-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||     

HOME   ଜିଲ୍ଲା

ଶୀତରେ ଥରୁଛି ରାୟଗଡ଼ା

15-Dec-2020



(ପ୍ରେରଣା ଖବର) ରାୟଗଡ଼ା : ‘‘ଶୀତ କଲାରେ ମିତର ଭାଇ, ବାଟରେ ବସିଛି କାଚ କଣ୍ଡେଇ। ଖାଉଛି ଗଞ୍ଜେଇ ଗାଉଛି ଗୀତ, ପିଠିରେ ପକାଇ ନେଉଛି  ଶୀତ…’’।

ନିୟମଗିରି ସମେତ ଆଦିବାସୀ ଅଧ୍ୟୁଷିତ ମାଳଭୂମି ରାୟଗଡ଼ାର ଗାଁ ଗଣ୍ଡାରେ ଶୀତକୁ ନେଇ ଶୁଭୁଛି ଏମିତି ଲୋକ ଗୀତ। ସକାଳ, ସଞ୍ଜରେ ନିଆଁ ଉମେଇ ନିକଟରେ ବସି ଖଟି ଗପ ସହ ଗୀତ ଗାଇ ଶୀତକୁ ଉପଭୋଗ କରୁଛନ୍ତି ଡଙ୍ଗରିଆ, ଆଦିବାସୀ ଓ ସାଧାରଣ ସଂପ୍ରଦାୟର ଲୋକ ।ଗତ ଏକ ସପ୍ତାହ ହେଲା ରାୟଗଡ଼ାରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ପାରଦ ୧୬ ଡିଗ୍ରୀକୁ ଖସିଥିବା ବେଳେ  ମଧ୍ୟରାତ୍ରି ଓ ଭୋରରେ ଶୀତର ପ୍ରକୋପ ଅଧିକ ରହୁଛି। ପୂର୍ବ ବର୍ଷ ତୁଳନାରେ ଯଦିଓ ରାୟଗଡ଼ାରେ ଶୀତ ଏତେଟା ଅନୁଭବ ହୋଇନାହିଁ କିନ୍ତୁ ଆଗକୁ ଶୀତର ପ୍ରକୋପ ଅଧିକ ରହିବ। ଥଣ୍ଡା ପାଗରେ ବଣ, ଜଙ୍ଗଲ ସବୁଜ ବନାନିରେ ପରିପୂର୍ଣ୍ଣ ହୋଇଥିବା ପାହାଡ଼ି ତଳ ଅଞ୍ଚଳ ସୋରିଷ ଫୁଲରେ ସଜେଇ ହୋଇଛି। ଶୀତୁଆ ସକାଳ ସହିତ ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କିଏ ମର୍ଣ୍ଣିଂ ୱାକରେ ବାହାରି ଘାଟି ଉପରକୁ ଯାଉଛନ୍ତି ତ କିଏ ନିଆଁ ପାଖରେ ଏବଂ କିଏ କିଏ ଚାହା ଖଟିରେ ଆଡ୍ଡା ଜମାଉଛନ୍ତି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନଶୈଳୀ ଶୀତ‌ରେ ଟିକେ ନିଆରା। ଜୀବନ ଜୀବିକାର ଦୋ ଛକିରେ ବନ୍ଧା ଆଦିବାସୀ ହାଡଫଟା ଶୀତକୁ ଖାତିର ନ କରି ରାତି ପାହିବା ପୂର୍ବରୁ କର୍ମକ୍ଷେତ୍ରକୁ ଗୋଡ଼ କାଡୁଛନ୍ତି। ମହିଳାମାନେ ରାତି ଅଧାରୁ ଜଙ୍ଗଲରୁ କାଠ ସଂଗ୍ରହ ପାଇଁ ଯାଉଥିବା ବେଳେ ପୁରୁଷମାନେ ଚାଷକାର୍ଯ୍ୟରେ ସାମିଲ୍ ହେଉଛନ୍ତି। ଶୀତରେ ବେଶ୍ ମନୋରମ ହୋଇ ଉଠୁଥିବା ମାଳଭୂମିର ସୌନ୍ଦର୍ଯ୍ୟକୁ କିନ୍ତୁ ଚଳିତ ବର୍ଷ ଉପଭୋଗ କରିବାରୁ ବଞ୍ଚିତ ହୋଇଛନ୍ତି ବିଦେଶୀ ପର୍ଯ୍ୟଟକ। କରୋନା କଟକଣା ପର୍ଯ୍ୟଟକଙ୍କ ବାଟ ଓଗାଳିଛି। ବି‌ଶେଷ କରି ନଭେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ରାୟଗଡ଼ାକୁ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ନିୟମଗିରି ପାହାଡ଼ ଉପରେ ଥିବା ଡଙ୍ଗରିଆ ଗାଁ ସମେତ ଗୁଣପୁରର ଲାଞ୍ଜିଆ ସଉରା ରହୁଥିବା ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକମାନେ ବୁଲିଥାନ୍ତି। ପାଣିପାଗ ବିଭାଗର ସୂଚନା ମୁତାବକ, ୩/୪ ଦିନ ପରେ ଶୀତର ପ୍ରକୋପ ଅଧିକ ରହିବ। ଏବେ ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୨୮ ଡିଗ୍ରୀ ଏବଂ ସର୍ବନିମ୍ନ ୧୬ ଡିଗ୍ରୀ ରହୁଛି। ପାହାଡ଼ିଆ ଇଲାକାରେ ସର୍ବନିମ୍ନ ତାପମାତ୍ରା ଏବେ ୧୨ରୁ ୧୪ ଡିଗ୍ରୀ ମଧ୍ୟରେ ରହୁଛି। ଆଗକୁ ଶୀତ ବଢ଼ିଲେ ସର୍ବନିମ୍ନ ତାପମାତ୍ରା ସହରାଞ୍ଚଳରେ ୧୦ ଡିଗ୍ରୀ ଏବଂ ଗ୍ରାମାଞ୍ଚଳରେ ୬ରୁ ଡିଗ୍ରୀ ମଧ୍ୟରେ ରହିବ। ବିଷମକଟକ, କଲ୍ୟାଣସିଂହପୁର, ମୁନିଗୁଡାକୁ ଲାଗିଥିବା ନିୟମଗିରି ଅଞ୍ଚଳ ଓ କାଶୀପୁର ଖଣି ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ରହିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ   24-Oct-2026
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026

You Might Also Like