-+91-9937148622 |

prerana_bgr@rediffmail.com |

  Sunday 25th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||     

HOME   ଜିଲ୍ଲା

ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବିକାଶ ଠୁ ବହୁ ଦୂରରେ ବାଲମାହା, ଡାମେରୀ ଗ୍ରାମ : ସନ୍ଧ୍ୟା ହେଲେ ତାଟି କବାଟ ପଡ଼ିଯାଏ : ଡ଼ିବିରୀ ଆଲୁଅ ସାହା ଭରସା

04-Aug-2024



କନ୍ଧମାଳ(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡରେ ଅନେକ ଗ୍ରାମକୁ ରାସ୍ତା ନାହିଁ । ଆଉ ଦିନ କେଇଟା ପରେ ସାରା ଦେଶ ୭୭ ତମ ସ୍ବାଧୀନତା ଦିବସ ପାଳିବ; କିନ୍ତୁ ଏମିତି ଗ୍ରାମ ରହିଛି ଯେଉଁଠି ବିକାଶ ପହଞ୍ଚି ନାହିଁ କି କେହି ପାଠ ପଢିନାହାନ୍ତି, ଏପରିକି ଅଙ୍ଗନବାଡି କି ସ୍କୁଲ ପିଣ୍ଡା ମଧ୍ୟ ମାଡ଼ି ନାହାନ୍ତି। ଗାଁରେ କେତେକ ବୟସ୍କ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ବସ୍ କି ଗାଡିରେ ବସିନାହାନ୍ତି । ଏଭଳି ଦୁଇଟି ଗ୍ରାମ ହେଉଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତର ବାଲମାହା ଓ ଡାମେରୀ। ଏହି ଦୁଇ ଗ୍ରାମ ପାହାଡ ଉପରେ ରହିଛି। ଗାଁକୁ ଯିବାକୁ ହେଲେ ଟେଙ୍ଗେରୀ ଦେଇ ତଣ୍ଡାପଦର ଯାଇ ସେଠାରୁ ମୋଟରସାଇକଲ କିମ୍ବା ଅନ୍ୟ ଯାନ ରଖି  ପ୍ରାୟ ୫ କିମିରୁ ଅଧିକ ରାସ୍ତା ଚାଲିଚାଲି ଯିବାକୁ ପଡ଼ିବ । ପ୍ରଥମେ ଏକ ଛୋଟିଆ ନାଳ ଅତିକ୍ରମ କରିବା ପରେ ପାହାଡ ଚଢିଚଢି ଗ୍ରାମକୁ ଯିବାକୁ ପଡ଼େ । ଦୁଇ ଗ୍ରାମକୁ ରାସ୍ତା ନ ଥିବାରୁ ସାଇକଲରେ ଯିବା କଷ୍ଟକର। ଏହି ଦୁଇ ଗ୍ରାମରେ ପ୍ରାୟ ୧୮ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ହେଲା ଧାନ ଚାଷ । ଏଠାରେ କୌଣସି ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ହେଉନାହିଁ  କି'  ଗ୍ରାମବାସୀ ମାନେ ବାହାରକୁ କୁଆଡ଼େ ଯାଉନାହାନ୍ତି। ପାହାଡ଼ ଉପରେ ରହୁଥ‌ିବାରୁ ଯିବା ଆସିବାରେ ଅଧିକ ସମୟ ଚାଲିଯିବ ଭାବି ଗ୍ରାମବାସୀ କାମ କରିବାକୁ ମଧ୍ୟ ବାହାରକୁ ଯାଉନାହାନ୍ତି। ଗର୍ଭବତୀ ଚିକିତ୍ସାଳୟକୁ ନଯାଇ ଘରେ ପ୍ରସବ କରନ୍ତି। କାହାର ଦେହ ଖରାପ ହେଲେ ଦେଶୀ ଚିକିତ୍ସା କରନ୍ତି। ଦୁଇ ଗ୍ରାମରେ ପ୍ରାୟ ୨୦ରୁ ଅଧିକ ୩ବର୍ଷରୁ୧୫ ବର୍ଷ ବୟସ୍କ ପିଲା ଅଛନ୍ତି। ସଂଜିବ ମାଝୀ( ୮), ସମର ମାଝୀ (୬), ଉର୍ଷ ମାଝୀ,ଅଚିତା ମାଝୀ(୪), ଅନିମ କହଁର (୮) ବର୍ଷ ଭଳି ଅନେକ ଶିଶୁ ଗ୍ରାମରେ ରହିଥିଲେ ସୁଦ୍ଧା ଗ୍ରାମର କୌଣସି ପିଲା ଆଜି ପର୍ଯ୍ୟନ୍ତ ଅଙ୍ଗନବାଡି କିମ୍ବା ବିଦ୍ୟାଳୟ ପିଣ୍ଡା ମାଡ଼ିନାହାନ୍ତି । ଦୁଇ ଗ୍ରାମର ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅପାଠୁଆ। ଗ୍ରାମବାସୀଙ୍କ କହିବାନୁସାରେ ଗାଁ ପାଖରେ ସ୍କୁଲ ନାହିଁ I ପାଠ ପଢିବାକୁ ହେଲେ ବଣ ପାହାଡ଼ ଦେଇ ୭କିମିରୁ ଅଧିକ ରାସ୍ତା ଗୁମୁଡୁମାହାକୁ ଯିବାକୁ ପଡିବ । ପାଖରେ ବିଦ୍ୟାଳୟ ନାହିଁ । ତେଣୁ ପାଠ ପଢିବାକୁ ଯାଇନୁ ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଏହି ଗ୍ରାମର ସମସ୍ତ ପରିବାର ଆଦିବାସୀ; କିନ୍ତୁ ସେମାନଙ୍କ ପାଖରେ ଜାତି ପ୍ରମାଣପତ୍ର ଓ ଜମି ପଟ୍ଟା ନାହିଁ । ଏମାନଙ୍କ ସବୁଦିନିଆ ଖାଦ୍ୟ ହେଉଛି ପେଜ ଭାତ, ଲୁଣ ଓ ଲଙ୍କାଗୁଣ୍ଡ । ଗାଁରେ ପାନୀୟ ଜଳର ସୁବିଧା ନାହିଁ। ଗ୍ରାମବାସୀ ଚୁଆ ଖୋଳି ପାଣି ବ୍ୟବହାର କରନ୍ତି। ଗ୍ରାମରେ ବିଜୁଳି ନାହିଁ, ସନ୍ଧ୍ୟା ହୋଇଗଲେ ଗାଁରେ ଡିବିରି ଆଲୁଅ ଭରସା। ସନ୍ଧ୍ୟା ହୋଇଗଲେ ତାଟି କବାଟ ପଡ଼ିଯାଏ। ଦୁଇ ଗ୍ରାମରେ ବିକାଶର ଛିଟା ପଡିନାହିଁ ବୋଲି ବାଲିମାହା ଗ୍ରାମର ସାଇନ୍ଦ ମାଝୀ, ଦାନୁଲି ମାଝୀ, ବେଲାସନ ମାଝୀ, ବାଜାଲି ମାଝୀ, ନିକନ୍ତି ମାଝୀ, ଖୁଦ ମାଝୀ, ସୁରେନ୍ଦ୍ର ମାଝୀ ଏବଂ ଓଡାମେରୀ ଗ୍ରାମର ରଙ୍ଗା ମଲିକ, ଲିମା ମାଝୀ କହିଛନ୍ତି, ଗ୍ରାମରେ ସେମାନେ ଜେଜେବାପା ଅମଳରୁ ୬୦ ବର୍ଷ ଧରି ରହିଆସୁଛନ୍ତି; କିନ୍ତୁ ଗ୍ରାମକୁ କୌଣସି ସରକାରୀ ସୁବିଧା ପହଞ୍ଚି ନାହିଁ। ଗାଁରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ମଧ୍ୟ ପଡିନାହିଁ I ଆମେ ପାଠ ପଢିନୁ କି ଆମ ପିଲାମାନେ ପାଠ ପଢି ନାହାନ୍ତି । ନିର୍ବାଚନ ସମୟରେ ବି କୌଣସି ନେତା ଆମ ଗାଁକୁ ଆସନ୍ତି ନାହିଁ । ତଥାପି ଆମେ ନିର୍ବାଚନ ସମୟରେ ଭୋଟ ଦେଉଛୁ। ଗାଁର ସମସ୍ୟା ସମ୍ପର୍କରେ  କହିଛନ୍ତି ଗ୍ରାମ ଦୁଇଟି ପାହାଡ଼ ଉପରେ ରହିଛି। ତଣ୍ଡପଦରଠାରୁ ଗ୍ରାମକୁ ଯିବା ରାସ୍ତାରେ ମନରେଗାରେ ମାଟି ପକାଯାଇଛି। ଗ୍ରାମକୁ ପୂରା ମାଟି ପକାଇଲେ ବି କିଛି ଲାଭ ହେବନି। କାରଣ ଗୋଟିଏ ବର୍ଷାରେ ମାଟି ଧୋଇଯିବ। ରାସ୍ତା ନଥିବାରୁ ଗ୍ରାମକୁ ଯାତାୟାତ କରି ହେଉନି । ଗାଁକୁ ରାସ୍ତା ହେବା ପରେ ଅନ୍ୟ ସବୁ ସୁବିଧା ଯୋଗାଇବୁ ବୋଲି ପରମପାଙ୍ଗା ସରପଞ୍ଚ ରଜନୀ ମଳିକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026
  ଜିଲ୍ଲା  
ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   24-Oct-2026
  ଜିଲ୍ଲା  
ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !    24-Oct-2026

You Might Also Like