-+91-9937148622 |

prerana_bgr@rediffmail.com |

  Wednesday 21st October 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||     

HOME   ରାଜନୀତି

ଡୁଙ୍ଗୁରିପାଲିରେ ବିଜେଡିର ଜନସଂର୍ପକ ପଦଯାତ୍ରା, ନବୀନ ସରକାର ଲୋକଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ-ସ୍ୱାସ୍ଥ୍ୟମନ୍ତ୍ରୀ 

14-Oct-2023



ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)- ନବୀନ ସରକାରଙ୍କ ବିକାଶ ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୨ ଗାନ୍ଧିଜୟନ୍ତୀରୁ ସାରା ରାଜ୍ୟରେ ଜନ ସର୍ମ୍ପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।  ଏହି ପରିପ୍ରେକ୍ଷୀରେ ଆଜି  ସୋନପୁର ନିର୍ବାଚନ ମଣ୍ଡଳୀ ଡୁଙ୍ଗୁରିପାଲି ବ୍ଲକରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ୨୬ନମ୍ବର ଜାତୀୟ ରାଜପଥ କଡରେ ଥିବା କପିଳେଶ୍ୱର ଶିବ ମନ୍ଦିରରୁ ବ୍ଲକ ବିଜେଡି ସଭାପତି ହିମାଂଶୁ ଶେଖର ବିଶ୍ୱାଳଙ୍କ ନେତୃତ୍ୱରେ ବାହାରି  ରାମପୁର ଛକ, ଥାନା ଛକ, ସହଲା କେନଲା ଛକ, ଷ୍ଟେଟ୍ ବ୍ୟାଙ୍କ, ଆରଏମସି ଛକ ଦେଇ ଆରଏମସି ପରିସରରେ ପହଞ୍ଚିଥିଲେ ।  ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀ ଯୋଗ ଦେଇଥିଲେ ।  ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା ବିଷୟରେ  ଲୋକଙ୍କୁ ଅବଗତ କରାଇଥିଲେ ।  ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦଳ ବିଜେଡି ଦଳ ବୋଲି ବିଭିନ୍ନ ଯୋଜନା ମଧ୍ୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ, ଲକ୍ଷ୍ମୀ ଯୋଜନାରେ ଗ୍ରାମାଞ୍ଚଳରେ ବସ ଚଳାଚଳ, ପ୍ରତ୍ୟେକ ଗାଁକୁ ପକ୍କା ସଡକ, ୫ଟି ଯୋଜନାରେ ସ୍କୁଲ ଗୁଡିକର

ରୁପାନ୍ତର, ଶ୍ରମିକମାନଙ୍କୁ, ଶ୍ରମିକମାନଙ୍କ ପରିବାରକୁ ସହ ଯୋଗ ଉପରେ ଆଲୋକପାତ କରିଥିଲେ । ସୋନପୁରଠାରେ ନିର୍ମାଧିନ ଡାକ୍ତରଖାନା ଏହି ଅଂଚଳ ପାଇଁ ଏକ ବିକାଶର ମାଇଲଖୂଣ୍ଟ ବୋଲି କହିଥିଲେ । ନବୀନ ସରକାର ଲୋକଙ୍କ ପାଇଁ ଏବଂ ଲୋକମାନଙ୍କର ବୋଲି କହିଥିଲେ । ଏହି ଦଳର ନେତାକର୍ମୀମାନେ ଲୋକମାନଙ୍କ ପାଇଁ ସବୁବେଳେ ପ୍ରସ୍ତୁତ ରହିଛନ୍ତି । ମହିଲାମାନଙ୍କ ବିକାଶ ପାଇଁ ସରକାର ସବୁବେଳେ ବିଭିନ୍ନ ଯୋଜନା କରିଛନ୍ତି । ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ, ଏମବିକେମାନଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କାପର୍ଯ୍ୟନ୍ତ ସୁଧ ଛାଡ । ନିର୍ବାଚନ ସମୟରେ ଅନ୍ୟ ଦଳର ନେତାମାନେ ପୋଷ୍ଟର ଧରି ଭୋଟ ମାଗୁଥିବା ବେଳେ ବିଜେଡି ଦଳ ପ୍ରାର୍ଥୀମାନେ ନିର୍ବାଚନ ପୂର୍ବରୁ ବିକାଶର ବିଭିନ୍ନ ଯୋଜନା ପହଞ୍ଚାଇ ଦେଉଥିବାରୁ ଲୋକେ ବାରମ୍ବାର ଏହି ଦଳକୁ ଲୋକେ ଭୋଟ ଦେଇ ଆସୁଛନ୍ତି ବୋଲି ଶ୍ରୀ୍‌ଯୁକ୍ତ ପୁଜାରୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ଜିଲ୍ଲା ବିଜେଡି  ସଭାପତି ସରୋଜ କମ୍ପ, ଉପସଭାପତି ରମେଶ ପୁଜାରୀ,ଅଭିମନ୍ୟ କୁଶଲ, ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା,  ବ୍ଲକ ଅଧ୍ୟକ୍ଷା ଅହଲ୍ୟା ସାହୁ, ଉପାଧ୍ୟକ୍ଷ ମକରଧ୍ୱଜ ସାହୁ,  ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ, ବିଜୟାନନ୍ଦ ମିଶ୍ର, ଜିଲ୍ଲାପରିଷଦ ସଭ୍ୟା ମଞ୍ଜୁଶ୍ରୀ ମାଝି , ବ୍ଲକ ଯୁବ ସଭାପତି ଧମେନ୍ଦ୍ର ବିଶ୍ୱାଳ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ସାହୁ, କପାସିରା ସରପଞ୍ଚ ଗୀତାଞ୍ଜଳୀ ସା, ବୈଦୁପାଲି ସରପଞ୍ଚ ମୀନତି ସା, ଇଚ୍ଛାପୁର ସରପଞ୍ଚ ପ୍ରଶାନ୍ତ ସାହୁ, ସମଲେଇଚୁଆ ସରପଞ୍ଚ ବିଭିଦତ୍ତ ରାଜହଂସ, ଚିନାଯୁରୀ ସରପଞ୍ଚ ରାଜକୁମାର ସାହୁ, ରଞ୍ଜନ ଠେଲା, ହରିବନ୍ଧୁ ପଧାନ, ମିଶନ ଶକ୍ତିର ବ୍ଲକ ସଭାପତି ଲକ୍ଷ୍ମୀ ସରାଫ ମଞ୍ଚାସୀନ ଥିଲେ । ଏହି ଅବସରରେ ଚେରୁପାଲି ସରପଞ୍ଚ ନିଜର ଶତାଧିକ କର୍ମୀଙ୍କ ସହ ବିଜେଡି ଦଳରେ ସାମିଲ ହୋଇଥିଲେ । ମନ୍ତ୍ରୀ ତାଙ୍କୁ ଉତ୍ତରୀୟ, ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ । ନବୀନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିବା ସହ ସୋନପୁର ଜିଲ୍ଲାର ବିକାଶରେ ମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରସଂଶା କରିଥିଲେ । ବ୍ଲକ ସଭାପତି ହିମାଂଶ ଶେଖର ବିଶ୍ୱାଳ ସଭା ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୧୦ହଜାରରୁ ଅଧିକ ଲୋକଙ୍କ ଲୋକଙ୍କ ସମାଗମ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ଅଧିକ ରହିଥିଲା । ପଦଯାତ୍ରା ବେଳେ ମନ୍ଦିରରୁ ଆରଏମସି ଛକ ଦୁଇ କିମି ରାସ୍ତା ଜନଗହଳୀ ଯୋଗୁଁ ଗାଡି ଚଳାଚଳ ବନ୍ଦ ରହିଥିଲା । ଏଥିରୁ ମନ୍ତ୍ରୀଙ୍କ ଲୋକପ୍ରିୟତା ଜଣାଯାଏ । 


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   20-Oct-2026
  ଜିଲ୍ଲା  
ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   20-Oct-2026
  ରାଜ୍ୟ  
ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   20-Oct-2026

You Might Also Like