-+91-9937148622 |
prerana_bgr@rediffmail.com |
Sunday 19th May 2024 |
R.N.I. Regd No. ODIODI/2010/46693
Breaking News
04-May-2024
କଣ୍ଟାମାଳ ( ଜୟ କୁମାର ମହାରଣା )
ରବିବାର କଣ୍ଟାମାଳ କୁ ନିର୍ବାଚନ ପ୍ରଚାର ରେ ଆସୁଛନ୍ତି ବରିଷ୍ଠ ବିଜେଡି ନେତା ଭି. କେ. ପାଣ୍ଡିଆନ l ଏହି ନିର୍ବାଚନୀ ଗସ୍ତକୁ ନେଇ ଦଳୀୟ ନେତା ଓ କର୍ମୀ ଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି l ଶ୍ରୀ ପାଣ୍ଡିଆନ ସକାଳ 10ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାନସଭା ନିର୍ବାଚନୀ ମଣ୍ଡଳୀ ସଦର ମହକୁମା ହାଇସ୍କୁଲ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି l ଶ୍ରୀ ପାଣ୍ଡିଆନ ଙ୍କ ଆଗମନକୁ ନେଇ ଦଳୀୟ କର୍ମୀ ଓ ନେତା ଉତ୍ସାହର ସହ ଅପେକ୍ଷା କରିଥିବାବେଳେ ଏହାର ସୁବନ୍ଦୋବସ୍ତ ପାଇଁ ବିଭିନ୍ନ ସ୍ତରରେ ତତ୍ପରତା ଦେଖାଦେଇଛି l କଣ୍ଟାମାଳ ହାଇସ୍କୁଲ ପଡିଆରେ ଷ୍ଟେଜ ଠାରୁ ଆରମ୍ଭ କରି ସମସ୍ତ ଅlନୁସଙ୍ଗିକ ବ୍ୟବସ୍ଥା ପାଇଁ ସଜ ବାଜ ହେଉଥିବା ଦେଖିବାକୁ ମିଳିଛି l କନ୍ଧମାଳ ଏମପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, କଣ୍ଟାମାଳ ବିଧାନସଭା ବିଧାୟକ ପ୍ରାର୍ଥୀ ମହୀଧର ରଣା, ବୌଦ୍ଧ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଙ୍କ ଲାଗି ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମ ରେ ସମଗ୍ର ଜିଲାରୁ ବହୁ ସଂଖ୍ୟାରେ ଲୋକଙ୍କ ସମାବେଶ ହେବାର ସୂଚନା ମିଳୁଛି l