-+91-9937148622 |
prerana_bgr@rediffmail.com |
Thursday 1st May 2025 |
R.N.I. Regd No. ODIODI/2010/46693
Breaking News
10-Jul-2024
ଧର୍ମଗଡ଼ ( ଜ୍ୟୋତିରଞ୍ଜନ ବେମାଲ ) ଅଲ ଓଡିଶା ଜିଇଓ ଟ୍ୟାଗ କର୍ମଚାରୀ ମହାସଂଘ ର ନିର୍ଦେଶ କ୍ରମେ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା ଜିଇଓ ଟ୍ୟାଗ କର୍ମଚାରୀ ମହାସଂଘ ର ବାର୍ଷିକ ସାଧାରଣ ସଭା ଓ ନୂତନ ଜିଲ୍ଲା କର୍ମ କର୍ତ୍ତା ଗଠନ ହୋଇଯାଇଛି । ଜୁନାଗଡ଼ ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଲକ ର ଶତାଧିକ ଜିଇଓ ଟ୍ୟାଗ ଯୁବକ ଯୁବତୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ଅଲ ଓଡିଶା ଜିଇଓ ଟ୍ୟାଗ କର୍ମଚାରୀ ମହାସଂଘ ର ଉପସଭାପତି ଶ୍ରୀଯୁକ୍ତ ଡମ୍ବରୁଧର ବେହେରା, ସମ୍ମାନିତ ଅତିଥି ଭାବରେ କୋରାପୁଟ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜଳନ୍ତ କୁଲଦୀପ, ନବରଙ୍ଗପୁର ଜିଲ୍ଲା ସଭାପତି ଜୟନ୍ତ ଯାନୀ ଉପସ୍ଥିତ ଥିଲେ । ସର୍ବସମ୍ମତି କ୍ରମେ କଳାହାଣ୍ଡି ଜିଲ୍ଲା ଜିଇଓ ଟ୍ୟାଗ କର୍ମଚାରୀ ମହାସଂଘ ର ସଭାପତି ଭାବରେ ଶ୍ରୀଯୁକ୍ତ ଡମ୍ବରୁଧର ବେହେରା, ଉପସଭାପତି ଭାବରେ ଶ୍ରୀଯୁକ୍ତ ନିରାକାର ଗୋପାଳ ଓ ବିପିନ ବିହାରୀ ସାହୁ, ସମ୍ପାଦକ ଭାବରେ ଶ୍ରୀଯୁକ୍ତ ମହାଦେବ କାଣ୍ଡ, ସହ ସମ୍ପାଦକ ଭାବରେ ଶ୍ରୀଯୁକ୍ତ ମନୋଜ ବାଗ ଓ ବିକ୍ରମ ସାହୁ, କୋଷାଧକ୍ଷ ଭାବରେ ଶ୍ରୀଯୁକ୍ତ କପିଳେଶ୍ୱର ମେହେର, ସୋସିଆଲ ମିଡ଼ିଆ ସଂଯୋଜକ ଭାବରେ ଶ୍ରୀଯୁକ୍ତ ଆଲୋକ ବେହେରା ଓ ଅଭିରାମ ନାଏକ ମନୋନୀତ ହୋଇଥିଲେ, ଆଗାମୀ ଦିନରେ ଜିଇଓ ଟ୍ୟାଗ କର୍ମଚାରୀ ମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା, କାର୍ଯ୍ୟକ୍ରମ କୁ କଳାହାଣ୍ଡି ଜିଲ୍ଲା ଜିଇଓ ଟ୍ୟାଗ କର୍ମଚାରୀ ମହାସଂଘର ଉପସଭାପତି ଶ୍ରୀଯୁକ୍ତ ନିରାକାର ଗୋପାଳ ପରିଚାଳନା କରିଥିଲେ l