କୁ ମରୁଡି ଘୋଷଣା ଦାବୀ ନେଇ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

24-Oct-2024



ତରଭା(କପିଳାସ ସେଠ): ତରଭା ବ୍ଲକ ଅଞ୍ଚଳରେ ଧାନ ଚାଷର ଅମଳ ସମୟରେ ଅଭାବୀ ବର୍ଷା ଓ  ମେଗା ଉଠା ଜଳ ସୋଚନ ପ୍ରକଳ୍ପ ଗୁତିକ କାର୍ଯ୍ୟକ୍ଷମ ନ ହେବାଯୋଗୁ ବ୍ଲକରେ ମରୁଡି ପରିସ୍ଥିତି ସୃଷ୍ଟି ହେଇଛି I ତରଭା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତରଭା ତହସିଲଦାରଙ୍କୁ ବ୍ଲକ କୃଷକ ସଂଘ ଓ ଚାଷୀ ସମୂହ ୯ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି I ଅଭାବୀ ବର୍ଷା ଯୋଗୁଁ

କ୍ଷେତରେ ଧାନ ଗଛ ଗୁଡିକ ମାରିବା ଅବସ୍ଥାରେ  I ଜିଲ୍ଲା ପ୍ରଶାସନ କିମ୍ବା ମେଗା ଉଠା ଜଳସୋଚନ ପ୍ରକଳ୍ପ ବିଭାଗ ଚାଷୀ ମାନଙ୍କୁ ଜଳ ଯୋଗାଣ ନେଇ କୌଣସି ପଦକ୍ଷେପ ନେଉ ନ ଥିବାରୁ ଗତକାଲି ଦିନ ୧୧ ଟା ସମୟରୁ ତରଭା ବ୍ଲକ ଅଞ୍ଚଳ ଚାଷୀ ସମୂହ ବ୍ଲଜ ସମ୍ମୁଖରେ ତରଭା ବ୍ଲକକୁ ମରୁଡି ଘୋଷଣା ଦାବୀରେ ଗର୍ଜିଲେ  I ଚାଷୀନେତା ମିତ୍ରବ୍ରତ ମିଶ୍ରଙ୍କ ନେତୃତ୍ୱଓ ବ୍ଲକ ଚାଷୀ ସଂଘ ସଭାପତି ସଦାନନ୍ଦ ପାଣିଗ୍ରାହୀଙ୍କ ଅଧକ୍ଷତାରେ  ବ୍ଲକ ଚାଷୀ ଓ ଜିଲ୍ଲାସ୍ତରୀୟ ଚାଷୀ ନେତାଙ୍କୁ ନେଇ  ଚାଷୀ ସମାବେଶ ହୋଇଥିଲା I ଏଥିରେ ବିଭିନ୍ନ ଅଞ୍ଚଳ ଓ ଜିଲ୍ଲା ଚାଷୀ ସଂଘର କର୍ମକର୍ତ୍ତା ମାନେ ଚାଷୀ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ନେଇ ଉଦବୋଧନ ଦେଇଥିଲେ I ସମାବେଶ ପରେ ବ୍ଲକ ସମ୍ମୁଖରୁ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ଚାଷୀ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା  I  ଶୋଭାଯାତ୍ରା ତହସିଲ କାର୍ଯ୍ୟଳୟ ପହଞ୍ଚି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ତୁଳା ମୁଦୁଲିଙ୍କୁ ୯ ଦଫା ଦାବୀ ପତ୍ର ଚାଷୀ ମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା I ତରଭା ବ୍ଲକର ଅଧିକାଂଶ ଜମି ଅଣ ଜଳସୋଚିତରହିଛି I ଏ ବର୍ଷ ବର୍ଷା ଅଭାବ ଯୋଗୁଁ ମରୁଡି ହୋଇଛି I ଜଳସୋଚନ ସୁବିଧା ନ ଥିବା ଜମିକୁ ଚି଼ହ୍ନଟ କରାଯାଇ ମରୁଡି ଘୋଷଣା କରାଯାଉ I ଇନ୍ସୁରେସନ୍ସ ପାଇବା ପାଇଁ ଵିଧିବଦ୍ଧବ୍ୟବସ୍ଥା କରାଯାଉ I ଧାନ କ୍ରୟ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ ଓ ଓଡିଶା ସରକାରଙ୍କ ବୋନସ ଟ୨୩୦୦+୮୦୦= ୩୧୦୦ଟଙ୍କା ଏକ କାଳୀନ ଦିଆଯାଉ I କୃଷି ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇ କୃଷି ଶ୍ରମିକ ମାନଙ୍କୁ ପଞ୍ଜି କରଣ କରାଯାଉ I କୃଷି ଶ୍ରମିକ ମାନଙ୍କୁ ଅନ୍ୟନ୍ୟା ଶ୍ରମିକ ବୋର୍ଡ ପରିସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ I ପ୍ରତ୍ୟେକ ଚାଷ ଜମିକୁ ଗୋଟିଏ ଫସଲ ପାଉଁ ଜଳ ସୋଚନ ସୁବିଧା କରାଯାଉ I ପଣ୍ଡକିମାଲଓ ଗୁହିରା ଘାଟ ଠାରେ ବସିଥିବା ମେଗା ଜଳ ସୋଚନ ପ୍ରକଳ୍ପ ୫୦ଏକର କୁ ନେଇ ଏକ ଚକ ହୋଇଛି, ତାକୁ ୨. ୫ /୫ ଏକରକୁ ନେଇ ଏକ ଚକ କରି ଆଉଟଲେଟ ଦିଆଯାଉ I ଏହି ୨ ପ୍ରକଳ୍ପ ନଦୀ ସ୍ରୋତ ନ ଥିବା ସ୍ଥାନ ରେ ବସିଥିବା ରୁ ପାଣି ଅଭାବ ରୁ ଚଳିତ ବର୍ଷ  ୨୯.୭.୨୦୨୪ ରେ ଜଳସୋଚନ ଆରମ୍ଭ କରାଗଲା I ତେଣୁ ୧୦୦ଫୁଟ ନଦୀ ଭିତରକୁ ଆଉ ଗୋଟିଏ ଇନ ଟେକ ୱଲ  କରି ବର୍ତ୍ତମାନ ର ଏନ ଟେକ ୱଲ ରେ ସଂଯୋଗ କରାଯାଉ I ପନିପରିବାର ଚାଷୀ ମାନଙ୍କ ପାଇଁ ବ୍ଲକ ସ୍ତର ରେ ଶୀତଳ ଭଣ୍ଡାର କରାଯାଉ I ନିବୃତ୍ତି ଯୋର ରେଥିବା କେନାଲ ରେ ଲୋଏଅର ଶୁକତେଳକେନାଳ କୁ ସଂଯୋଗ କରାଯାଉ I ଉଠା ଜଳ ସୋଚନ ଓ ଗଭୀର ନଳ କୂପ ରେ ଚାଷୀ ପାଇଁ ମାଗଣା ବିଦ୍ୟୁତ ଯୋଗାଣ କରାଯାଉ I ଏବଂ ଅଚଳ ଉଠା ଜଳ ସୋଚନ ପଏଣ୍ଟ ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ 

ଦାବୀ ନେଇ ଦାବୀପତ୍ର ପଦାନ କରିଥିଲେ I ଦାବୀପତ୍ର ପ୍ରଦାନ ପରେ ଉପସ୍ଥିତ ଚାଷୀ ମାନେ କେତେ ଦିନ ମଧ୍ୟ୍ୟରେ ମରୁଡି ଘୋଷଣା ନେଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଯୁକ୍ତି ବଢିବା ପରେ ତହସିଲଦାର ଶୀଘ୍ର ରିପୋର୍ଟ ଜିଲ୍ଲାପାଳଙ୍କୁ ଜଣାଇ ଦିଆ ଯିବ ବୋଲି ଚାଷୀଙ୍କ ଆଗରେ ମତ ରଖିଥିଲେ   I ଏହି ଦାବୀପତ୍ର ପ୍ରଦାନ ଓ ସମାବେଶ ସମୟରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ I ଜିଲ୍ଲାସ୍ତରୀୟ ଚାଷୀ ନେତା ବୈକୁଣ୍ଠ  ଶତପଥି, ଧାରଣୀଧର  ପାଢ଼ୀ , ନରେନ୍ଦ୍ର ଆଚାର୍ଯ୍ୟ ପଦ୍ମ ଲୋଚନ  ମିଶ୍ର, ତ୍ରିପୁରାରି ପଣ୍ଡା,ମଗ୍ନି ସାହୁଙ୍କ ସହ ତରଭା ବ୍ଲକ ର ଭବାନୀ ମିଶ୍ର, ଅରବିନ୍ଦ ପଧାନ,ସନ୍ତୋଷ ପଟ୍ଟନାୟକ,  ନଦିଆ ସା, ସୁରଥ ଭୁଏ,, ସନ୍ତୋଷ ଡାଙ୍ଗ, ଶିବ ସାହୁ, ବାସୁଦେବ ସାହୁ, ଶୁଭ୍ର ନାରାୟଣ ମିଶ୍ର, ତପନ ମିଶ୍ର, ଗଗନ ପଟ୍ଟନାୟକ ଙ୍କ ସମେତ ଶତାଧିକ ଚାଷୀ ସାମିଲ ଥିଲେ  I ଆଇନ ଶୁଙ୍ଖଲା ପାଇଁ ଆଇ ଆଇ ସି ଅନିତା କିଡୋ ଙ୍କ ନେତୃତ୍ୱ ରେ ଏକ ପ୍ଲାଟୁନ ଓ ସ୍ଥାନୀୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ  I 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାମ୍ୱାଦିକ ତଥା ସମାଜସେବୀ ଙ୍କ ମାତୃ ବିୟୋଗ*- *ସୋନପୁର ରେ ଶୋକ*-   01-Nov-2026
  ଜିଲ୍ଲା  
ଡା ବୁ ଗାଁ ମା ଗଜଲଷ୍ମୀ ଭାଷା ଣୀ ଉତ୍ସବ   01-Nov-2026
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026

You Might Also Like