-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ରାଜ୍ୟ

ସାନଫାସଡର ବାବା ଭୁବନେଶ୍ୱର ଶୈବପୀଠ, ଭକ୍ତଙ୍କ ମାନସିକ ପୁରଣ କରୁଥିବା ଶୈବପୀଠ ନିଜେ ଅବହେଳିତ

28-May-2023



ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର):ଭକ୍ତ ନିଜର ମନସ୍କାମନା ପୂରଣ, କାଳକଣ୍ଟକ ଦୂର କରିବା, ବିପଦରୁ ସୁରକ୍ଷା ପାଇଁ ବାବାଙ୍କ ଶରଣରେ ପାଦ ଦେଇ ଥାଏ ଭକ୍ତ । ଏଭଳି ଏକ ଶୈବପୀଠ ରହିଛି ଅବିଭକ୍ତ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲର ସାନଫାସଡ ଗ୍ରାମର ଅଙ୍ଗନଦୀ କୂଳରେ । ଉଭୟ ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପୂଜାଅର୍ଚ୍ଚନା ପାଇଁ ଛୁଟି ଆସିଥାନ୍ତି ଏହି ଶୈବପୀଠକୁ । ବଲାଙ୍ଗିର ଜିଲ୍ଲାରେ ଯେତିକି ଜଣାଶୁଣା ତାଠାରୁ ସୁବର୍ଣ୍ଣପୁର ଜିଲ୍ଲାରେ ଜଣାଶୁଣାରେ କମ୍ ନାହିଁ ।  ସୁବର୍ଣ୍ଣପୁର ଜିଲ୍ଲା ଶୁଖା, କର୍ଲାଯୁରୀ, ଦିଗସିରା, ଚେରୁପାଲି, ଡୁଙ୍ଗୁରିପାଲି ,ସର୍ଗୁଲ, ଇଚ୍ଛାପୁର, ହଲଦି ଅଂଚଳରୁ ଅନେକ ଭକ୍ତ ଏହି ଶୈବପୀଠକୁ ଯାଇଥାନ୍ତି । ସେହିପରି ବଲାଙ୍ଗିର ଜିଲ୍ଲାର ସାଲେଭଟା, ଲୁହୁରାମୁଣ୍ଡା, ଡୁଡୁକା, ଆଗଲପୁର, ରୋତ, ଛେଲଖାଇ ପ୍ରଭୃତି  ଅଂଚଳର ଭକ୍ତମାନେ ଏହି ମନ୍ଦିରକୁ ନିଜର ମାନସିକ ପରିପୂର୍ଣ୍ଣ ପାଇଁ ପୂଜା ହୋମ ଉଦ୍ଦେଶ୍ୟରେ ଆସିଥାନ୍ତି । 
 ଅଙ୍ଗନଦୀ କୂଳର ଏକ ସବୁଜ ପରିବେଶ ମଧ୍ୟରେ ଉକ୍ତ ମନ୍ଦିର ରହିଛି । ମନ୍ଦିରର ତିନି ପାଶ୍ୱର୍ରେ ସବୁଜ ଗୃକ୍ଷ ଲତାର ସମ୍ଭାର ରହିଥିବା ବେଳେ  ଉତ୍ତର ପାଶ୍ୱର୍ରେ ରହିଛି ଅଙ୍ଗନଦୀ । ବିଭିନ୍ନ ସମୟରେ ଭକ୍ତମାନେ ଏହି ମନ୍ଦିରକୁ ଆସିଲେ ପରିବେଶକୁ ଦେଖିଲେ ତାଙ୍କ ମନରେ ଭକ୍ତିଭାବ ଦେଖା ଦେବା ସହ ପ୍ରକୃତିର ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିଥାନ୍ତି । ମନ୍ଦିରଠାରୁ ନଦୀକୁ ଯିବାକୁ ଏକ ପାହାଚ ମଧ୍ୟ ନିର୍ମାଣ କରାଯାଇଛି । ମନ୍ଦିର ପରିସରରେ ଏକ ବିରାଟ ଆମ୍ବ ବୃକ୍ଷ ରହିଛି । ଏହାରି ତଳେ ପୂଜା ପାଇଁ ଆସିଥିବା ଭକ୍ତମାନଙ୍କ ସମାଗମ ତଥା ସେଠାରେ ରହିଥାନ୍ତି ।  ମନ୍ଦିରରେ ରହିଛି ଭୋଗ ମଣ୍ଡପ, ପୂଜା ମଣ୍ଡପ, ଏକ ବୃଷକ କୁଟିର ମଧ୍ୟ ରହିଛି ଯେଉଁଠାରେ ବୃଷଭମାନେ ରହିଥାନ୍ତି । ମନ୍ଦିରର ସମ୍ମୁଖ ପାଶ୍ୱର୍ରେ ମାଁ ଚଣ୍ଡୀଙ୍କ ମଧ୍ୟ ଏକ ମନ୍ଦିର ରହିଛି । 
    

ମନ୍ଦିର ବିଷୟରେ କୁହାଯାଏ ଯେ,  ସୁବର୍ଣ୍ଣପୁର ଜିଲ୍ଲା ଶୁଖା ଗ୍ରାମର ଜଣେ  ଗାଈ ଚରାଳୀ ପ୍ରତିଦିନ ଗାଈମାନଙ୍କୁ ଚରାଇବାକୁ ନଦୀ କୂଳକୁ ଆଣିଥିଏ । ଗାଈପଳରେ ଏକ କାଳୀ ଗାଈ ପ୍ରତ୍ୟେହ ନଦୀ ପାର ହୋଇ ଅନ୍ୟ ପଟକୁ ଆସିଥାଏ । ଏଭଲି କେତେଦିନ ଚରାଳୀ ଦେଖିବା ପରେ ଦିନେ ନଦୀରେ ପୁରାପାଣି ଆସୁଥାଏ । ଗାଈଟି ଯେମିତି ନଦୀକୁ ଡେଇଁ ପଡିଛି ଚରୁଆଳୀ ଜଣକ ଗାଈର ଲାଞ୍ଜକୁ ଧରି ପକାଇ ପହଁରି ଆସିଥିଲା ।ନଦୀ ଡେଇଁବା ପରେ ଯେଉଁଠାରେ ମନ୍ଦିର ରହିଛି ସେଠାରେ ଗାଈଟି ଠିଆ ହେବା ପରେ ତାଙ୍କ ପହ୍ନାରୁ ଆପେ ଆପେ କ୍ଷୀର ବାହାରି ଥିଲା । ।କ୍ଷୀର ଦେଇ ପୁଣି ଗାଈଟି ଲେଉଟି ଯାଇଥିଲା ଆରକୂଳକୁ । ଏହି ଘଟଣା ଗାଈ ଜଗୁଆଳୀଙ୍କ ଠାରୁ ଶୁଖା ଜମିଦାର ଜାଣିବାକୁ ପାଇଥିଲେ । ଉକ୍ତ ସ୍ଥାନକୁ ଖନନ ପରେ ସେଠାରେ ଶିବଙ୍କ ଶକ୍ତିର ଆବିର୍ଭାବ ଦେଖା ଦେଇଥିଲା । ପ୍ରଥମେ ସେଠାରେ କର୍ଲାଯୁରୀ ଗ୍ରାମର ଜଣେ ଭକ୍ତ ଏକ ଚାଳ  କରିଥିଲା । ପରବର୍ତ୍ତୀ ସମୟରେ ଶୂଖା ଜମିଦାର ଏବଂ ସାନଫାସଡ  ଗ୍ରାମର ଗୌନ୍ତିଆଙ୍କ ମିଳିତ ଉଦ୍ୟମରେ ଛପର ହୋଇଥିଲା । ପରବର୍ତ୍ତି ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ଗ୍ରାମର ସ୍ୱର୍ର୍ଗତ କହ୍ନେଇଲାଲ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ  ଭବ୍ୟ ମନ୍ଦିର ନିର୍ମାଣ ହୋଇଥିଲା । ମନ୍ଦିର ସଂପୂର୍ଣ୍ଣ ହେବା ପରେ ୨/୩/୧୯୭୯ରେ ଏହା ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ମଧ୍ୟ ଉକ୍ତ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱ ତାଙ୍କର ପରିବାର ବର୍ଗ କରିଆସୁଛନ୍ତି । କିନ୍ତୁ ଉକ୍ତ ମନ୍ଦିର ଶହ ଶହ ବର୍ଷର ପୂର୍ବରୁ ଜଣାଶୁଣା ବୋଲି ଲୋକେ ପ୍ରକାଶ କରିଛନ୍ତି । 
    ବରଗଡ-ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥ ବଲାଙ୍ଗିରଠାରୁ ୩୦ କିମ ଦୂର ଉତ୍ତରକୁ ଆସିଲେ ସାଲେଭଟା । ସେଠାରୁ ଆଗଲପୁର ରାସ୍ତାରେ ୪କିମି ପକ୍କା ରାସ୍ତାରେ ଗଲେ ସାନଫାସଡ ଗ୍ରାମ । ସେଠାରୁ ପାହଡିଆ, ଜଙ୍ଗଲି ରାସ୍ତାରେ ଦେଢ  କିମି ଗଲେ ପଡେ ମନ୍ଦିର । ରାସ୍ତା ଉଭୟ ପାଶ୍ୱର୍ରେ ସବୁଜ ବଜାନୀ । ମାଟି ପାହାଡିଆ ସର୍ପିଲ ରାସ୍ତା । ମନୋହର ପରିବେଶ । 
    ଗମନାଗମନ ଦୃଷ୍ଟିରୁ ଉକ୍ତ ଦେଢ କିମି ରାସ୍ତା ଠିକ୍ ନାହିଁ । ବର୍ଷାଦିନେ ଏହି ରାସ୍ତାରେ ଯିବା ସହଜ ନୁହେଁ । ମଝିରେ ଏକ ବାହାଲ ଜମି ରହିଛି । ଯାହାକି ନଦୀର ପାଣି ଆସିଯିବାରୁ ରାସ୍ତା ମଧ୍ୟ ବେଳେ ବେଳେ ବନ୍ଦ ରହିଥାଏ ।  ମନ୍ଦିରକୁ ଲାଗି ନଦୀ ରହିଛି । ଶୁଖା ଗ୍ରାମରୁ ପୂର୍ବ ଦିଗକୁ ନଦୀ ସେଠାରେ ଟିକିଏ ବଙ୍କା ରହି ମନ୍ଦିର ପାଶ୍ୱର୍କୁ ପାଣି ମାଡ ହୋଇଥାଏ । ଫଳରେ ଧିରେଧିରେ ମନ୍ଦିର ଆଡକୁ ପାଣି ମାଡି ମାଟି ଖସି ଯାଉଛି । ଯାହାକି ଆହୁରି ଆଗକୁ କିଛି ବର୍ଷ ପରେ ମନ୍ଦିରକୁ ନଦୀକୂଳ ଲାଗି ଯିବାର ସମ୍ଭାବନା ରହିଛି । 

ସେମାନେ ଯାହା କହନ୍ତି-


ଶ୍ରୀମତୀ ବିଣାପାଣି ହୋତା(ଜିଲ୍ଲପରିଷଦ ସଭ୍ୟା, ଆଗଲପୁର ବ୍ଲକ)-

ମନ୍ଦିର ଆମ ଗାଁର ପରିଚୟ । ସାନଫାସଡ କହିଲେ ଲୋକେ ବୁଝୁନଥିବା ବେଳେ ମନ୍ଦିର ଫାସଡ କହିଲେ ସମସ୍ତେ ବୁଝନ୍ତି । ଗାଁର ବିଭିନ୍ନ ସଂସ୍କୃତି ଓ ପରମ୍ପରା ମଧ୍ୟ ମନ୍ଦିର ସହିତ ଜଡିତ । ମନ୍ଦିର ଯୋଗୁଁ ଆମ୍ଭେ ଗ୍ରାମବାସୀ ଗର୍ବିତ । ବିଭିନ୍ନ ସମୟରେ ଆସୁଥିବା ଭକ୍ତମାନେ ମନ୍ଦିରର ପ୍ରାକୃତିକ ପରିବେଶ ଦେଖି ଖୁସିବ୍ୟକ୍ତି କରିଥାନ୍ତି । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୨କୋଟି ଟଙ୍କା ଅନୁଦାନ ଅନୁମୋଦନ ହୋଇଛି ଏହାର ଚତୁପାଶ୍ୱର୍ରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବାକୁ । ଏହା ସଂପୂର୍ଣ୍ଣ ହେଲେ ଗମନା ଗମନ, ରହିବା ପ୍ରଭୃତିରେ ଅସୁବିଧା ହେବ ନାହିଁ । ମନ୍ଦିରର ବିକାଶ ପାଇଁ ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ ମାଧ୍ୟମରେ ସରାକାରଙ୍କୁ ଜଣାଇ ଆସୁଛନ୍ତି ।


ବିନୋଦ ଥନାପତି- ମନ୍ଦିର ପୁଜାରୀ-

ମନ୍ଦିରର ଇତିହାସ ବହୁ ପୁରାତନ । ଦୀର୍ଘ ୪ଶହ ବର୍ଷ ହେବ ଏହି ଶୈବ ପୀଠ । ପ୍ରତ୍ୟେହ ବହୁ ସଂଖ୍ୟାରେ ଭକ୍ତ ଆସୁଛନ୍ତି ।  ଶ୍ରାବଣ, କାର୍ତ୍ତିକ , ମାଘମାସରେ ପ୍ରବଳ ଭିଡ ହୋଇଥାଏ । ସେହି ଦୃଷ୍ଟିରୁ ଏହା ଉନ୍ନତି ଆହୁରି ଆବଶ୍ୟକ । ଗ୍ରାମବାସୀଙ୍କ ସହ ଯୋଗୀ ମନୋଭାବ ଯୋଗୁଁ ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃ୍‌ଦ୍ଧି ହେବାରେ ଲାଗିଛି ।

ବିରାଜନନ୍ଦ ପାଢୀ-ସାମ୍ବାଦିକ, ସାଲେଭଟା

ଫାସଡ ଗ୍ରାମର ବାବା ସୁପ୍ରସିଦ୍ଧ ଭୁନେଶ୍ୱରଙ୍କ ଶିବ ମନ୍ଦିର ବିଲିନ ହେବାକୁ ଯାଉଥିବା ଗ୍ରାମବାସୀ ଅଭିଯୋଗ କରନ୍ତି । ବିଗତ ବହୁ ବର୍ଷ ପୁର୍ବେ ଝାଟି ମାଟିରୁ ଆଜି ଭବ୍ୟ ମନ୍ଦିର ନିର୍ମାଣ ହୋଇଛି । ମନ୍ଦିରର ସୁପ୍ରସିଦ୍ଧ ଯୋଗୁଁ ଶହ ଶହ ଭକ୍ତ ବାବାଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଏଠାରେ ବିବାହ, ଯଜ୍ଞାଦି କାର୍ଯ୍ୟ ଦେଖିବାକୁ ମିଳେ । ଏଠାରେ  କେଉଁ ଆବାହମାନ କାଳରୁ ଅଙ୍ଗନଦୀ ପ୍ରବାହିତ ହୋଇ କୂଳ ଲଙ୍ଘି ଅବବାହିକା କ୍ଷୟ ହେବାରେ ଲାଗିଛି । ଇତି ମଧ୍ୟରେ କୂଳ ଲଙ୍ଘି ମନ୍ଦିର ନିକଟତର ହେବାରୁ ଚିନ୍ତାପ୍ରକଟ କରାଯାଇଛି । ଏଠାରେ ତୁରୁନ୍ତ ଏକ ଚିର ନିର୍ମାଣ କରାନଗଲେ ଏହି ସୁପ୍ରସିଦ୍ଧ ବାବା ଭୁନେଶ୍ୱରଙ୍କ ମନ୍ଦିର କାଳଗର୍ଭରେ ବିଲିନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like