-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||     

HOME   ରାଜ୍ୟ

୭୧ହଜାର ହେକ୍ଟର ଜମିରେ କପାଚାଷ,ବର୍ଷକୁ ୧୦୦୦କୋଟିର ବେପାର

06-Sep-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାରେ ବର୍ଷକୁ ବର୍ଷ କପାଚାଷ ପ୍ରତି ଚାଷିଙ୍କ ଆଗ୍ରହ ବଢୁଥିବା ପରିଲକ୍ଷିତ ହେଉଛି।ଆନ୍ତର୍ଜାତିକ ବଜାର ରେ ବଲାଙ୍ଗୀର ଜିଲ୍ଲା ରେ ଚାଷ ହେଉଥିବା କପାର ଚାହିଦା ବଢ଼ୁ ଥିବାରୁ ଜିଲ୍ଲାରେ ପ୍ରତିବର୍ଷ ୭୧ହଜାର ହେକ୍ଟରରୁ ଅଧିକ ଜମିରେ ଏହି ଚାଷ ହେଉଥିବା ଜଣାଯାଇଛି।ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କପା ବିହନ,ମଞ୍ଜି,କପା,ସାର,କୀଟନାଶକ ଇତ୍ୟାଦିକୁ ନେଇ ବଲାଙ୍ଗୀର ଜିଲ୍ଲାରେ ପ୍ରତିବର୍ଷ ୧ହଜାର କୋଟି ଟଙ୍କାର ବ୍ୟବସାୟ ହେଉଥିବା ଆକଳନ କରାଯାଉଛି।ତେବେ ଜିଲ୍ଲାରେ କପା ଓ କପା ଚାଷର ଚାହିଦା ବଢୁଛି କିନ୍ତୁ ଚାଷିଙ୍କୁ ଉଚିତ ଆକାରରେ ସରକାରୀ ପ୍ରୋତ୍ସାହନ ମିଳୁନଥିବା ଚାଷିମାନେ ଅଭିଯୋଗ କରୁଛନ୍ତି। କେବଳ ଏହା ନୁହେଁ ପଶ୍ଚିମ ଓଡିଶାର ବଲାଙ୍ଗୀର,କଳାହାଣ୍ଡି,ନୂଆପଡ଼ା ଓ ରାୟଗଡା ଜିଲ୍ଲାରୁ ୨ଲକ୍ଷ ହେକ୍ଟରରୁ ଅଧିକ ଜମିରେ କପାଚାଷ ହୋଇ ବାହାରକୁ ରପ୍ତାନୀ ହେଉଛି।କପାଚାଷକୁ ବ୍ୟବସ୍ଥିତ କରାଯାଇ ଏହି ଅଞ୍ଚଳରେ ସୂତାକଳ ସ୍ଥାପନ କରାଗଲେ ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ମିଳିବା ସହ ବାହାର ରାଜ୍ୟ କୁ ଯାଉଥିବା ଦାଦନ ଙ୍କୁ ମଧ୍ୟ କିଛି ପରିମାଣରେ ରୋକାଯାଇ ପାରନ୍ତା ବୋଲି ଜନଦାବି ହେଉଛି ।
              ପ୍ରକାଶ୍ୟ ଯେ,କେବିକେ ଅଞ୍ଚଳ ସମେତ ବଲାଙ୍ଗୀର ଜିଲ୍ଲା ଏକ ସ୍ୱଳ୍ପବୃଷ୍ଟି ଅଂଚଳ।ଏହି ଅଞ୍ଚଳରେ ଧାନ ଚାଷ ପରେ କପା ହେଉଛି ଏକ ଅର୍ଥକାରୀ ଫସଲ।ବଲାଙ୍ଗୀର ଜିଲ୍ଲାର କୃଷ୍ଣକାର୍ପାସ ଓ ଲାଲମାଟି କପାଚାଷ ପାଇଁ ଉତ୍କୃଷ୍ଟ।ଜିଲ୍ଲାରେ ଗତ ୩୦ ବର୍ଷ ହେଲା କପାଚାଷ ପ୍ରତି ଲୋକମାନେ ଆଗ୍ରହ ପ୍ରକାଶ କରୁଛନ୍ତି।କିନ୍ତୁ ଚାଷୀ ମାନେ ସରକାରଙ୍କ ତରଫରୁ ଯେଉଁଭଲି ପ୍ରୋତ୍ସାହନ ପାଇବା କଥା ଏପର୍ଯ୍ୟନ୍ତ ସେତିକି ପାଇ ନାହାନ୍ତି।ବଲାଙ୍ଗୀର ଭଲି ଗରୀବ ଜିଲ୍ଲାରେ ଚାଷୀଙ୍କୁ ଆର୍ଥିକ ସ୍ତରରେ ସହଯୋଗର ନିତାନ୍ତ ଆବଶ୍ୟକ ରହିଛି। ବ୍ୟାଙ୍କ ମାନେ କପାଚାଷ ଉପରେ କୃଷି ଋଣ ଦେଉନଥିବାରୁ ଗାଁ ମହାଜନଙ୍କ ଉପରେ କପାଚାଷୀମାନେ ଭରସା କରୁଛନ୍ତି।ଚାଷ ସମୟରେ ବିହନ,ସାର ଗାଁ ମହାଜନଙ୍କଠାରୁ ଧାରରେ ନେଉଛନ୍ତି। କପା କିଣାବିକା ସମୟରେ କପାକୁ ମହାଜନ ମାନେ କିଣୁଛନ୍ତି। ଚାଷୀ ମାନେ ମହାଜନ ମାନଙ୍କ ଠାରୁ ଅଠାରି ଋଣ ୧୦ ପ୍ରତିଶତ ସୁଧରେ କରିବାକୁ ବାଧ୍ୟ ହେଉଛନ୍ତି।ମୁଖ୍ୟତଃ ଖପ୍ରାଖୋଲ,ଲାଠୋର, ବେଲପଡା,ତୁରେକେଲା,କଣ୍ଟାବାଞ୍ଜି,ବଙ୍ଗୋମୁଣ୍ଡା,ପାଟଣାଗଡ, ଚୁଡାପାଲି ଅଂଚଳରେ ବହୁ ପରିମାଣରେ ଗାଁ ମହାଜନି କାରବାର ଚାଲୁଛି।ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡରେ ସର୍ବାଧିକ କପାଚାଷ କରାଯାଇଥିବା ରେକର୍ଡ କରାଯାଇଛି।ଜିଲ୍ଲାର ବହୁତ ଅଞ୍ଚଳରେ ସରକାରୀଜମି ଓ ଜଙ୍ଗଲଜମିରେ ମଧ୍ୟ ବ୍ୟାପକ ମାତ୍ରାରେ କପାଚାଷ କରାଯାଇଛି।ଜିଲ୍ଲାରେ ବନ୍ନି,ଭକ୍ତି,ଶ୍ରୀତୁଲସି,ଗବ୍ୱର,ରେସ ଇତ୍ୟାଦି ବିହନ ଚାଷୀମାନେ ବ୍ୟବହାର କରୁଛନ୍ତି।ଏହି ବିହନକୁ ନୀଜିଭିଡୁ ଓ ଗଙ୍ଗା କାବେରୀ,ମାହିକୋ ଭଲି ବହୁ ଦେଶୀୟ କମ୍ପାନୀ ଯୋଗାଣ କରିଥାନ୍ତି।କିନ୍ତୁ କଣ୍ଟାବାଞ୍ଜୀ,ବେଲପଡା,ପାଟଣାଗଡ ଓ ଲାଠୋର ଅଂଚଳର ମହାଜନମାନେ ଲୋକାଲ ମଂଜିକୁ ବ୍ରାଣ୍ଡେଡ କମ୍ପାନୀର ଛାପାରେ ନକଲି କରି ବିକ୍ରୀ କରୁଥିବା ସହିତ ନାଗପୁର ଓ ଗୁଜରାଟ ଅଞ୍ଚଳରୁ ଅନେକ ମିଶ୍ରିତ ମଞ୍ଜି ମଧ୍ୟ ଆସି ବଲାଙ୍ଗୀର ଜିଲ୍ଲାରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି।ଏପରିକି ଚଢା ଦରରେ ମଂଜି ବିକ୍ରୀ କରାଯାଇଛି।ଜିଲ୍ଲାର ଚାଷୀମାନେ ଯେଉଁ ପରିମାଣରେ ସାରର ଆବଶ୍ୟକ କରନ୍ତି ସେହି ପରିମାଣରେ ସାର ମିଳିପାରେ ନାହିଁ।ସେହି ଦୃଷ୍ଟିରୁ ଦୁଇ ଗୁଣା ଦରରେ ସାର କିଣିବାକୁ ବାଧ୍ୟ ହେଉଛନ୍ତି।ଏବେ ବେଉଷଣ ସମୟରେ ୟୁରିୟା ସାରର ଯଥେଷ୍ଟ ଆବଶ୍ୟକତା ରହିଛି।କପାଚାଷରେ ଯଥେଷ୍ଟ ପରିମାଣରେ ଜୈବୀକ ସାରର ଆବଶ୍ୟକତା ରହିଛି।କିନ୍ତୁ ଆବଶ୍ୟକ ତାଲିମ ଅଭାବରୁ ଚାଷୀମାନେ ରାସାୟନିକ ସାର ଉପରେ ବେଶି ପରିମାଣ ରେ ନିର୍ଭରଶୀଳ ରହିଛନ୍ତି।କପାଚାଷକୁ ତଦାରଖ ପାଇଁ କୃଷିବିଭାଗ ଜିଲ୍ଲାରେ କପା ବୈଷୟିକ ବିଶେଷଜ୍ଞ ନିଯୁକ୍ତି କରିଥିଲେ।କିନ୍ତୁ ରାଜ୍ୟ ସରକାର ଏବେ ସେହି ପଦବୀକୁ ଉଚ୍ଛେଦ କରି କୃଷିବିଭାଗର ଜଣେ ଅଧିକାରୀଙ୍କୁ ତଦାରଖ ଦାୟୀତ୍ୱ ଦେଇଛନ୍ତିି।ପୂର୍ବରୁ ଜିଲ୍ଲାରେ ୬ ମାସିଆ ୩୩ ଏମଏମ ତନ୍ତୁ ଲମ୍ବ ଯୁକ୍ତ କପା କରାଯାଉଥିଲା।ଏବେ କପାର ମାନ ୩୦ରୁ ୩୧ମିମି ମଧ୍ୟରେ ରହୁଛି।ଚାଷୀମାନେ ଏକର ପିଛା ୫ ରୁ ୧୦ କୁଇଣ୍ଟାଲ ପର୍ଯ୍ୟନ୍ତ କପା ଆଦାୟ କରିପାରୁଛନ୍ତି। କପାର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୮ହଜାର ୩୦୦ ଟଙ୍କା ଉପରେ ରହିଲାଣି।ଏକର ପିଛା ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଥିଲେ ବଳକା ଟଙ୍କାର ଲାଭ ଚାଷୀ ପାଇବା କଥା।କିନ୍ତୁ ଗାଁ ମହାଜନ ଠାରୁ ଚଢା ଦରରେ ତଥା ୧୦% ସୁଧରେ ବିହନ ଓ ସାର ଆଣିଥିବାରୁ ସବୁ ଲାଭତକ ମହାଜନ ହାତରେ ପଡୁଛି।ସରକାର କପା ଅମଳ ବେଳେ ସିସିଆଇ ଜରିଆରେ କପା କିଣିଥାନ୍ତି।କିନ୍ତୁ ସେଥିରେ ମଧ୍ୟ ମଧ୍ୟସ୍ଥି ହିଁ ମୁଖ୍ୟ ଭୂମୀକା ନେଇଥାନ୍ତି।ଚାଷିଙ୍କୁ ଠିକ ସମୟରେ ସାର ଯୋଗାଇ ଦେବା ଓ ଆଗକୁ କପାର କିଣାବିକାରେ ସହାୟକ ହେବାକୁ ଦାବି ହେଉଛି।ତେବେ ଚାଷିଙ୍କ ଏଭଳି ଅଭିଯୋଗ ଉପରେ ବଲାଙ୍ଗୀର କପା ବିଶେଷଜ୍ଞ ଦାୟୀତ୍ୱରେ ଥିବା ବିମ୍ବାଧର ସାହୁଙ୍କୁ ଫୋନରେ ଯୋଗାଯୋଗ କରିବାରୁ କପାଚାଷିଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଉଛି।ଜିଲ୍ଲାରେ କପା ଉତ୍ପାଦନ ପରିମାଣ ମଧ୍ୟ ବଢୁଛି ବୋଲି କହିଛନ୍ତି।ପାଟଣାଗଡ ବିଧାୟକ  ଏବେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରହିଛନ୍ତି । ତେଣୁ କପାଚାଷ ଓ ଚାଷିଙ୍କ ଉନ୍ନତି ପାଇଁ ପଦକ୍ଷେପ ନେବେ ବୋଲି ଚାଷିମାନେ ଆଶା ରଖିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026
  ଜିଲ୍ଲା  
ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   20-Oct-2026
  ଜିଲ୍ଲା  
ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   20-Oct-2026
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026

You Might Also Like