-+91-9937148622 |
prerana_bgr@rediffmail.com |
Wednesday 30th April 2025 |
R.N.I. Regd No. ODIODI/2010/46693
Breaking News
10-Jul-2024
ବୌଦ୍ଧ(ଜୟାନନ୍ଦ ମିଶ୍ର ): ଗତକାଲି ସନ୍ଧ୍ୟାରେ ବୌଦ୍ଧ ସହରସ୍ଥ ମାଉସୀ ମା ମନ୍ଦିରରେ ପ୍ରଭୁ ଜଗନ୍ନାଥ ମତ୍ସ୍ୟ ଓ କଚ୍ଛପ ଅବତାର ଧାରଣ କରିଥିଲେ l ରଥ ଯାତ୍ରାର ଏକ ଦିନ ପରେ ବାହୁଡା଼ ଆଗ ଦିନ ପର୍ଯ୍ୟନ୍ତ ପ୍ରଭୁ ଦଶାବତାର ବେଶ ମାଧ୍ୟମରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି l ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଭକ୍ତ ଗଣ ଜଗନ୍ନାଥଙ୍କ ଦଶାବତାର ବେଶ ଦେଖିବlକୁ ମାଉସୀ ମା ମନ୍ଦିରକୁ ଆସି ଦର୍ଶନ କରି ନିଜ ଜୀବନକୁ ଚରିତାର୍ଥ କରିଥାଆନ୍ତି l
ଦଶlବତାରର ପ୍ରଥମ ସନ୍ଧ୍ୟାରେ ରଥଯାତ୍ରା ଉପଲକ୍ଷେ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଥମ ଦିନର ଭଜନ ସନ୍ଧ୍ୟା ରେ ଓମ ଶ୍ରୀ ଭଜନ ସନ୍ଧ୍ୟା ଅନୁଷ୍ଠାନ ର କଳାକାର ମାନେ ଅତି ସୁନ୍ଦର ଭଜନ ପରିବେଷଣ କରିଥିଲେ । ଭକ୍ତ ଗଣ ଗାୟକ ଓ ଗାୟିକା ମାନଙ୍କ ଭଜନ ଓ ଜଣାଣ ଭଳି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହିତ ପ୍ରଭୂ କୃପା ଲାଭ କରିଥିଲେ। ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ପ୍ରତି ସଂଧ୍ୟାରେ ଭକ୍ତ ମାନଙ୍କ ପାଇଁ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।