-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
21-Feb-2024
ମୁରିବାହାଲ(ସୁଦାମ ଚରଣ ବଘାର) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ର ବରିଷ୍ଟ ରାଜସ୍ୱ ସହାୟକ ତଥା ରେକର୍ଡ କିପର ପଦବୀ ରେ ଆଜ କୁ ଦୀର୍ଘ ବର୍ଷ ରୁ କାର୍ଯ୍ୟ କରୁଥିବା ମୁରିବାହାଲ ତହସିଲ ର ପୁରୁଖା ରେକର୍ଡ କିପର ହେବଲେଟ ବାର୍ଲା ବୁଧୁବାର ଦିନ ଏକ ମ୍ୟୂଟେସନ କେଶ ରେ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ପ୍ରସ୍ତୁତ ହୋଇ ରହିଥିବା ସମ୍ବଲପୁର ବଲାଙ୍ଗୀର ସୋନପୁର ର ମିଳିତ ଭିଜିଲାନ୍ସ ଦଳ ରଙ୍ଗେ ହାତ କାବୁ କରିବା ରେ ବାର୍ଲା କୁ ସଫଳ ହୋଇଥିଲେ ! ପ୍ରାପ୍ତ ସୂଚନା ରୁ ଜଣାଯାଏ ଏକ ପୁରୁଣା ୨୦୧୯ ର ମିୟୁଟେସନ କେଶ ବାବଦରେ ବାର୍ଲା ଦେବଙ୍ଗ ନିବାଶି ତଥା ପୂର୍ବତନ ଜିଲ୍ଲା ପରିଷଦ ଇଶ୍ୱର ଭୋଇ ଙ୍କୁ ୨୦ ହଜାର ଟଙ୍କା ଡିମାଣ୍ଡ କରିଥିଲେ ଏବଂ ହଇରାଣ ହରକତ କରୁଥିବା ବେଳେ ଏ ନେଇ ଇଶ୍ୱର ଭୋଇ ପ୍ରଥମ କିସ୍ତି ରେ ୧୦ ହଜାର ଟଙ୍କା ଦେଉଥିବା ବେଳେ ବାର୍ଲା କୁ ଲାଞ୍ଚ ନେଉଥିବା ସମୟରେ ମିଲିତ ଭିଜିଲାନ୍ସ ଦଳ କାବୁ କରିନେଇ ଥିଲା !ଏହା ପୂର୍ବ ରୁ ମଧ୍ୟ ବ୍ଲକ କିରାଣୀ ଥିବା ବେଳେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିଲେ! ଏବଂ ଏ ନେଇ ଭିଜିଲାନ୍ସ କେଶ ନମ୍ବର ୪/୨୪ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ବଲାଙ୍ଗୀର ନେଇଥିବା ଜଣା ଯାଇଛି ! ମୁରିବାହାଲ ତହସିଲ ରେ ଏଭଳି କାର୍ଯ୍ୟକଲାପ ଦୀର୍ଘ ଦିନରୁ ଚାଲି ଅଶୁଥିବା ନେଇ ଅଞ୍ଚଳ ବାଶି ଙ୍କ ମନରେ ତୀବ୍ର ଅଶନ୍ତୋଷ ଲାଗି ରହିଥିଲା! ଭିଜିଲାନ୍ସ ବିଭାଗ ର ଏପରି କାର୍ଯ୍ୟ କୁ ଲୋକେ ଭୁରି ଭୁରି ପ୍ରଶଂଶା କରିଛନ୍ତିା ଏଥିରେ ଭିଜିଲାନ୍ସ ଟିମ ର ଡି ଏସ ପି ପୋଲସ୍ତି ଛତ୍ରିଆ , ରିତାଞ୍ଜଳୀ ପ୍ରଧାନୀ ଇନ୍ସପେକ୍ଟର ତୁଷାର କାନ୍ତ ମହାପାତ୍ର , ତେରେସା କେଶ ଏବଂ ବଲାଙ୍ଗୀର ଷ୍ଟାଫ ଏହି ଚଢ଼ାଉ ରେ ସାମିଲ ଥିଲେ !