-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
10-Jul-2024
* (ଡୋଲେଶ୍ଵର ବାଗ )
ନୂଆପଡ଼ା ସହର ଏକ ହୋଟେଲ ମାଲିକଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହୋଟେଲ ମାଲିକ ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଗାଁର ପିଙ୍କୁ କୁମାର ସାହୁ(୩୭) । ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ଶବ ରହିଅଛି। ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଗାଁର ପିଙ୍କୁ ନୂଆପଡ଼ା ସହର ତହସିଲ ଅଫିସ ସମ୍ମୁଖରେ ଏକ ହୋଟେଲକୁ ଭଡ଼ାରେ ଚଳାଉଥିଲେ । ସେ ମାଣ୍ଡୋସିଲ ଓ ନୂଆପଡ଼ାକୁ ଯିବା ଆସିବା କରି ରହୁଥିଲେ । ଆଜି ରାତି ପ୍ରାୟ ୯ ଟାରେ ମାଣ୍ଡୋସିଲ ଗାଁ ନିକଟ ଭୁତମୁଣ୍ଡା ରାସ୍ତାର ଏକ ଚାଷଜମିରେ ତାଙ୍କ ମୃତ ଦେହ ମିଳିଅଛି । ଶରୀର ରେ ଧରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲି ଯାଇଥିଲେ । ସେଠି ଚାଷଜମି କାଦୁଅରେ ପିଙ୍କୁଙ୍କୁ ଗୁରୁତର ଅବସ୍ଥାରେ ଛାଡି ଚାଲିଥିଲେ ।
ରାତିରେ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ମୃତ ଘୋଷଣା କରିଥିଲେ । ତଣ୍ଟିକୁ କାଟି ହତ୍ୟା କରିଥିବା ସନ୍ଦେହ ସହ ମୁଣ୍ଡ ଓ ଦେହରେ କ୍ଷତ ଚିହ୍ନ ଲାଗିଛି । ଏବେ ମୃତଦେହ ବ୍ୟବଚ୍ଛେଦ ପାରେ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ପୂର୍ବରୁ ଗଞ୍ଜେଇ କାରବାର କରୁଥିଲେ । ସେମାନଙ୍କ ଦୁଇ ଗୋଷ୍ଠୀ ହୋଇ ହତ୍ୟା ହୋଇଥିବା ପୋଲିସ ସନ୍ଦେହ କରୁଅଛି।