-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||     

HOME   ଜିଲ୍ଲା

ଇଚ୍ଛାପୁର ସରପଞ୍ଚଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ, ଖଣ୍ଡା, ଗାଡି ଜବତ

01-Aug-2024



ଡୁଙ୍ଗୁରିପାଲ୯(ଅରବିନ୍ଦ ମିଶ୍ର)-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର ସରପଞ୍ଚ ପ୍ରଶାନ୍ତ ସାହୁଙ୍କୁ ଗତ ୨୬ ତାରିଖ ଅପରାହ୍ନ ୪.୪୫ରେ  ବ୍ଲକ କାର୍ଯ୍ୟାଳୟ ପରିସର ବିଡିଓଙ୍କ ସରକାରୀ ବାସ ଭବନ ସମ୍ମୁଖରେ ତିନି ଜଣ ଆକ୍ରମଣ କରିଥିଲେ ।  ଆକ୍ରମଣ ପରେ ସମସ୍ତ ଅଭିଯୁକ୍ତ ଫେରାର ଥିଲେ ।  ଏହାକୁ ନେଇ ସରପଞ୍ଚ ସଂଘ ଗିରଫ କରାନଗଲେ ଆନ୍ଦୋଳନର ଧମକ ମଧ୍ୟ ଦେଇଥିଲେ । ଏହାକୁ ନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ପରେ  ପୁଲିସ ପକ୍ଷରୁ ତତ୍ପରତା ଦେଖା ଦେଇଥିଲା ।  ଘଟଣା ପରେ ଅଭିଯୁକ୍ତ ମାନେ ଫେରାର ହୋଇଥିବାରୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ସୁରାକ ପାଇ ନଥିଲେ । ବିଶ୍ୱସ୍ତ ସୂତ୍ରରୁ ପୁଲିସ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ମାନେ ମଧ୍ୟପ୍ରଦେଶର ଭିଲାଇ ସହରରେ ରହୁଛନ୍ତି ।

ଥାନାଧିକାରୀ ସତ୍ୟନାରାୟଣ ପଧାନଙ୍କ ତତ୍ତ୍ୱାବଧାନରେ କେତେକ  ବିଶ୍ୱସ୍ତ ପୋଲିସ ମାନଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲେ । ସେମାନଙ୍କୁ ନେଇ ପୁଲିସ  ଭିଲାଇରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ମାରିଥିଲେ । ପୋଲିସ ସେମାନଙ୍କ ପିଛା କରିଥିଲେ । ପରିଶେଷରେ ଡୁଙ୍ଗୁରିପାଲି ଥାନା  ଚିନାଯୁରୀ ନିକଟରେ ସମସ୍ତଙ୍କୁ କାବୁ କରିଥିଲେ ।  ସେମାନେ ଏକ କାର ଯୋଗେ ଭିଲାଇରୁ ଓଡିଶାର  ଚିନାଯୁରୀକୁ ଆସୁଥିବା ବାଟରେ ଗାଡି ସହିତ ଏମାନଙ୍କୁ ଧରିବାରୁ ସଫଳ ହୋଇଥିଲେ । ତିନି ଅଭିଯୁକ୍ତ ହେଲେ ଇଚ୍ଛାପୁର ପଞ୍ଚାୟତର ସାନଫଟାମୁଣ୍ଡା ଗ୍ରାମର ଜୟଲାଲ ମଟାରୀଙ୍କୁ ଦୁଇ ପୁଅ ଅରକ୍ଷିତ ମଟାରୀ(୨୬) ଓ ବିଶ୍ୱଜିତ ମଟାରୀ (୨୧) ଏବଂ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ପ୍ରେମସଗର ପୋଲିସ ଚୌକ ହନୁମନ୍ତାଲର ୱାର୍ଡ ନଂ.୫୮, ରାଧାକୃଷ୍ଣ ଏରିଆର  ଆକାଶ ଭଟ୍ଟ(୨୬) ।  ଏମାନଙ୍କୁ ଆଣି ଥାନାରେ ପଚରା ଉଚୁରା ପରେ ସେମାନେ ସରପଞ୍ଚଙ୍କୁ ଖଣ୍ଡାରେ ହାଣି ଥିବା ସ୍ୱୀକାର କରିବା ସହ  ଏଥିରେ ବ୍ୟବହୃତ ଖଣ୍ଡା ଚିଙ୍ଗେରକଟା ରାସ୍ତାର ଏକ ବୁଡା ମୂଳରୁ ତିନିଟି ଖଣ୍ଡା ଉଦ୍ଧାର କରିବା ସହ  ବ୍ୟବହୃତ ଗାଡି  ମହିନ୍ଦ୍ରା ଏକ୍ସୟୁଭି ୫୦୦ ଓଡି ୦୩-କ୍ୟୁ-୨୪୪୫କୁ ଜବତ କରାଯାଇଛି ।

 ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ସେମାନେ ସ୍ୱିକାର କରିଛନ୍ତି । ଘଟଣାଟି ହେଲା- ଅଭିଯୁକ୍ତ ଅରକ୍ଷିତର ଶଳା  ଇଚ୍ଛାପୁରରେ ଏକ ବାହା ଘର ଭୋଜିରେ ଯୋଗ ଦେଇଥିଲେ । ସେଠାରେ ସେମାନଙ୍କ ସହିତ ଝଗଡା ହୋଇଥିଲା ।  ନିର୍ବାଚନରେ ସରପଞ୍ଚ ଏବଂ ଅଭିଯୁକ୍ତ ମାନେ ଭିନ୍ନ ଭିନ୍ନ ଦଳର ହୋଇଥିବାରୁ ଉକ୍ତ ଘଟଣା ଘଟିଥିବା ସେମାନେ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସରପଞ୍ଚ ୨୬ତାରିଖ ବ୍ଲକରେ କାମ ସାରି ନିଜ କାରରେ ଫେରୁଥିବା ବେଳେ ସମସ୍ତ ଅଭିଯୁକ୍ତ ତାଙ୍କୁ ଖଣ୍ଡାରେ ହାଣିଥିଲେ । ସେ ଗୁରୁତର ଅବସ୍ଥାରେ ବିଡିଓଙ୍କ ସରକାରୀ ବାସଭବନକୁ ପଶି ଯାଇ ଭିତର ପଟରୁ ଗେଟ  ବନ୍ଦ କରିଦେବାରୁ ବର୍ତ୍ତି ଯାଇଥିଲେ । ତଥାପି ମଧ୍ୟ ତାଙ୍କର ମୁଣ୍ଡ,ହାତ ତଥା ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେ ବୁର୍ଲାରେ ଚିକିତ୍ସାଧିନ ରହିଛନ୍ତି । ଘଟଣା ପରେ ବ୍ଲକ ଅଂଚଳରେ ଆତଙ୍କ  ଖେଳି ଯାଇଥିଲା । ଡୁଙ୍ଗୁରିପାଲି ପୁଲିସ ପକ୍ଷରୁ  ୧୭୬/୨୪ରେ ଏକ ମାମଲା ଋଜୁ ହୋଇ ଅଭିଯୁକ୍ତମାନଙ୍କୁ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨)/୨୯୬/୧୧୫(୨)/୧୧୮(୧)/୧୦୯(୧)/୩୨୪(୪) ୩(୫) ରହିଥିବା ତଦନ୍ତକାରୀ ଥାନା ଅଧିକାରୀ  ସତ୍ୟନାର‌୍ୟାନ ପଧାନ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଅରକ୍ଷିତ ଏବଂ ଆକାଶ ଭଟ୍ଟ ନାମରେ ବଲାଙ୍ଗିର ଥାନାରେ ମଧ୍ୟ ବିଭିନ୍ନ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ   26-Oct-2026
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026

You Might Also Like