-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
25-Jun-2024
କଣ୍ଟାମାଳ(ଜୟ କୁମାର ମହାରଣା)
କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗଞ୍ଜେଇ ସହ ବାଇକ୍ ଜବତ କରି ଅଭିଯୁକ୍ତ ଜଣକୁ ଗିରଫ କରିଥିବା ଜଣା ପଡ଼ିଛି | ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସୂର୍ଯ୍ୟକାନ୍ତ ମଲ୍ଲିକ ଙ୍କ ନେତୃତ୍ୱରେ କଣ୍ଟାମାଳ ଅବକାରୀ ବିଭାଗର ଏକ ଟିମ୍ କଣ୍ଟାମାଳ ଥାନା ମାର୍ଡୋଲ ରାସ୍ତାର ଏକ ଗଛ ତଳେ ଅଟକି ଥିବା ଏକ ବାଇକ୍ କୁ ସନ୍ଦେହରେ ତଦନ୍ତ କରିଥିଲେ | ତଦନ୍ତ ପରେ (ଓଡ଼ି ୦୩ ୟୁ ୨୫୦୪) ନମ୍ବର ବିଶିଷ୍ଟ ଏକ ହିରୋ ଏଚ୍ ଏଫ୍ ଡିଲକ୍ସ ଗାଡିରୁ ଗଞ୍ଜେଇ ଜବତ୍ କରିଥିବା ବେଳେ ଘଟଣାରେ ସଂପୃକ୍ତ ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି | ଜବତ ଗଞ୍ଜେଇର ପରିମାଣ ୧୨ କେଜି ହୋଇଥିବା ଜଣା ପଡ଼ିଛି | ଗିରଫ ମାଫିଆ ହେଲେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅଞ୍ଚଳର କୃଷ୍ଣ ନାଏକ(୩୨) ବୋଲି ଅବକାରୀ ପୁଲିସ ତଦନ୍ତରୁ ଜଣା ପଡ଼ିଛି | କଣ୍ଟାମାଳ ଅବକାରି ବିଭାଗ ପକ୍ଷରୁ ୨୯/୨୪ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଜି ମାଫିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଅବକାରୀ ଥାନାଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି | ଏହି ଚଢ଼ାଉରେ ଅବକାରୀ ଷ୍ଟାପ , ଶୁକେଶିନି କୁଜ୍ଜୁର୍, ସଞ୍ଜୟ ସେଠୀ, ଶ୍ରୀକାନ୍ତ ବେହେରା, ଆନନ୍ଦ ମେହେର ପ୍ରମୁଖ ସାମିଲ ଥିଲେ |