-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||     

HOME   ଜିଲ୍ଲା

ପେରୁମଞ୍ଜି ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୪ଶୁଭ ଉଦଘାଟନ

22-Dec-2023



କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା ): ଆଜି ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପେରୁମଞ୍ଜି ଗ୍ରାମପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ର ଶୁଭ ଉଦଘାଟନ ହୋଇଯାଇଛି । ଆଜି ଦିନଠାରୁ କଳାହାଣ୍ଡି ଉତ୍ସବ ୨୦୨୪ ର ର ଶୁଭାରମ୍ଭ ହୋଇ ଜାନୁଆରୀ ୧୭,୨୦୨୪ପର୍ଯ୍ୟନ୍ତ ପଞ୍ଚାୟତ, ବ୍ଲକ,ଉପଖଣ୍ଡ ଓ ଜିଲ୍ଲା ସ୍ତରରେ ସମାପନ ହେବ ।ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ତନ୍ମୟ କୁମାର ଦରୱାନ  ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗ୍ରାମ୍ୟ ଦେବୀ ଧରଣୀ ମନ୍ଦିରରୁ ଶୋଭାଯାତ୍ରାରେ ଆସିଥିବା ମଶାଲକୁ ଗ୍ରହଣ କରି ମଞ୍ଚ ନିକଟରେ ସ୍ଥାପନା କରିଥିଲେ । ପୂର୍ବରୁ କର୍ଲାପାଟ ଡୋକରି ମାଁଙ୍କ ମନ୍ଦିରରୁ ଥୁଆମୂଳ ରାମପୁର ବିଡିଓ ମଶାଲ ଆଣି ଧରଣୀ ମନ୍ଦିରରେ

ପୂଜା କରିଥିଲେ । ମଞ୍ଚରେ ଅନ୍ୟତମ ସମ୍ମାନିତ ଅତିଥିରୂପେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ , ବି.ଡି.ଓ  ଧ୍ରୁବ ଚରଣ ମୁଦୁଲି , ତହସିଲଦାର  କବିରାଜ ପ୍ରଧାନ , ଡି.ଆଇ.ପି. ଆର.ଓ ମନୋଜ ବେହେରା , ପ୍ରଚାର ଓ ବିଜ୍ଞାପନ ସବକମିଟି ଅଧ୍ୟକ୍ଷ ତଥା ସାମ୍ବାଦିକ ଶାନ୍ତନୁ ବେହେରା, ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ ସତ୍ୟ ପ୍ରସାଦ ସିଂ , ଜିଲ୍ଲା ପରିଷଦ ସଭ୍ୟ ଟୁନି ଖୋସାଲା , ମାଁ ମାଣିକେଶ୍ବରୀ ପଞ୍ଚାୟତ କଲେଜ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନ୍ନା, ଅଶୋକ ସିଂ , ସଂଜୀବ ସିଂ ,  ସରପଞ୍ଚ ସଂଘ  ଅଧ୍ୟକ୍ଷ,ସମିତି ସଭ୍ୟ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିଗଣ ଜିଲ୍ଲାର ସଂସ୍କୃତି , ପରମ୍ପରା , ଐତିହ , ଲୋକ ସଙ୍ଗୀତ , ଲୋକନୃତ୍ୟର ପ୍ରଚାର , କଳାକାରମାନଙ୍କ ପ୍ରତିଭା ନିଦର୍ଶନ , ଜିଲ୍ଲାର ବିକାଶ ଓ ସର୍ବୋପରି କଳାହାଣ୍ଡି ଉତ୍ସବ ପରିବେଶକୁ ଗ୍ରାମ , ପଞ୍ଚାୟତ , ବ୍ଲକ ଓ ଜିଲ୍ଲାସ୍ତରରେ ଅଧିକ ସୁନ୍ଦର , ମନୋରମ ଓ ମନୋରଞ୍ଜନର ମାଧ୍ୟମ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଏହି ଅବସରରେ କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞାପନ କମିଟି ଦ୍ଵାରା ପ୍ରସ୍ତୁତ ଓ ଅନୁମୋଦିତ ଲୋଗୋ ଓ ପୋଷ୍ଟର ର ରୂପରେଖର ଶୁଭ ଉନ୍ମୋଚନ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ କରିଥିଲେ । ଉତ୍ସବ ସ୍ଥଳରେ ଉଦ୍ୟାନ ବିଭାଗ  ଅଗ୍ନିଶମ, ପ୍ରାଣୀସମ୍ପଦ , ମିଶନଶକ୍ତି , ସମନ୍ଵିତ ଶିଶୁ ବିକାଶ , କୃଷି ବିଭାଗ ନିଜସ୍ଵ ବିଭିନ୍ନ ଯୋଜନାର ସଚେତନତା ସୃଷ୍ଟି କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ଅନ୍ୟ ଘରୋଇ  ସାଂସ୍କୃତିକ ଅନୁଷ୍ଠାନର ପ୍ରାୟ 20ଟି ଦଳ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ସେମାନଙ୍କୁ

ଅତିଥିଗଣ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ । ଉତ୍ସବ ପଡିଆରେ ଭଲିବଲ ପ୍ରତିଯୋଗିତାକୁ ଉଦଘାଟନ କରାଯାଇଥିଲା ଏବଂ ଏଥିରେ ମୋଟ ୯ଟି ଦଳ ଅଂଶଗ୍ରହଣ କରିଥିଲେ । ମାଁ ମାଣିକେଶ୍ବରୀ ପଞ୍ଚାଯତ ସମିତି କଲେଜ ଚମ୍ପିୟାନ ଏବଂ ଗୁଣପୁର ଏସ ଏସ ଡି ହାଇସ୍କୁଲ ରନର୍ସ ଅପ ହୋଇଥିଲା । ଅତି ମନୋରମ ପରିବେଶରେ ଏକ ହଜାରରୁ ଊର୍ଦ୍ଧ୍ଵ ଆଖପାଖ ଗ୍ରାମବାସୀ ଏହି ଉତ୍ସବ ସ୍ଥଳରେ ଯୋଗ ଦେଇଥିଲେ । ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷ ସତ୍ୟନାରାୟନ ମୁଣ୍ଡଛିନ୍ନା ଏବଂ ଧନ୍ୟବାଦ ଦେଇଥିଲେ ଆଇନଜୀବୀ ସଂଜୀବ ସିଂ ସଭାକୁ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    26-Oct-2026
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026

You Might Also Like