-+91-9937148622 |

prerana_bgr@rediffmail.com |

  Tuesday 20th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||      ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ    (19-Oct-2026)       ||      From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||     

HOME   ଜିଲ୍ଲା

ବାରପାହାଡଖୋଲର ଚେକଡ୍ୟାମ ପ୍ରସଙ୍ଗ... ଚ୍ୟାକଡ୍ୟାମ, ଆଡିବନ୍ଧ,ବ୍ଲକ ପ୍ଲାନଟେସନ ପାଇଁ ହେବ ନୂଆ ପ୍ରସ୍ତାବ

28-May-2023



ବଲାଙ୍ଗୀର/ତରଭା(ପ୍ରେରଣା ଖବର)-ତରଭା ବ୍ଲକ ଅନ୍ତର୍ଗତ ରାଜପାଲି ବାରପାହାଡ ଖୋଲରେ ଚାଲିଥିବା ଚ୍ୟାକଡ୍ୟାମ କାମକୁ ବନବିଭାଗ ଅନ୍ୟତ୍ର ସ୍ଥାନାନ୍ତର କରିନେଇଥିବାରୁ ଏହି ଅଞ୍ଚଳରେ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ସୋନପୁର ଜିଲ୍ଲାପରିଷଦ ବୈଠକରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ଏନେଇ ବନବିଭାଗକୁ ଟାର୍ଗେଟ କରିଥିଲେ । ଏପରିକି ବୈଠକରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଂଜନ ପୂଜାହାରୀ ଓ ସୁୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଡିଏଫଓଙ୍କୁ ତାଗିଦ କରିଥିଲେ । ଉକ୍ତଦିନ ସରଜମିନ ତଦନ୍ତ କରି ଡିଏଫଓ ସ୍ଥିତିର ଅନୁଧ୍ୟାନ କରିବାକୁ ବୈଠକରେ ନିର୍ଦ୍ଦେଶ ହୋଇଥିଲା । ସୋନପୁର ଡିଭିଜନର ଡିଏଫଓ ନିଜେ ତାଙ୍କ ଷ୍ଟାଫଙ୍କ ସହିତ ଆସି ବନ୍ଦ ହୋଇଥିବା ଚ୍ୟାକଡ୍ୟାମର ସ୍ଥିତି ଦେଖିଥିôଲେ । ଚ୍ୟାକଡ୍ୟାମକାମ ନିମ୍ନମାନର ହେଉଥିବା ସ୍ଥାନୀୟ ଯୁବକମାନେ ଅଭିଯୋଗ କରିଥିଲେ । ସତକୁ ସତ କାମଟି ନିମ୍ନମାନର ହେଉଥିବା ଓ ଫିଜିବିଲିଟି ଠିକ ନଥିବା ଡିଏଫଓ ମଧ୍ୟ ହୃଦବୋଧ କରିଥିଲେ । ଆଜି ସୋନପୁର ଡିଏଫଓଙ୍କ ନିର୍ଦ୍ଦେଶରେ ନାରାୟଣପୁର ସେକ୍ସନ ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର ପୁଣିଥରେ ଆସି  ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଫିଲ୍ଡଭିଜିଟ କରିଛନ୍ତି । ଯେଉଁଠାରେ ଚ୍ୟାକଡ୍ୟାମ ନିର୍ମାଣ ହେଉଥିଲା ତାହାର ଫିଜିବିଲିଟି ଠିକ ନଥିଲା ତେଣୁ ତାତଳକୁ ଝରଣାରେ ଚ୍ୟାକଡ୍ୟାମ ନିର୍ମାଣ କରିବା, ଚ୍ୟାକଡ୍ୟାମର ଉଭୟପଟେ ମାଟିଆଡିବନ୍ଧ ନିର୍ମାଣ କରିବା ସହିତ ଉଭୟ ପଟେ ବ୍ଲକ ପ୍ଲାଣ୍ଟେସନ କରାଇବାକୁ ଉପସ୍ଥିତ ଅଞ୍ଚଳବାସୀ ଅନୁରୋଧ କରିଥିଲେ । ପ୍ରଥମେ ଡ୍ରୋନସର୍ଭେ କରିବା ସହିତ ଲେଭେଲିଂ ନେଇ ଚ୍ୟାକଡ୍ୟାମର ଅଟକଳ କରିବାକୁ ଫରେଷ୍ଟର ସମ୍ମତି ଦେଇଥିଲେ । ଏହି ଆର୍ଥିକ ବର୍ଷରେ ଏହାର ପ୍ରସ୍ତାବକୁ ଅନୁମୋଦନ କରାଇ ଅକ୍ଟୋବର ମାସ ବେଳକୁ କାମ ଆରମ୍ଭ କରିବାକୁ ପ୍ରସ୍ତାବ କରାଯାଇଥିଲା । ଏହି ବାରପାହାଡ ପୀଠଟି ଅଞ୍ଚଳର ଲୋକଙ୍କ ଆଧ୍ୟାତ୍ମିକ ଭାବନା ସହିତ ଜଡିତ ଥିବାରୁ ଏହାର ବିକାଶ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ ବୋଲି ବୈଠକରେ ଉପସ୍ଥିତ ଥିବା ତରଭା ବ୍ଲକ ଅଧ୍ୟକ୍ଷ  ସରୋଜ କମ୍ପ କହିଥିଲେ । ସେହିପରି ବୁର୍ଡା-ଅର୍ଜୁନପୁର ପୂର୍ତ୍ତବିଭାଗ ରାସ୍ତାରୁ ପ୍ରକଲ୍ପ ପର୍ଯ୍ୟନ୍ତ ରାସ୍ତାନିର୍ମାଣ ଓ ପାହାଡତଳୁ ବାରପାହାଡ ଦେବୀଙ୍କ ଗୁମ୍ଫା ପର୍ଯ୍ୟନ୍ତ ପାହାଡକୁ ପାହାଚ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ଏହି ପରିଦର୍ଶନ ଓ ଆଲୋଚନାରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ପାଇକବାହାଲ ଗ୍ରାମପଞ୍ଚାୟରର ସରପଞ୍ଚ ଗଣନାଥ ସାହୁ, ନାରାୟଣପୁର ସେକ୍ସନ ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର, ଦେଉଳପଦର ପେକ୍ସ ସଭାପତି ରାଜେନ୍ଦ୍ର ପଣ୍ଡା, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରାଜପାଲି ଗ୍ରାମର ଶତୃଘ୍ନ ପଣ୍ଡା, ମଦନମୋହନ ପଣ୍ଡା,କିଶୋର ପଣ୍ଡା,ଦାମୋଦର ଶିକା, ଭକ୍ତ ଶିକା, ବ୍ରାହ୍ମଣୀପାଲି ଗ୍ରାମର ଭାଗିରଥି ସାହୁ, ଗଣେଶ ସାହୁ, ଜଗନ୍ନାଥ ଷାଣ୍ଢ,ଫଗୁ ମେହେର, ସୁରଥ ନାଗ, ଦେବହରୀ ଛତ୍ରୀ, ଡାହିମାଲର ନାଥ ସା, ଚିତ୍ତ ସା,ବିଶ୍ୱାମିତ୍ର ସା,ମେଣ୍ଡାର ମହାଦେବ ଜେନା, ଡୁବୁଲ ଦଣ୍ଡସେନା,ତିଲେଇମାଲର ଅଯୋଧ୍ୟା ଭୁଏ ପ୍ରମୁଖଙ୍କ ସହିତ ଅଞ୍ଚଳର ଶତାଧିକ ଲୋକ ଯୋଗ ଦେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   19-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   19-Oct-2026
  ଜିଲ୍ଲା  
*ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   19-Oct-2026
  ରାଜ୍ୟ  
ବାଗ୍ମୀ ବିଶ୍ୱନାଥ କରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧା ସୁମନ ଅର୍ପଣ   19-Oct-2026
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026

You Might Also Like