-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

ନିଜ ଭିଟାମାଟି କୁ ଫେରିବେ ମୌଳିକ ଅଧିକାର ରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର

11-Sep-2024



ବାଲିଗୁଡ଼ା(ପ୍ରେରଣା ଖବର): ଦୀର୍ଘ ବର୍ଷ ହେଲା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ କୋଟଗଡ଼ ପଞ୍ଚାୟତ ର ବାନ୍ଦକା ଗ୍ରାମର ୩୮ କୁଟିଆ ଆଦିବାସୀ ପରିବାର ଅନେକ ସମସ୍ୟା ଘେରରେ ବସବାସ କରୁଛନ୍ତି।ସେମାନେ ସରକାର ଙ୍କ ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଥିବା ଅନେକ ଥର ପ୍ରଶାସନ କୁ ଜଣାଇ ହତାଶ ହୋଇ ପଡିଛନ୍ତି।କନ୍ଧମାଳ ପ୍ରଶାସନ ର କଥାରେ ଭରସା ରଖି ପାହାଡ ଉପର ଗାଁ ରୁ ତଳକୁ ଆସି ବସତି ସ୍ଥାପନ କଲେ।ପ୍ରଶାସନ ଉପରେ ଭରସା ଥିଲା ଏମାନଙ୍କ ପାଇଁ ପ୍ରଶାସନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବେ।ହେଲେ କଥା ହେଲା ଓଲଟା।ପାହାଡ ଉପର ଅପେକ୍ଷା ତଳେ ଦୁର୍ଦ୍ଦଶା ଏତେ ବଢ଼ିଗଲା ଯେ ପରିବାର ଚଳେଇବା ତଥା ରହିବା କଷ୍ଟକର ହୋଇପଡ଼ିଲା।ଶେଷରେ ଅନୋନ୍ୟପାୟ ହୋଇ ପୁଣି ସେହି ୪୦ ବର୍ଷରୁ ରହି ଆସୁଥିବା ପାହାଡ ଉପରକୁ ଫେରିଯିବା ପାଇଁ ମନ ବଳାଇଛନ୍ତି।ପ୍ରଶାସନ ବିରୋଧରେ ନା ନା ଅଭିଯୋଗ କଲେ ମଧ୍ୟ ଏହି ୩୮ କୁଟିଆ ଆଦିବାସୀ ପରିବାର ଙ୍କ ଦୁଃଖ କଥା କେହି ବୁଝୁ ନ ଥିବା ପ୍ରକାଶ କରିଛନ୍ତି।ଘଞ୍ଚ ଜଙ୍ଗଲ ମଧ୍ୟରେ ରହୁଥିବା ଏହି କୁଟିଆ ଆଦିବାସୀ ପରିବାର ରାସ୍ତା,ପିଇବା ପାଣି,ବିଦ୍ୟୁତ୍,ଶିକ୍ଷ୍ୟା ଭଳି ଅତ୍ୟାବଶ୍ୟକ ମୌଳିକ ଅଧିକାର ରୁ ବଞ୍ଚିତ ଥିଲେ।ଅନେକ ଅସୁବିଧାରେ ସେମାନେ ତାଙ୍କ ପରିବାର ପ୍ରତିପୋଷଣ ଏବଂ ଜୀବନ ଯାପନ କରୁଥିଲେ।ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ପ୍ରଶାସନ ଚେଇଁ ଗାଁ ରେ ପହଞ୍ଚିଥିଲା।୧୨ ବର୍ଷ ତଳେ ବାନ୍ଦକା ର ସମସ୍ତ ପରିବାର କୁ ପାହାଡ ତଳ ଜାମଝୋର୍ ଗ୍ରାମରେ ପ୍ରଶାସନ ଥଇଥାନ କରି ସମସ୍ତ ମୌଳିକ ସୁବିଧା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପ୍ରଶାସନ ର ଦୃଢୋକ୍ତି ବାଣୀ ରେ ୩୮ କୋଟିଆ ଆଦିବାସୀ ପରିବାର ୧୨ ବର୍ଷ ଧରି ଜାମଝୋର ରେ ରହିଥିଲେ ମଧ୍ୟ ଅଦ୍ୟାବଧି ସେମାନେ ଯେଉ ତିମିରେ କୁ ସେଇ    ତିମିରେ।ସଂପୃକ୍ତ ପରିବାର ବ୍ଲକ ପ୍ରଶାସନ କରିଥିବା ପ୍ରତାରଣା ଉପରେ ଅଭିଯୋଗ କରିଛନ୍ତି।ଆଜି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଠାରୁ ଯାମଝୋର୍ କୁ ଭଲ ରାସ୍ତା ନ ଥିବା ତଥା ବର୍ଷା ଦିନରେ ପାଣି କାଦୁଅ ରାସ୍ତାରେ ଯିବା ଆସିବା ସେମାନଙ୍କ ଜୀବନ ଯାପନ ପାଇଁ ଅସହ୍ୟ ହୋଇ ପଡ଼ିଛି।ଏମାନଙ୍କ ପାଇଁ ଆମ୍ବୁଲାନ୍ସ ସାତସପନ୍।ରୋଗୀ କୁ ଖଟିଆରେ ବୋହି ୨ କିଲୋମିଟର ରାସ୍ତା ଅତିକ୍ରମ କରିଯିବାକୁ ପଡୁଛି।ଅତ୍ୟାବଶ୍ୟକ ପିଇବା ପାଣି,ସୋଲାର ପ୍ରକଳ୍ପ,ଆବାସ ଯୋଜନା ରୁ ବହୁ ଦୂରରେ।ଏବେ ବି ଝାଟିମାଟି ଘରେ ବିତୁଛି ଜୀବନ ପଲ୍ଲୀ ସଭା ଏବଂ ଗ୍ରାମ ସଭା ରେ ଅଭିଯୋଗ କଲେ ମଧ୍ୟ ବିକାଶ ଠାରୁ ଅନେକ ଦୂରରେ।କୌଣସି ୱାର୍ଡ ସଭ୍ୟ ଓ ସମସ୍ୟା ସମ୍ପର୍କରେ ସରପଞ୍ଚ ଓ ବ୍ଲକ ଅଧିକାରୀ ଙ୍କୁ ଗୁହାରି କଲେ ମଧ୍ୟ କିଛି ଆଶାନୁରୂପ ଫଳ ମିଳି ପାରି ନ ଥିବା ଗ୍ରାମର ରମେଶ ମାଝି,ଜଳେଙ୍ଗା ମାଝି, ପପୁ ମାଝି,ରୁପିଙ୍ଗା ମାଝି, ଚିଣ୍ଟୁ ମାଝି,ମିନାକ୍ଷୀ ମାଝି,ସନିତା ମାଝି ଏବଂ ନଳିନୀ ମାଝି ଅଭିଯୋଗ କରିଛନ୍ତି।ସରକାର ଙ୍କ ଯୋଜନା ଯୋଜନା ରେ ରହିଯାଉଛି।ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ନିରାପତ୍ତା ଯୋଜନାରୁ ବଞ୍ଚିତ ଅଛନ୍ତି ଶିବ ମାଝି,ସତ୍ୟ ମାଝି,ରୁପୀଙ୍ଗା ମାଝି, ବିରୁଙ୍ଗି ମାଝି ଙ୍କ ପରିବାର।ଖାଦ୍ୟ ଅଭାବରୁ ମକାଗୁଣ୍ଡ କରି ସିଝାଇ ଖାଇ ବଞ୍ଚୁଛନ୍ତି ଏହି ପରିବାର।ବ୍ଲକ ଯୋଗାଣ ଅଧିକାରୀ ଙ୍କୁ ରାସନ୍ କାର୍ଡ ପାଇଁ ଗୁହାରି କଲେ ମଧ୍ୟ କେହି ଶୁଣୁ ନ ଥିବା କହିଛନ୍ତି।ଏଭଳି ଅନେକ ଅସମାହିତ ସମସ୍ୟାର ସମାଧାନ ନ ହେବାରୁ ନିଜ ଭିଟାମାଟି କୁ ଫେରିବାକୁ ମନସ୍ଥ କରିଛନ୍ତି ସମସ୍ତ କୁଟିଆ ଆଦିବାସୀ ପରିବାର। କୋଟିଆ ଆଦିବାସୀ ଙ୍କ ସମସ୍ୟା ସମ୍ପର୍କରେ କୋଟଗଡ଼ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପ୍ରତ୍ୟୁତ୍ତର ରେ ବିଡ଼ିଓ ଏ ବିଷୟ ପୂର୍ବରୁ ଜାଣି ନ ଥିବା କହିଥିଲେ।ତେବେ ଆଗାମୀ ଦିନରେ ଏହା ଉପରେ ପଦକ୍ଷେପ ନେବେ ବୋଲି ମନବୁଝା କଥା କହିଥିଲେ।


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like