-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
29-Jul-2024
ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଶିକ୍ଷା ସପ୍ତାହ ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଇକୋ କ୍ଲବ ମାଷ୍ଟର ଟ୍ରେନର ଶ୍ରୀଯୁକ୍ତ ସଞ୍ଜୟ ଖମାରୀ ଏବଂ ଶିକ୍ଷୟିତ୍ରୀ ଶ୍ରୀମତି ସୌଦାମିନୀ ବାରିକଙ୍କ ନେତୃତ୍ବରେ ସପ୍ତାହବ୍ୟାପୀ ବିଭିନ୍ନ ଦିବସ ଯଥା ଶିକ୍ଷଣ ସାମଗ୍ରୀ ଦିବସ,ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ, କ୍ରୀଡ଼ା ଦିବସ, ସାଂସ୍କୃତିକ ଦିବସ, ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ,ଇକୋ କ୍ଲବ ମିଶନ ଲାଇଫ୍ ଦିବସ ଓ
ବିଦ୍ୟାଳୟ ପୋଷଣ ଦିବସ ଏବଂ ସଂପ୍ରଦାୟ ଯୋଗଦାନ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଶିକ୍ଷଣ ସାମଗ୍ରୀର ପ୍ରଯୋଗବିଧି, ମୌଳିକ ସାକ୍ଷରତା ଜ୍ଞାନ ଆହରଣ, କ୍ରୀଡ଼ା ପ୍ରତଯୋଗିତା ଓ ଯୋଗାସନ, ପାରମ୍ପରିକ ଲୋକକଳା, ପୋଷଣ ସମ୍ବନ୍ଧୀୟ ଜ୍ଞାନ, ତିଥି ଭୋଜନ ଏବଂ ମାଁ ପାଇଁ ଗଛଟିଏ ଆଦି କାର୍ଯ୍ୟକ୍ରମ ଶିକ୍ଷାର୍ଥୀମାନଙ୍କ ଦ୍ବାରା ବେଶ୍ ଆଦୃତ ହୋଇଥିଲା।ଶିକ୍ଷକ ଆଶୁତୋଷ ଭୋଇ, ତେଜରାମ ସା, ବୋଧରାମ ବିଶ୍ବାଳ, ଈଶ୍ୱର ପଧାନ, ଜ୍ୟୋତିଶ୍ଚନ୍ଦ୍ର ପଧାନ, ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ, ଅମୂଲ୍ୟ ଭୋଇ, ପଦ୍ମଲୋଚନ ବିଶି, ଅଶୋକ ଦାସ, ରଂଜିତ ସାହୁ, ଆଲୋକ ଭୋଇ,ଦେବାଶିଷ ଭୁଏ,ଶିକ୍ଷୟିତ୍ରୀ ରାଜକୁମାରୀ ଭୁଏ, ଅନୀତା ପଧାନ,ସଙ୍ଗୀତା ସାହୁ,ତାରାବତୀ ସାହୁ, ରଞ୍ଜୁ ବଣିଆ ସକ୍ରିୟ ସହଯୋଗ କରିବା ସହିତ ଶିକ୍ଷାର୍ଥୀମାନଙ୍କୁ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ଉତ୍ସାହିତ କରିଥିଲେ।ବିଦ୍ୟାଳୟରେ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଶିକ୍ଷା ସପ୍ତାହର ସମସ୍ତ କାର୍ଯ୍ୟକ୍ରମରେ ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ , ଶକ୍ତି କ୍ଲବ , ନେତାଜୀ ସ୍କାଉଟ୍ ଓ ଜୁନିଅର ରେଡ କ୍ରସର ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।