-+91-9937148622 |
prerana_bgr@rediffmail.com |
Sunday 13th July 2025 |
R.N.I. Regd No. ODIODI/2010/46693
Breaking News
10-Sep-2024
କୋରାପୁଟ:- ସ୍ଵତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ର ସମୀକ୍ଷା କରି ପାଣିପାଗ ବିଭାଗ ର ସତର୍କ ସୂଚନା ପରେ ମାଲକାନଗିରି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ବନ୍ଦ କରିବା ପାଇଁ ଛୁଟି ଘୋଷଣା କରିଛନ୍ତି।ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହେଲାଣି।ଏହି ପରିସ୍ଥିତି କୁ ଅନୁଧ୍ୟାନ କରି ଆଜି ତିନୋଟି ଜିଲ୍ଲା କୋରାପୁଟ,ଗଞ୍ଜାମ ଏବଂ ମାଲକାନଗିରି ଜିଲ୍ଲାର ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର କୁ ଛୁଟି ଘୋଷଣା କରାଯାଇଛି।ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ପରିସ୍ଥିତି କୁ ନଜର ରେ ରଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି।ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା କୁ ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣିଂ ଜାରି କରାଯିବା ପରେ କୋରାପୁଟ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲ କୁ ଛୁଟି ଘୋଷଣା କରିଛନ୍ତି।କିନ୍ତୁ ସ୍କୁଲ ରେ ଶିକ୍ଷକ ଓ ଅନ୍ୟ କର୍ମଚାରୀ ମାନଙ୍କୁ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି।ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସମ୍ଭାବ୍ୟ ଲଗାଣ ବର୍ଷାକୁ ନଜରରେ ରଖି ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦେବା ସହ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଜିଲ୍ଲାରେ ଓଡ୍ରାଫ ଓ ଏନ୍ ଡି ଆର ଏଫ୍ ଟିମ୍ କୁ ରଖାଯାଇଛି। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ପୋଟେରୁ ଅଞ୍ଚଳ ଜଳାର୍ଣବ ହୋଇ ବ୍ରିଜ ଉପରେ ୧୫ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଛି।ଅଧିକାଂଶ ଘର ଜଳବନ୍ଦୀ ରେ ଅଛନ୍ତି।ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ନ ଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।