-+91-9937148622 |
prerana_bgr@rediffmail.com |
Monday 10th February 2025 |
R.N.I. Regd No. ODIODI/2010/46693
Breaking News
10-Jul-2024
- ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ବିଶ୍ୱ ର ସର୍ବ ବୃହତ ଅଣ ରାଜ ନୈତିକ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର 76 ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି l ଏହି ଅବସରରେ ଏବିଭିପି ସୋନପୁର ଜିଲ୍ଲା ତରଫରୁ ଏହାକୁ ଏକ ଭିନ୍ନ ଢଙ୍ଗ ରେ ପାଳନ କରାଯାଇଛି l ପ୍ରତିଷ୍ଠା ଦିବସରେ ସୋନପୁର ଜିଲ୍ଲା କାର୍ଯ୍ୟକର୍ତା ମାନେ ସୋନପୁର ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ ରେ ପହଂଚି ସେଠାରେ ଥିବା ବିଦ୍ୟାର୍ଥୀ ମାନଙ୍କ ସହ ମିଶି ଏବିଭିପି ର ପତାକା ଉତ୍ତୋଳନ କରିଥିଲେ l ପୁରା ଦିନ ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କ ସହ ମିଶି ନାଚ,ଗୀତ କରିବା ସହ ତାଙ୍କ ସହିତ ଭୋଜନ ମଧ୍ୟ କରିଥିଲେ l ସେଠାର ଥିବା ବିଦ୍ୟାର୍ଥୀ ମାନେ ତାଙ୍କ କଳା ର ପ୍ରଦର୍ଶନ କରି ନିଜ ନିଜର ପ୍ରତିଭା କୁ ଲୋକ ଲୋଚନ କୁ ଆଣି ଖୁସି ମନାଇ ଥିଲେ l ଏହି ଛାତ୍ର ଛାତ୍ରୀ ସୁନ୍ଦର ସୁନ୍ଦର ଭଜନ ସଂଗୀତ ଗାଇବା ସହ ନୃତ୍ୟ ପରିବେଷଣ ଓ ବାଜା ବଜାଇ ଥିଲେ l ଏହି କାର୍ଯ୍ୟକ୍ରମ କୁ ସେହି ବିଦ୍ୟାଳୟ ରେ ଥିବା କର୍ମଚାରୀ ମାନେ ମଧ୍ୟ ଅନେକ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଏବିଭିପି ସୋନପୁର ଜିଲ୍ଲା ସହ - ପ୍ରମୁଖ ପ୍ଲାବନ ମହାପାତ୍ର ଏବିଭିପି ସେବାର୍ଥେ ବିଦ୍ୟାର୍ଥୀ ର ରାଜ୍ୟ ସଂଯୋଜକ ଶୁଭମ ପ୍ରସାଦ ମିଶ୍ର,ଏବିଭିପି ସୋନପୁର ଜିଲ୍ଲା ଜିଲ୍ଲା ସଂଯୋଜକ ସୁବ୍ରତ ରାଣା,ବିଭାଗ ରାଷ୍ଟ୍ରୀୟ କଳା ମଞ୍ଚ ସଂଯୋଜିକା ସୁପ୍ରିୟା ଶର୍ମା,ବିଭାଗ ସୋସିଆଲ ମିଡ଼ିଆ ସଂଯୋଜକ ସୁମନ୍ତ ଜଗଦଲା, ଆଲିଆ ବଗର୍ତି, ଲିପି ଥାନାପତି, ମାମାଲି ସାହୁ, ସିପୁନ, ରୀତିକ, ଆକାଶ ମେହେର, ଲିଙ୍କନ ମିଶ୍ର, ପ୍ରଦୀପ ଦୀପ, ମିଲନ ଙ୍କ ଅନେକ ପ୍ରମୁଖ କାର୍ଯ୍ୟକର୍ତ୍ତା ଥିଲେ l