-+91-9937148622 |

prerana_bgr@rediffmail.com |

  Sunday 25th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||     

HOME   ଜିଲ୍ଲା

ଦୁଇ ନକଲି ଡାକ୍ତର ଗିରଫ : ଧରପଗଡରେ ପୁଲିସ୍ ର ପକ୍ଷପାତିତା ଅଭିଯୋଗ । ସ୍ବାସ୍ଥ୍ୟବିଭାଗ ନୀରବଦ୍ରଷ୍ଟା !

28-Jun-2023



ବଲାଙ୍ଗୀର ( ମଳୟ ମିଶ୍ରଙ୍କ ରିପୋର୍ଟ )  ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସବ୍ ଡିଭିଜନ୍ ର ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରୁ ଖପ୍ରାଖୋଲ ପୁଲିସ୍ ଗତ ୨୪ ତାରିଖରେ ପଶ୍ଚିମବଙ୍ଗରୁ ଆସି ଏଠାରେ ରହିଥିବା ଦୁଇଜଣ ନକଲି ବଙ୍ଗାଳୀ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ହେଲେ ଭାନପୁର ପଞ୍ଚାୟତର ଝାଙ୍କିରିପାଲି ଗ୍ରାମରୁ ସୁପ୍ରକାଶ ରାଏ  ଓ  ନାନ୍ଦୁପଲା ଗ୍ରାମରୁ ପବିତ୍ର ବିଶ୍ବାସ । ଏମାନେ ବେଆଇନ୍ କ୍ଲିନିକ୍ ଖୋଲି ତ୍ରୁଟିପୂର୍ଣ୍ଣ ଚିକିତ୍ସା କରି ଲୋକଙ୍କ ଜୀବନପ୍ରତି ବିପଦ୍ ଜନକ ଖେଳ ଖେଳୁଥିଲେ ।ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ଯେ ଏହି  ଖପ୍ରାଖୋଲ ବ୍ଲକ୍ ଓ ପାଟଣାଗଡ ସବ୍ ଡିଭିଜନ୍ ରେ ଦୀର୍ଘବର୍ଷ ଧରି ଜଣେ  କ୍ବାକ୍ ଓ ଜଣେ ବଙ୍ଗାଳୀ ନକଲି ଡାକ୍ତର  ସକ୍ରିୟ ରହିଆସିଛନ୍ତି । ବହୁବାର ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରକାଶ ପାଇ ଆସୁଥିଲେ ହେଁ , ପୁଲିସ୍ ଓ ସ୍ବାସ୍ଥ୍ୟବିଭାଗ  ଭଲଭାବରେ ଅବଗତ ଥାଇ କୌଣସି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା , ଓଲଟି ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରିଆସୁଛନ୍ତି  !  ଲାଠୋର ଥାନା ଅନ୍ତର୍ଗତ ଲାଠୋରର ମୁଖ୍ୟରାସ୍ତା କଡରେ ଗତ କିଛିବର୍ଷଧରି ଜଣେ ଆୟୁର୍ବେଦିକ ଔଷଧ , ଜଡିବୁଟି ବିକ୍ରି ଆଳରେ ତାଙ୍କର ଡାକ୍ତରୀ ଚିକିତ୍ସାର ଯୋଗ୍ୟତା  ନଥାଇ ଇଞ୍ଜେଜେକ୍ ସନ୍ ଦେବା ଆଦି କରି  ଏଲୋପାଥିକ ଔଷଧର ବ୍ୟବସ୍ଥାପତ୍ର ଦେଇ ଔଷଧଦେଇ ଚିକିତ୍ସା କରି ପ୍ରଚୁର ଉପାର୍ଜନ କରିଆସୁଥିବା ଦେଖାଯାଇଛି । କିଛିବର୍ଷତଳେ ଗାଁ ମାନଙ୍କରେ ବୁଲି ବୁଲି ଆଇସ୍ କ୍ରିମ୍ ବିକୁଥିବା ଓ ପରେ ତାଙ୍କର ଜଣେ ସମ୍ପର୍କୀୟ କ୍ବାକ୍ ଙ୍କର ସହକାରୀ ପାଲଟି କବିରାଜୀ ଶିଖିଥିବା ଏଇ ବ୍ୟକ୍ତିଜଣକ ଏବେ ତଥାକଥିତ କବିରାଜ ଜଣକ ବିଭିନ୍ନ ବୈଦ୍ୟ ସମ୍ମିଳନୀସଂଘ ଓ ସାର୍ଟିଫିକେଟ୍ ଝୁଲାଇ ତାଙ୍କ କ୍ଲିନିକ୍ ରେ ଏକ ଲାବୋରେଟରୀ କରି ବିଭିନ୍ନ କମ୍ପାନୀ ଔଷଧର ଅପମିଶ୍ରଣ କରି ବଲାଙ୍ଗୀର ଜିଲ୍ଲା ସମେତ ବରଗଡ , ନୂଆପଡା ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଚିକିତ୍ସାବେପାର ଖେଳାଇଦେଇ କୋଟିପତି ହେଇଗଲେଣି । ତାଙ୍କ ବିରୋଧରେ ବହୁବାର ତ୍ରୁଟିପୂର୍ଣ୍ଣ ଚିକିତ୍ସାର ଅଭିଯୋଗ ହୋଇଛି ।

ଦ୍ୱିତୀୟତଃ ପାଟଣାଗଡ ସହରରେ ଦୀର୍ଘବର୍ଷଧରି ଜଣେ ଡାକ୍ତରୀଯୋଗ୍ୟତା ନଥିବା ବଙ୍ଗାଳୀ କ୍ବାକ୍ ଅଲଟରନେଟିଭ୍ ମେଡିସିନ୍ ର ଚିକିତ୍ସକ ନାଁ'ରେ ରହି ପ୍ରଚୁର ବେଆଇନ୍ ଉପାର୍ଜନ କରି କୋଟିପତି ପାଲଟି ଏଠାରେ ବିବାହ କରି ଘରବାଡି କିଣି କ୍ଲିନିକ୍ ଖୋଲି ଚିକିତ୍ସା ଚଳାଇ ଆସୁଛନ୍ତି । ତାଙ୍କ ବିରୁଦ୍ଧରେ ବାରମ୍ବାର ଗଣମାଧ୍ୟମରେ ଅଭିଯୋଗ ପ୍ରକାଶ ସହ ଗୁରୁତର ଅଭିଯୋଗ ରହିଆସିଛି । ତଥାପି ସେ ସ୍ଥାନୀୟ ପୁଲିସ୍ ର ଘନିଷ୍ଠବନ୍ଧୁ ଭାବେ ଥାନାରେ ହେଉଥିବା ଭୋଜିକୁ ନିମନ୍ତ୍ରିତ ହୋଇ ଯାଉଥିବା ଦେଖାଯାଇଛି । ଏପରିକି ତାଙ୍କ ହାତରେ ସ୍ଥାନୀୟ ରାଜନେତା , ଲୋକପ୍ରତିନିଧି , ଗୁଣ୍ଡା ଓ ବଡବଡିଆମାନେ ରହିଛନ୍ତି । ଅତୀତରେ ତାଙ୍କୁ ମାଓ ପ୍ରତିରୋଧ ନିମନ୍ତେ ନିୟୋଜିତ ସ୍ବତନ୍ତ୍ର ସଶସ୍ତ୍ର ସୁରକ୍ଷାବାହିନୀର ସ୍ବାସ୍ଥ୍ୟଶିବିରରେ ନିୟୋଜିତ କରାଯାଇଥିବାର ପ୍ରମାଣ ରହିଛି । ସେ ଏହି ନକଲି ଚିକିତ୍ସାରୁ ପ୍ରଚୁର ବେଆଇନ୍ ଉପାର୍ଜନ କରି ଚାଲିଥିବା ସମସ୍ତେ ଜାଣନ୍ତି ଓ ତାଙ୍କ ବିରୋଧରେ ଖବର ପ୍ରକାଶ କରିବାରୁ ଅତୀତରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ତାଙ୍କର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । 

କେବଳ ଏତିକି ନୁହେଁ , ବଲାଙ୍ଗୀରଜିଲ୍ଲାର ତୁଷୁରାଥାନା ଅଞ୍ଚଳର ପିପଲମୁଡା ଗ୍ରାମରେ ମଧ୍ୟ ବର୍ଷ ବର୍ଷ ଧରି ଜଣେ ଆୟୁର୍ବେଦିକ ଡାକ୍ତର ପକ୍ଷାଘାତ ଚିକିତ୍ସା ନାଁ'ରେ ଜିଲ୍ଲା ତଥା ଆଖପାଖ ଜିଲ୍ଲାରେ ବିଖ୍ୟାତ ।  ସେହିପରି ଲୋଇସିଂହା , ବଙ୍ଗୋମୁଣ୍ଡା , କଣ୍ଟାବାଞ୍ଜି , ସିନ୍ଧେକେଲା , ଟିଟିଲାଗଡ , ବେଲଗାଁ ଓ ଅନ୍ୟାନ୍ୟ ଅଞ୍ଚଳରେ ବାତଚିକିତ୍ସା , ହାଡଭଙ୍ଗା ଚିକିତ୍ସା ଓ ଅନ୍ୟାନ୍ୟ ନକଲି ଚିକିତ୍ସା ନାଁ'ରେ କ୍ବାକ୍ ବା ଠକବୈଦ୍ୟ , ନାମମାତ୍ର ଆୟୁର୍ବେଦିକ ବା ହୋମିଓପାଥିକ୍ ପ୍ରମାଣପତ୍ର ଖଣ୍ଡେ ଖଣ୍ଡେ ରଖି ଛତୁଫୁଟିଲା ପରି ସର୍ବତ୍ର ନକଲି ଡାକ୍ତରମାନେ ବିପଦପୂର୍ଣ ଚିକିତ୍ସା ଆଳରେ ରୋଗୀଙ୍କୁ ଲୁଣ୍ଠନ କରି ଚାଲିଥିଲେ ହେଁ , ସବୁ ଜାଣିଶୁଣି ପୁଲିସ୍ , ପ୍ରଶାସନ , ସ୍ୱାସ୍ଥ୍ୟବିଭାଗ , ଡ୍ରଗ୍ସ ଇନିସପେକ୍ଟର ବା ଜନସାଧାରଣ ନୀରବଦ୍ରଷ୍ଟା ପାଲଟିଆସିଥିବା ଅତ୍ୟନ୍ତ କ୍ଷୋଭର ବିଷୟ  । ଏପରିକି ଖୋଦ୍ ବଲାଙ୍ଗୀର ଜିଲ୍ଲା ସଦର ମହକୁମାଠାରେ ସାଇନ୍ ବୋର୍ଡ଼ ମାରି ବିଖ୍ୟାତ ଆରୋଗ୍ଯ ଦୋକାନ ଖୋଲି ଭୁଲ୍ ଔଷଧରେ ରୋଗୀଚିକିତ୍ସା ଚାଲିଛି ସ୍ପଷ୍ଟ ଦିବାଲୋକରେ ଆଖିରେ ଆଙ୍ଗୁଠି ଗେଞ୍ଜି  !


News Comment




Photo in News

Advertisment
Lastest News
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026
  ଜିଲ୍ଲା  
ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   25-Oct-2026
  ଦେଶ ବିଦେଶ  
ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ   25-Oct-2026
  ଜିଲ୍ଲା  
ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   24-Oct-2026
  ଜିଲ୍ଲା  
ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !    24-Oct-2026

You Might Also Like