-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   (01-Nov-2026)       ||      ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ    (01-Nov-2026)       ||      ୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   (01-Nov-2026)       ||      ୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   (01-Nov-2026)       ||      “୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   (01-Nov-2026)       ||      ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   (01-Nov-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ    (01-Nov-2026)       ||      ୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ    (01-Nov-2026)       ||      ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||     

HOME   ଜିଲ୍ଲା

ଖାଦ୍ୟନଳୀ ସମସ୍ୟା ଥିବା ଶିଶୁ କନ୍ୟାଙ୍କ ନିକଟରେ ପହଞ୍ଚିଲେ ଶିଶୁ ସୁରକ୍ଷା ପ୍ରତିନିଧି

18-Dec-2023



ବଲାଙ୍ଗିର( ପ୍ରେରଣା ଖବର ): ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟନଳୀ ସମସ୍ୟାରେ ଥିବା ଶିଶୁକନ୍ୟାଙ୍କ ନିକଟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ ପହଂଚି ଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗତ ୨୨.୦୩.୨୦୨୩ ରେ ଆଗଲପୁର ବ୍ଲକର ଭରସୁଜା ପଂଚାୟତ ଅନ୍ତର୍ଗତ ବିନ୍ଧାପାଲି ଗ୍ରାମର ଅନୁରାଧା ସାହୁ ଏକ କନ୍ୟା ସନ୍ତାନ ଅସ୍ତ୍ରୋପଚାର ମାଧ୍ୟମରେ ଜନ୍ମ କରିଥିଲେ । ଜନ୍ମପରେ ଶିଶୁ କନ୍ୟାଙ୍କର ସମସ୍ତ ଶାରିରୀକ ଅବସ୍ଥା ଭଲ ଥିବା ସତ୍ତ୍ୱେ ସେ କ୍ଷୀର / ଦୁଗ୍ଧ ଖାଦ୍ୟ ଗ୍ରହଣ କରି ନ ପାରିବାରୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ଶିଶୁ କନ୍ୟାଟିକୁ ତାଙ୍କର ବାପା ସରୋଜ ସାହୁ ପ୍ରଥମେ ବୁର୍ଲା ଓ ସେଠାରୁ ଉଚ୍ଚତର ଚିକିତ୍ସା ନିମନ୍ତେ କଟକ ସ୍ଥିତ ଶିଶୁ ଭବନକୁ ନେଇ ଯାଇ ୨୩/୦୩/୨୩ ଦିନ ୱାର୍ଡରେ ଭର୍ତ୍ତି କରିଥିଲେ । ଶିଶୁ ଭବନରେ ଭର୍ତ୍ତି ପରେ ପ୍ରଫେସର ପି.କେ.ଜେନା ଶିଶୁଙ୍କର ଖାଦ୍ୟନଳୀ ସଂପୂର୍ଣ୍ଣ ନ ଥିବା ଜାଣି ୨୭.୦୩.୨୦୨୩ ଦିନ ଶିଶୁଙ୍କର ପାକସ୍ଥଳିକୁ ଅସ୍ତ୍ରୋପଚାର ଦ୍ୱାରା ଏକ ଖାଦ୍ୟନଳୀ ଖଞ୍ଜି ଦେଇ ତଥା ବେକତଳେ ଶୂସନନଳି ଶେଷ ପରେ ଏକ ଛିଦ୍ର କରି ଶୁଶୁଙ୍କର କ୍ଷୀର ପିଇବା ପାଇଁ ସାମୟିକ ବ୍ୟବସ୍ଥା କରି ତା.୩୧.୦୩.୨୦୨୩ ଦିନ ଶିଶୁ ଭବନରୁ ଡିସଚାର୍ଜ କରିଦେଇଥିଲେ । ଶିଶୁ କନ୍ୟାକୁ ବର୍ତ୍ତମାନ ପାଖାପାଖି ୯ ମାସ ହେଉଥିବା ବେଳେ ମଜୁରୀ ଲାଗି ପରିବାର ଚଳାଉଥିବା ସରୋଜ ସାହୁ ନିୟମିତ କାମ କରିବା ସମ୍ଭବପର ହେଉନଥିବା ବେଳେ, ମାଁ କ୍ଷୀର ହେଉ ନ ଥିବାରୁ ଡବାକ୍ଷୀର କିଣିବା, ପେଟ ଉପର ନଳୀରେ ଦୈନିକ ବଦଳାଇବାକୁ ପଡୁଥିବା ମାଇକ୍ରୋପୋର୍ କିଣିବା, ମଝିରେ ମଝିରେ ସାମୟିକ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଶିଶୁ କନ୍ୟାଙ୍କୁ ଶିଶୁ ଭବନ, କଟକ ନେବା ଓ ଶିଶୁଙ୍କର ସାମୟିକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ବଲାଙ୍ଗିର ର ଶିଶୁରୋଗ ବିଶେଷଜ୍ଞ ଙ୍କୁ ଦେଖାଇବା କାମ ଖର୍ଚ୍ଚ ବହୁଳ ହୋଇଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ସମ୍ଭାଳି ଆସିଛନ୍ତି । ପରିଦର୍ଶନ ସମୟରେ ଶିଶୁ ସୁରକ୍ଷା ପ୍ରତିନିଧି ଙ୍କୁ ଶିଶୁ କନ୍ୟାଙ୍କ ମାତା ପିତା ସରକାର ଶିଶୁ କନ୍ୟାଙ୍କର ଆବଶ୍ୟକୀୟ ଖର୍ଚ୍ଚ ପୂରଣ କରିବାର ବ୍ୟବସ୍ଥା କରିବାକୁ କହିଥିଲେ ଓ ପ୍ରତ୍ୟୁତ୍ତର ରେ ଡିସିପିୟୁ ର ସାମାଜିକ କର୍ମୀ ଅରୁଣ ଖୁଆସ ଶିଶୁ କନ୍ୟା ଙ୍କ ପିତାମାତାଙ୍କୁ କହିଲେ ଯେ ନିଜେ ଜିଲ୍ଲାପାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଙ୍କୁ ଶିଶୁ ସୁରକ୍ଷା ୟୁନିଟ ର  ପ୍ରତିନିଧି ଙ୍କ ଉକ୍ତ ଶିଶୁ କନ୍ୟାଙ୍କୁ ସମସ୍ତ ସାମ୍ଭବ୍ୟ ସରକାରୀ ସହାୟତା ଦେବା ପାଇଁ ଶିଶୁ କନ୍ୟାଙ୍କ ଚିକିତ୍ସା ସମ୍ବନ୍ଧିତ ଓ ପାରିବାରିକ ପରିସ୍ଥିତିର ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜାତୀୟ ବିଦ୍ୟାଳୟ ରଗ୍‌ବୀ ପ୍ରତିଯୋଗିତାରେ ଟିଟିଲାଗଡର ଝିଅ ଖିଲି ପାତ୍ର - ୧୭ ବର୍ଷରୁ କମ୍ ବର୍ଗରେ ଦିଲ୍ଲୀରେ ଦେଖାଇଲେ ଦମଦାର୍ ପ୍ରଦର୍ଶନ   01-Nov-2026
  ଜିଲ୍ଲା  
ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ବିନା ରେରା ଅନୁମତିରେ ହେଉଛି ଜମି ବିକ୍ରି - ଜମି କିଣୁଥିବା ଲୋକ ପଛରେ ହେଉଛନ୍ତି ହଇରାଣ   01-Nov-2026
  ଜିଲ୍ଲା  
୧୪ ତମ ପୀତାମ୍ବର ପଧାନ ମେମୋରିଆଲ ଫୁଟବଲ,ଚରଦା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୭୭ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ମହାସମାରୋହରେ ପାଳିତ   01-Nov-2026
  ଜିଲ୍ଲା  
“୧ ନଭେମ୍ବର ବଲାଙ୍ଗୀର ଦିନ୍‌” ପାଇଁ ସାଂସ୍କୃତିକ ଶୋଭାଯାତ୍ରା♦️ ଧୂମ୍‌ନାଚିଲେ ଜେନ-ଜୀ   01-Nov-2026
  ଜିଲ୍ଲା  
ନର୍ଲା ବ୍ଲକ ସ୍ତରୀୟ ୭୭ ତମ କଳାହାଣ୍ଡି ଗଠନ ଦିବସ ପାଳିତ   01-Nov-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   01-Nov-2026
  ଜିଲ୍ଲା  
୫୧ ତମ ବନ୍ଧୁମିଳନ ପାଇଁ ପ୍ରସ୍ତୁତି ବୈଠକ   01-Nov-2026
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026

You Might Also Like