-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||     

HOME   ଜିଲ୍ଲା

୧୫୦ରୁ କେବଳ ୩ଟି ‘ବିଜୁ ଗାଁ ଗାଡ଼ି’ ଗଢ଼ୁଛି; ବଳକା ଗାଡ଼ି ଗଲା କୁଆଡେ?

15-Dec-2020



(ପ୍ରେରଣା ଖବର) ଜୟପୁର: ରାଜ୍ୟ ସରକାର ସବୁ ମାଓ ଉପଦ୍ରୁତ ଗ୍ରାମାଂଚଳ ସହ ଦୁର୍ଗମ ଗାଁ ଗୁଡିକ ସହ ବ୍ଲକ ସଦରମହକୁମାକୁ ଯୋଡିବା ପାଇଁ ଆରମ୍ଭ କରିଥିଲେ ବିଜୁ ଗାଁ ଗାଡ଼ି। ଗତ ୨୦୧୫ମସିହାରେ ଜିଲ୍ଲାର ୧୪ଟି ବ୍ଲକର ୨୨୬ଟି ପଂଚାୟତକୁ ବି ଗମନାଗମନର ରାସ୍ତା ସୁଦୃଢ଼ ଥିବା ଦର୍ଶାଇ ୮ଜଣରୁ ୩୨ଜଣ ପର୍ୟ୍ୟନ୍ତ ଯାତ୍ରୀ ନିଆଅଣା କରିବା ପାଇଁ ୧୫୦ଟି ବିଜୁ ଗାଁ ଗାଡ଼ି ଚଳାଯାଇଥିଲା। ଏପରିକି କିଛି ବସକୁ ୫ବର୍ଷିଆ ପକ୍କା ପରମିଟ୍ ଦେବାସହ ରୋଡଟ୍ୟାକ୍ସ ଓ ପରମିଟ୍ ଫି ଆଦି ସରକାରୀ କର ବି ଛାଡ କରାଯାଇଥିଲା। ଯେଉଁ ମହତ ଲକ୍ଷ୍ୟ ନେଇ ଏହି ସେବା ଆରମ୍ଭ କରାଯାଇଥିଲା ତାହା ଏବେ ବାଟବଣା। ଓଏସଆରଟିସିର ବିଜୁ ଗାଁ ଗାଡ଼ି ଯୋଜନାରେ ସାମିଲ ହୋଇଥିବା ୧୬ଖଣ୍ଡ ବସରୁ କୋଟିଆ, ଇନ୍ଦ୍ରାବତୀ, ଚିତ୍ରକୋଣ୍ଡା ଏଭଳି ୩ଟି ବସ ହିଁ ଚାଳୁଛି।୧୫୦ଟି ଗାଡିରୁ ଏବେ ହାତ ଗଣତି ୩ଟି ଗାଡ଼ି ହିଁ ଗଢ଼ୁଥିବା ସୂଚନା ମିଳିଛି। ବଳକା ୧୪୭ଟି ଗାଡ଼ି ଗାଏବ। ତେବେ ଏହି ଗାଡି ଗୁଡିକ ଗଲା କୁଆଡେ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଲୋକେ ପୂର୍ବ ଭଳି ମାଓ ଉପଦ୍ରୁତ ଓ ଦୁର୍ଗମ ଗାଁ ଗୁଡିକର ଲୋକେ ପୁଣି ହଇରାଣ ହରକତ ହୋଇ ସେଭଳି ଅଟୋ କିମ୍ବା ବଲୋରରେ ବିପଦସଂକୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ଏପରିକି ଏହି ଯୋଜନାରେ ବସ, ସହ ବଲୋର, ସାବାରି, ମାର୍ଶଲ, କମାଣ୍ଡର ଆଦିକୁ ବି ସାମିଲ କରାଯାଇଥିଲା। ଏଥିରେ ୨୨୬ଟି ପଂଚାୟତରୁ ୧୭୦ଟି ପଂଚାୟତକୁ ୧୦୯ଟି ବସ ଏବଂ ୫୬ଟି ପଂଚାୟତକୁ ବଲୋର, ସାବାରି, ମାର୍ଶଲ, କମାଣ୍ଡର ଆଦି ସେବା ଯୋଗାଉଥିବା ଆଂଚଳିକ ପରିବହନ ବିଭାଗର ସାଇଟରେ ଦର୍ଶାଉଛି। ଏପରିକି କିଛି ନ୍ୟାସ୍ତସ୍ବାର୍ଥ ବ୍ୟକ୍ତି ବିଜୁ ଗାଁ ଗାଡ଼ି ଯୋଜନାରେ ନିଜ ଗାଡ଼ି ଗୁଡିକ ସାମିଲ କରି ଫି ଆଦିରେ ଛାଡ ପାଇବା ସହ ପକ୍କା ପରମିଟ୍‌ ପାଇବା ପରେ ଗାଡ଼ିରେ ଲାଗିଥିବା ଷ୍ଟିକରକୁ ବି ହଟାଇ ଦେଇଛନ୍ତି। ପ୍ରକୃତ ପକ୍ଷେ ଏସବୁ ଠିକରେ ଚାଳୁଛି କି ନାହିଁ, ଏହି ଗାଡ଼ିର ମାଲିକ ମାନେ ଠକାମି କରୁନାହାନ୍ତି ତ ଏହାକୁ ନେଇ ଜିଲ୍ଲାପ୍ରଶାସନ ସମୀକ୍ଷା କିମ୍ବା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଯାଂଚ ବି କରାଯାଉନି।ବିଜୁ ଗାଁ ଗାଡିକୁ ନେଇ ଜିଲ୍ଲାପ୍ରଶାସନ ଯେଭଳି ତତ୍ପରତା ଦେଖାଇ ବ୍ୟାପକ ଧରପଗଡ଼ କରି ଯାଂଚ କରିଲେ ଅନିମିୟତାତା କରୁଥିବା ଗାଡ଼ି ଗୁଡିକ ଧରାପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଜୟପୁର ଓଏସଆରଟିସି ଜୋନର କୋଟିଆ, ଇନ୍ଦ୍ରାବତୀ, ଚିତ୍ରକୋଣ୍ଡା ଏଭଳି ୩ଟି ବସ ଚଳାଚଳ କରୁଛି ବୋଲି କହିଛନ୍ତି ଭାରାପ୍ରାପ୍ତ ଡିଟିଏମ୍ କାହ୍ନୁଚରଣ ସାହୁ। କିଛିଟା ଗାଡ଼ି ଚାଳିଛି, ତେବେ କେତେ ସଂଖ୍ୟାରେ ଚାଳିଛି ତାହା କହିବା ମୁସ୍କିଲ, ଗାଡ଼ି ଗୁଡିକ ପାଉ ନଥିବାରୁ କିଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଂଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାସ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026

You Might Also Like