-+91-9937148622 |

prerana_bgr@rediffmail.com |

  Monday 22nd July 2024 |

| | | |

R.N.I. Regd No. ODIODI/2010/46693

Breaking News

ଗୁରୁ ପୁର୍ଣିମା ଉତ୍ସବ ପାଳିତ   (22-Jul-2024)       ||      ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ    (21-Jul-2024)       ||      ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୁଜନୋତ୍ସବ   (21-Jul-2024)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ବୈଠକ   (21-Jul-2024)       ||      ଗୁରୁ ଶିଷ୍ୟ ପରମ୍ପପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”   (21-Jul-2024)       ||      ତହସିଲଦାର ଓ କୃଷି ଅଧିକାରୀଙ୍କ ମିଳିତ ମିଳିତ ଯାଞ୍ଚ   (21-Jul-2024)       ||      ଶ୍ରୀ ଗୋପାଳଜୀ ମନ୍ଦିର ସୋନପୁର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ   (21-Jul-2024)       ||      ବନ ମହୋତ୍ସବ ଉପଲକ୍ଷେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ   (21-Jul-2024)       ||      ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡି ଚିକିତ୍ସାର ବିକଳ ଚିତ୍ର: ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଆସ୍ଥାନାହିଁ , ଅସଚେତନତା ଓ ଅନ୍ଧବିଶ୍ବାସକୁ ଆଶ୍ରା    (21-Jul-2024)       ||      ବିବାହିତ ମହିଳା ସ୍କଟିରେ ବସି ପ୍ରେମିକ ସହ ଫେରାର "ସିସିଟିଭି ରେ କୋଏଦ ହେଲା ଦୃଶ୍ୟ   (21-Jul-2024)       ||      ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା   (21-Jul-2024)       ||      ଉଦନ୍ତୀ ନଦୀ ପାଣିରୁ ମହିଳା ଉଦ୍ଧାର।   (21-Jul-2024)       ||      ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କ ବ୍ଲକ୍ ରେ ଉନ୍ନୟନ କାମରେ ଦୁର୍ନୀତି : ଜନପ୍ରତିନିଧି କରୁଛନ୍ତି ଠିକା  !   (21-Jul-2024)       ||      ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଗରୁ ପୁର୍ଣିମା ଉତ୍ସବ ପାଳନ   (21-Jul-2024)       ||      ଲଖପାଲିରେ ଡାଇରିଆ ଆତଙ୍କ, ୨ମୃତ, ୧୭ ଆକ୍ରାନ୍ତ, ଗାଁରୁ ୫୦୦ମିଟର ଦୂରରେ ରହିଛି ଡମ୍ପିଂୟାର୍ଡ,ସଂକ୍ରମଣ ଭୟରେ ଗ୍ରାମବାସୀ   (21-Jul-2024)       ||      ମଝି ରାସ୍ତା ରେ ଜଳିଗଲା କାର   (20-Jul-2024)       ||      ପ୍ରାକୃତିକ ବିପତ୍ତି ଓ ବିପର୍ଯ୍ୟୟ ତଥା ଅଗ୍ନିକାଣ୍ଡ ଦାଉରୁ ରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ    (20-Jul-2024)       ||      ସଟ ସାର୍କିଟ ଯୋଗୁଁ ଜଳିଲା କାର   (20-Jul-2024)       ||      ରାଜ୍ୟ ର ଏକ ନମ୍ବର ମୋଡେଲ ହସ୍ପିଟାଲ୍ ର ଦୂରାବସ୍ଥା କୁ ନେଇ ବିକ୍ଷୋପ କଲେ କୃଷକ ସଂଗଠନ*- - *କୋଠା ନିର୍ମାଣ ଓ କିଣା ଯାଇଥିବା ଚିକିତ୍ସା ଉପକରଣ ର ତଦନ୍ତ ଦାବୀ କଲେ ନାରୀ ନେତ୍ରୀ ସୋନାଲି   (20-Jul-2024)       ||      ଗଞ୍ଜେଇ ସହ ଦୁଇ ବେପାରୀ ଗିରଫ - ଗଞ୍ଜେଇ ଗୋଦାମ ପାଲଟିଛି ସୁବଳୟା ଅଞ୍ଚଳ - ମୁଖ୍ୟ ମାଫିଆଙ୍କୁ ଧରିବାରେ ପୁଲିସ ବିଫଲ   (20-Jul-2024)       ||     

HOME   ଜିଲ୍ଲା

ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ରଥଯାତ୍ରା ଆୟୋଜନ                

09-Jul-2024



କାନବେରା(ପ୍ରେରଣା ଖବର): ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ଶ୍ରୀ ଜଗନ୍ନାଥଙ୍କର  ଚତୁର୍ଦ୍ଦଶତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ବାତାବରଣ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରାଯାଇଛି।ଏହି ମହୋତ୍ସବ ଉପଲକ୍ଷେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ ସଂସ୍କୃତିକ କେନ୍ଦ୍ରକୁ ଖୁବ ସୁନ୍ଦର ଢଙ୍ଗରେ ସଜ୍ଜାଯାଇଥିବା ଦେଖା ଯାଇଥିଲା। ବଢ଼ି ଭୋରରୁ ଏଠାରେ ଚାରି ଦିଅଁଙ୍କ ସମ୍ମୁଖରେ ଅଷ୍ଟ୍ରେଲିଆର ରଥଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ

ମଙ୍ଗଳ ଆରତୀ ଏବଂ ସଂକଳ୍ପ ପୂଜା ତିନି ପୂଜକ ଯଥା ଆଚାର୍ଯ୍ୟ ପ୍ରକାଶ ପାଣ୍ଡେ, ପଣ୍ଡିତ ପ୍ରଦୀପ ଭଟ୍ଟ ଏବଂ ପଣ୍ଡିତ ଅନୁପ ଜାନୀଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା।ଏଠାରେ ଭକ୍ତ ଓ ଭଗବାନଙ୍କର ମହାମିଳନର ଏହି ମହାନ ପାର୍ବଣରେ ଉପସ୍ଥିତ ପ୍ରାୟ ୨୦୦୦ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଚଳିତ ବର୍ଷର ଘୋଷ ଯାତ୍ରାରେ କାନବେରାର ଅଧିବାସୀଙ୍କ ସମେତ ସୁଦୂର ସିଡ଼ିନୀ, ମେଲବର୍ଣ୍ଣ, ବ୍ରିଶବ୍ରେନ, ରୁରାଲ ନିଉ ସାଉଥ ୱେଲ ଏବଂ ଅଷ୍ଟ୍ରେଲିଆର ଅନ୍ୟାନ୍ୟ ଇଲାକାରୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ମାନେ, ସେମାନଙ୍କର ପରିବାର ବର୍ଗ ଓ ପରିଜନ ସହିତ ଆସି ସାମିଲ ହୋଇଥିବାର ଦେଖା ଯାଇଥିଲା। ସକାଳ ୧୦ଟା ସମୟରେ ଦିଅଁମାନଙ୍କର ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର,ପରେ ପରେ ଦେବୀ ସୁଭଦ୍ରା ଓ ସବା ଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ରୋଷଣୀ କରାଯାଇ ଚାରି ମିଟର ଉଚ୍ଚତା ବିଶିଷ୍ଟ ସୁନ୍ଦର, ସୁଶୋଭିତ ଓ ସୁସଜ୍ଜିତ ରଥ ଉପରକୁ ନିଆ ଯାଇଥିଲା।ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ସହ ଭଜନ, କୀର୍ତ୍ତନର ମୄଦ୍ୟୁମନ୍ଦ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା।ଏଠାରେ ମହିଳାମାନେ ହାତରେ ନଚାଇ ନଚାଇ ଦେବୀ ସୁଭଦ୍ରାଙ୍କୁ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା।ହିନ୍ଦୁ ସମ୍ପ୍ରଦାୟର ବରିଷ୍ଠ ନେତା କାନ୍ତି ଜିନ୍ନା, ପ୍ରକାଶ ମେହେଟ୍ଟା ଓ ବାସୁ ବାଙ୍କା ପାରମ୍ପାରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ।

ଏହାପରେ ଦିନ ୧୧ଟାରେ ରଥ ଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଫ୍ଲୋରେର ରାଜରାସ୍ତାରେ ରାଜକୀୟ ଠାଣିରେ ଭକ୍ତ ମାନଙ୍କ ଗହଣରେ ଗଡି ଚାଲିଥିବା ଅନନ୍ୟ ଓ ଅପରୂପ ରଥଟିକୁ ୩ କିଲୋମିଟର ପର୍ଯ୍ୟନ୍ତ ଭକ୍ତମାନେ  ଟାଣି ନେଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଆଣିଥିଲେ।ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆନ କ୍ୟାପିଟାଲ ଟେରୀଟୋରି (ଏ ସି ଟି) କାନବେରାରର ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି ବହୁବିଧ ସାଂସ୍କୃତିକ ମନ୍ତ୍ରୀ  ମାଇକେଲ ପେଟରସନ, ଚାନ୍ସେରୀର ମୁଖ୍ୟ ଯୋଗେନ୍ଦ୍ର ସିଂହ, ଏସିଟି ବିଧାନସଭାରେ ବିରୋଧୀ ଦଳର ନେତା ଏଲିଯାବେଥ ଲୀ, ଏସିଟି ବିଧାନସଭାର ସଦସ୍ୟବୃନ୍ଦ ଜୋ କ୍ଲେ, ଆଣ୍ଡ୍ରିୟୁ  ବ୍ରାଡୋକ ଏବଂ କାନବେରା ସ୍ଥିତ ଓଡ଼ିଆ ସମ୍ପ୍ରଦାୟର ମୁଖ୍ୟ ରୋଜାଲୀନ ରାଉତ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ଏହି ଅବସରରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ମଧ୍ୟରେ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ସୁମଧୁର ଭଜନ ଗାୟନ, ଦେଵଶ୍ରୀ ଦାସ ଙ୍କର ନେତୃତ୍ବରେ ନୃତ୍ୟଶ୍ରୀ ନୃତ୍ୟ ଏକାଡେମୀର କଳାକାର  ଏବଂ ଅରୁଣ ନାୟକ ଓ ଗ୍ରୁପଙ୍କ ଦ୍ଵାରା ପରିବେଷିତ ହୃଦୟ ସ୍ପର୍ଶୀ ଓଡିଶୀ ନୃତ୍ୟ ସାମିଲ ଥିଲା। 

ମହାପ୍ରଭୁଙ୍କର ଆଶୀର୍ବାଦ କ୍ରମେ ସମଗ୍ର ଘୋଷ ଯାତ୍ରାକୁ ସୁଚାରୁ ରୂପେ ସମ୍ପନ୍ନ କରିବାରେ ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରର ସଭାପତି ଲାଖନ ଶର୍ମା , ଉପସଭାପତି ତରୁଣ ଅଗସ୍ତି, ପବ୍ଲିକ ଅଫିସର ସନ୍ତୋଷ ଗୁପ୍ତା, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ମନୋଜ ନାୟକ, ପୂର୍ଵତନ ସଭାପତି ଡ଼ଃ ନଳିନୀ ପତି ଏବଂ ସୁଜୀତ ଜେନା , ଅଷ୍ଟ୍ରେଲିଆର ହିନ୍ଦୁ ପରିଷଦର ଏସିଟି ଅଧ୍ୟାୟର ସଭାପତି ଶାନ୍ତି ରେଡ୍ଡୀ ଏବଂ ଅଷ୍ଟ୍ରେଲିଆ ହିନ୍ଦୁ ପରିଷଦ ର ପୂର୍ବତନ ସଭାପତି ପ୍ରକାଶ ମେହେଟ୍ଟା ଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

ଚଳିତ ବର୍ଷର ରଥଯାତ୍ରା ମହୋତ୍ସବକୁ ବିପୁଳଭାବେ ସଫଳ

କରାଇବାରେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧିଗଣ, ପ୍ରବାସୀ ଓଡ଼ିଆ ନେତୃବୃନ୍ଦ, ପ୍ରମୁଖ ସମ୍ପ୍ରଦାୟ ସଙ୍ଗଠନ ଯଥା କସମଗ ଓର, ଇଣ୍ଟେଗ୍ରେଟେଡ଼ କଲଚର ଏସିଟିର କର୍ମକର୍ତ୍ତାଗଣ, ଅଗ୍ରଣୀ ବ୍ୟବସାୟିକ ଅନୁଷ୍ଠାନ ଯଥା ସନୀ ହୋମସ,ସାଇନ ଆଣ୍ଡ ରାଇଜ, ଅସି ହୋମ ଲୋନ ଏବଂ ଦେଶୀ ବଜାର ପ୍ରମୁଖଙ୍କର ସାହାଯ୍ୟ ସହଯୋଗ ମହତ୍ୱପୂର୍ଣ୍ଣ ଥିଲା। ଏହି ଅବସର ରଥଯାତ୍ରାର ଶୁଭ କାମନା କରି ସିନେଟର କ୍ୟାଟି ଗାଲାଘର ଏବଂ ସାଂସଦ ଆଣ୍ଡ୍ରିୟୁ ଲେ ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ଜଣାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗୁରୁ ପୁର୍ଣିମା ଉତ୍ସବ ପାଳିତ   22-Jul-2024
  ଜିଲ୍ଲା  
ଜିଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ   21-Jul-2024
  ଜିଲ୍ଲା  
ବଲାଙ୍ଗିର ନୃସିଂହ ମନ୍ଦିର ଠାରେ ଗୁରୁ ପୁଜନୋତ୍ସବ   21-Jul-2024
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦର ବୈଠକ   21-Jul-2024
  ଜିଲ୍ଲା  
ଗୁରୁ ଶିଷ୍ୟ ପରମ୍ପପରା ଅତୁଟ ବନ୍ଧନ “ତସ୍ମୈଶ୍ରୀ”   21-Jul-2024
  ଜିଲ୍ଲା  
ତହସିଲଦାର ଓ କୃଷି ଅଧିକାରୀଙ୍କ ମିଳିତ ମିଳିତ ଯାଞ୍ଚ   21-Jul-2024
  ଜିଲ୍ଲା  
ଶ୍ରୀ ଗୋପାଳଜୀ ମନ୍ଦିର ସୋନପୁର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ   21-Jul-2024
  ଜିଲ୍ଲା  
ବନ ମହୋତ୍ସବ ଉପଲକ୍ଷେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ   21-Jul-2024
  ରାଜ୍ୟ  
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡି ଚିକିତ୍ସାର ବିକଳ ଚିତ୍ର: ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଆସ୍ଥାନାହିଁ , ଅସଚେତନତା ଓ ଅନ୍ଧବିଶ୍ବାସକୁ ଆଶ୍ରା   21-Jul-2024
  ଜିଲ୍ଲା  
ବିବାହିତ ମହିଳା ସ୍କଟିରେ ବସି ପ୍ରେମିକ ସହ ଫେରାର "ସିସିଟିଭି ରେ କୋଏଦ ହେଲା ଦୃଶ୍ୟ   21-Jul-2024
  ଜିଲ୍ଲା  
ଶିକ୍ଷକ ରବିନ୍ଦ୍ରନାଥ ଦୀପଙ୍କୁ ସମ୍ବର୍ଦ୍ଧନା   21-Jul-2024
  ଜିଲ୍ଲା  
ଉଦନ୍ତୀ ନଦୀ ପାଣିରୁ ମହିଳା ଉଦ୍ଧାର।   21-Jul-2024

You Might Also Like