-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||     

HOME   ରାଜନୀତି

ବିଧାନସଭାରେ ଉଠିଲା ବଲାଙ୍ଗୀରରେ କୃଷିବିଶ୍ୱବିଦ୍ୟାଳୟ ପ୍ରସଙ୍ଗ

24-Jul-2024



ବଲାଙ୍ଗୀର: ବଲାଙ୍ଗୀରରେ ଓଡିଶାର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବହୁବର୍ଷ ହେଲା ଦାବିହୋଇ ଆସୁଛି । ଆଜି ଏହି ପ୍ରସଙ୍ଗରେ ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ବିଧାନସଭାରେ ଏନେଇ ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ବଲାଙ୍ଗୀରରେ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକସଶକ୍ତିକରଣ ବିଭାଗର ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି ଯେ,ରାଜ୍ୟରେ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ନିମନ୍ତେ ଭାରତ ସରକାରଙ୍କ ଶିକ୍ଷାନୀତି,ୟୁଜିସିର ନୀତିନୀୟମ ଏବଂ ଶିକ୍ଷାର ପରିମାପକର ନିର୍ଦ୍ଦେଶାବଳୀ(ଡିନସ କମିଟି ରିପୋର୍ଟ) ଅନୁସରଣ କରାଯାଏ । ବଲାଙ୍ଗୀର ଜିଲ୍ଲାରେ ଓଡିଶା କୃଷି ଓ ବୈଷୟୀକ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କୃଷିବିଜ୍ଞାନ କେନ୍ଦ୍ର(କେଭିକେ) ମାଧ୍ୟମରେ ଜିଲ୍ଲାର ଚାଷିମାନଙ୍କ ଜମିରେ କ୍ଷେତ୍ର ପରୀକ୍ଷଣ ଓ କ୍ଷେତ୍ରପ୍ରଦର୍ଶନ କରାଯାଇ ଚାଷିଙ୍କୁ ତାଲିମ ଦିଆଯାଉଛି ଏବଂ ଗୋଟିଏ ଅଗ୍ରୋପଲିଟେକନିକ ସେଣ୍ଟର ମଧ୍ୟ କାର୍ଯ୍ୟ କରୁଅଛି ବୋଲଗ୍ମନ୍ତ୍ରୀ ଉତ୍ତର ରଖିଛନ୍ତି । ସେହିପରି ବିଧାୟକ କଳିକେଶଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରରଖି କହିଛନ୍ତି ଯେ,ବଲାଙ୍ଗୀର ଜିଲ୍ଲାର ୧୪ଗୋଟି ବ୍ଲକ ଓ ୫ଟି ସହରାଞ୍ଚଳରେ ମୋଟ ୪,୨୦,୦୫୯ ପରିବାରର ୧୩,୬୯,୩୯୫ ଜଣ ସଦସ୍ୟଙ୍କୁ ଜାତୀୟଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟିକାର୍ଡ ପ୍ରଦାନ କରାଯାଇଛି । ଏହି ତାଲିକାରୁ ବଞ୍ଚିତ ଥିବା ପରିବାରଙ୍କୁ ସାମିଲ କରିବାକୁ ଜିଲ୍ଲାରେ ୩୭୮ଟି ରେସନକାର୍ଡ ପରିଚାଳନା(ଆରସିଏମଏସ) କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି  ଯେଉଁଠି ଆବେଦନକାରୀମାନେ ଆବେଦନ କରିପାରିବେ । ଏହା ବ୍ୟତିତ ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ୱେବସାଇଟରେ ମଧ୍ୟ ଆବେଦନ କରାଯାଇ ପରିବ । ଆବେଦନ ଦାଖଲ କଲାପରେ ଏହାକୁ ୧୨ଟି ସ୍ୱତଃ ଯୋଗଦେବା ମାନଦଣ୍ଡ ଓ ୧୦ଗୋଟି ବାଦଦେବା ମାନଦଣ୍ଡ ଆଧାରରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଦ୍ୱାରା ଏହାର ଯାଞ୍ଚ କରାଯିବ । ତେବେ ଏବେ ହିତାଧିକାରୀ ତଥ୍ୟାବଳିକୁ ସ୍ୱଚ୍ଛ କରିବାକୁ ଆଧାର ଭିତ୍ତିକ (ଇ କେୱାଇସି) ଯାଞ୍ଚ ଚାଲିଥିବାରୁ ଏହି ପ୍ରକ୍ରୀୟା ସରିଲାପରେ ନୂଆ ହିତାଧିକାରୀଙ୍କୁ ରେସନକାର୍ଡ ଯୋଗାଇବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତରରଖିଛନ୍ତି । ଠିକ ସେହିପରି ବଲାଙ୍ଗୀର ଓ ବଲାଙ୍ଗୀର ସଦରବ୍ଲକଅଞ୍ଚଳ ପ୍ରାଣୀଧନର ବୀମା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ସେଥିରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉତ୍ତର ରଖିକହିଛନ୍ତି ଯେ,ବଲାଙ୍ଗୀର ପୌରପାଳିକାରେ ଗାଈଗୋରୁସଂଖ୍ୟା ୧୯୪୨ଟି ଓ ୩,୮୪୦ ଛେଳି,ମେଣ୍ଢା ଓ ଘୁଷୁରୀ ରହିଥିବା ବେଳେ ସେଥିରୁ ମାତ୍ର ୩୫ଟି ଗାଈଗୋରୁ ବୀମାଭୁକ୍ତ ହୋଇଛନ୍ତି । ସେହିପରି ବଲାଙ୍ଗୀର ସଦର ବ୍ଲକରେ ୧୮,୫୩୩ଟି ଗାଈଗୋରୁ ଓ ୩୩,୩୨୮ଟି ଛେଳି,ମେଣ୍ଢା ଓ ଘୁଷୁରୀ ଅଛନ୍ତି । ସେଥିରୁ ୨୧୮ଟି ଗାଈଗୋରୁ ଓ ୧୨୨ଟି ଛେଳିମେଣ୍ଢା ବୀମାଭୁକ୍ତ ହୋଇଛନ୍ତି ବୋଲି ଉତ୍ତର ମିଳିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026

You Might Also Like