-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
11-Sep-2024
କଣ୍ଟାମାଳ(ଜୟ କୁମାର ମହାରଣା): ମଙ୍ଗଳବାର ସନ୍ଧ୍ୟା ୬ ଘଣ୍ଟା ସମୟରେ କଣ୍ଟାମାଳ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିରରେ ୮ଗୋଟି ଅଭିଯୋଗରେ ତତ୍କାଳ ସମାଧାନ ହୋଇଛି | ଶିବିରକୁ ମୋଟ ୨୬ ଗୋଟି ମାମଲା ଆସିଥିବା ବେଳେ ୨୦ ଗୋଟି ବ୍ୟକ୍ତିଗତ ସମସ୍ୟାଭିତ୍ତିକ ଓ ୬ ଗୋଟି ଗୋଷ୍ଠୀଭିତ୍ତିକ ସମସ୍ୟା ରହିଥିଲା l ତନ୍ମଧ୍ୟରୁ ୮ ଟି ଅଭିଯୋଗର ତତ୍କାଳ ସମାଧାନ କରା ଯାଇଥିଲା l ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ୩୦୦୦ ଟଙ୍କା ସହାୟତା ପ୍ରଦାନ କରା ଯାଇଥିଲା l ଗୋଷ୍ଠୀଗତ ସମସ୍ୟା ମଧ୍ୟରେ ମନମୁଣ୍ଡା ବିରାଜିତ ଶ୍ରୀ ସୁବର୍ଣ୍ଣମେରୁ ମହାଦେବଙ୍କ ମନ୍ଦିରର ପରିଚାଳନାଗତ ଅବ୍ୟବସ୍ଥା ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ଏକ ପରିଚାଳନା କମିଟି ଗଠନ ପାଇଁ ଦାବି କରିଥିଲେ | ସେ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି |