-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
10-Jul-2024
ବିନିକା(ହିମାଂଶୁ ଶେଖର ପୁଟେଲ )ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀକ୍ଷେତ୍ର ଠାରେ ଅନୁଷ୍ଟିତ ଜଗତରନାଥ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଦର୍ଶନ ନିମନ୍ତେ ଆସିଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ସୁବର୍ଣ୍ଣପୁର ରେଡକ୍ରସ ସଂସ୍ଥାର ସ୍ଵେଚ୍ଛାସେବୀ ମାନେ ବିଭିନ୍ନ ସାମାଜିକ ଓ ମହତ କାର୍ଯ୍ୟକ୍ରମ ନିର୍ଭୀକ ଭାବେ ତୁଲାଇଛନ୍ତି । ସୂଚନାଯୋଗ୍ୟ ଯେ ଓଡ଼ିଶା ରାଜ୍ୟ ଶାଖା ତରଫରୁ ଆୟୋଜିତ ଜାତୀୟସ୍ତରୀୟ ସେବା ଶିବିରରେ ସୁବର୍ଣ୍ଣପୁର ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଉମାକାନ୍ତ ନାଗଙ୍କ ନେତୃତ୍ୱରେ ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ କଲେଜ ଯୁବ ରେଡ଼କ୍ରସ କାଉନସିଲଲ ବିଶ୍ଵନାଥ ମିଶ୍ର, କାଦୋଦର ମାଁ ଉମାଦେଵୀ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଉଦ୍ଧବ ପ୍ରଧାନ,ବରଗଡ଼ ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ମହେନ୍ଦ୍ର ଆଚାର୍ଯ୍ୟ,ସ୍ଵେଚ୍ଛାସେବୀ ପ୍ରିତମ କୁମ୍ଭାର,ଦୀନବନ୍ଧୁ ଜେନା,ଦିନେଶ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଭକ୍ତଙ୍କୁ ସେବା ଯୋଗାଇ ଦେବା ସହିତ ପୁରୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଥିଲେ।ଅନୁଷ୍ଟିତ ଏହି ଶିବିରର ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ମହାମହିମ ରାଜ୍ୟପାଳ ରଘୁବୀର ଦାସ,ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ,ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ସଚିବ ବିଭୂତି ଭୂଷଣ ପଟ୍ଟନାୟକ ଯୋଗ ଦେଇଥିଲେ ।