-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
10-Jul-2024
ବଲାଙ୍ଗିର(ମହେନ୍ଦ୍ର ଦର୍ଜି): ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ତିନିଦିନିଆ ଗସ୍ତରେ ବଲାଙ୍ଗୀରରେ ପହଂଚିଛନ୍ତି l ନିର୍ବାଚନରେ ବିଜୟ ପରେ କନକବର୍ଦ୍ଧନ ସିଂହଦେଓ ତାଙ୍କ ନିର୍ବାଚନ ମଣ୍ଡଳୀକୁ ପ୍ରଥମଗସ୍ତ ହୋଇଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ପାଟଣାଗଡ଼ ଜନସାଧାରଣ ତଥା କର୍ମୀ ମାନଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି l ବଲାଙ୍ଗିର ଜିଲ୍ଲା ବାନ୍ଧନଭାଡ଼ି ଠାରୁ ଏକ ବାଇକ ରେଲି ରେ ଭବ୍ୟସ୍ୱାଗତ କରାଯାଇଥିବା ବେଳେ ପାଟଣାଗଡ଼ ର ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ସ୍ୱାଗତ କରିଥିଲେ l ଉପମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ସ୍ତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ମଧ୍ୟ ତାଙ୍କ ସହିତ ଥିଲେ l ଉପମୁଖ୍ୟମନ୍ତ୍ରୀ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶୃତି ପାଳନ କରିବେ ବୋଲି କହିଥିଲେ l