-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||     

HOME   ରାଜନୀତି

କଂଗ୍ରେସ ଓ ବିଜେପିଦଳ ଛାଡି ବିଜେଡିରେ ସାମିଲହେଲେ ଶତାଧିକ କର୍ମୀ, କଂଗ୍ରେସକୁ ଝଟକା,ଶଙ୍ଖ ଫୁଙ୍କିଲେ ଲୋଇସିଂହାର ନବ ନାଏକ

18-Mar-2023



ବଲାଙ୍ଗୀର/ ରାଜ୍ୟରେ ଶାସକ ବିଜେଡିଦଳ ୨୩ବର୍ଷ ଶାସନରେ ଥିଲେ ହେଁ ଦଳର ପତିଆରା ଅକ୍ଷୁର୍ଣ୍ଣ ରଖିଛି । ଏବେ ଅନ୍ୟଦଳରୁ ଆହୁରି ଲୋକ ଆସି ବିଜେଡିରେ ସାମିଲ ହେଉଛନ୍ତି । ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଆଜି ଲୋଇସିଂହା,ପାଟଣାଗଡ ଓ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିର ଶତାଧିକ କର୍ମୀ ଆସି ବିଜେଡି ଦଳରେ ଯୋଗ ଦେଇଛନ୍ତି । ସବୁଠୁ ବଡଝଟକା ଲାଗିଛି  କଂଗ୍ରେସଦଳକୁ । କଂଗ୍ରେସଦଳର ବରିଷ୍ଠନେତା ନରସିଂହ ମିଶ୍ରଙ୍କ ଜଣେ ଦୃଢସମର୍ଥକ ରହିଆସିଥିବା ତଥା ଗତ ୨୦୧୯ରେ ଲୋଇସିଂହା ବିଧାସଭାକ୍ଷେତ୍ରରେ କଂଗ୍ରେସପ୍ରାର୍ଥି ହୋଇଥିବା ନବକିଶୋର ନାଏକ ଆଜି କଂଗ୍ରେସଦଳ ତ୍ୟାଗ କରି ବିଜୁଜନତାଦଳରେ ସାମିଲ ହୋଇଛନ୍ତି । ସେ ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ଆସି ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସରେ ଆୟୋଜିତ ମିଶ୍ରଣପର୍ବରେ ଯୋଗଦେଇଛନ୍ତି ଓ ଆଗାମୀ ଦିନରେ ସେ ବିଜେଡିଦଳ ପାଇଁ କାମ କରିବେ ବୋଲି କହିଛନ୍ତି । ନବକିଶୋର ଲୋଇସିଂହା ଅଞ୍ଚଳର ଜଣେ ଅମାୟିକ ବ୍ୟକ୍ତିତ୍ୱ ହୋଇଥିବା ବେଳେ ଏବେ ସେ ଲୋଇସିଂହା ପଞ୍ଚାୟତର ସରପଞ୍ଚ ମଧ୍ୟ ରହିଛନ୍ତି । ଆଗାମୀ ଦିନରେ ଲୋଇସିଂହା ଅଞ୍ଚଳର ହଜାର ହଜାର ସମର୍ଥକ ବିଜେଡିରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି । ଆଜି ଅନେକସଂଖ୍ୟାରେ ମହିଳାମାନେ ମଧ୍ୟ ଆସି ବିଜେଡିଦଳରେ ଯୋଗଦେଇଛନ୍ତି । 
           

     ଆଜି ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସଠାରେ ଏକ ବଡଧରଣର ମିଶ୍ରଣପର୍ବ ଆୟୋଜିତ ହୋଇଥିଲା । ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ ଥିବା କଳିକେଶନାରାୟଣ ସିଂଦେଓଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କର୍ମି ମଧ୍ୟ ସାମିଲ ହୋଇଥିଲେ । ବିଜେଡିର ବରିଷ୍ଠନେତା ଭବାନୀଶଙ୍କର ହୋତାଙ୍କ ସଭାପତିତ୍ୱ ଓ ଜିଲ୍ଲା ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓ,ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି,ବରିଷ୍ଠନେତା ଲକ୍ଷ୍ମଣକୁମାର ମେହେର,ଉମାଶଙ୍କର ସିଂ,ସୁଶୀଳ ଚାନ୍ଦ,ବିଜେଡି ମହିଳା ସଭାନେତ୍ରୀ ଦମୟନ୍ତି ବାଘ,ଅଜୟ ଦାସ,ଟିମା ମହାନ୍ତି,ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ,ପୌରାଧ୍ୟକ୍ଷା ଲିକା ସାହୁ,ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ,

ଦେଓଗାଁ ବ୍ଲକଅଧ୍ୟକ୍ଷ ଦୟାନିଧି ଖମାରୀ,ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ,ଜିଲ୍ଲା ପରିଷଦ ସଭ୍ୟା ଅନାମିକା ହୋତା,ମମତା କୁମୁରା,ତୁରେକେଲା ବ୍ଲକ ସଭାପତି ଅରସାଦ ଖାନ,ଟୁନା ସ୍ୱାଇଁ,ବନମାଳି ଖମାରୀ,ଅଜିତ ଯୋଷୀ,ହଂସରାଜ ଜୈନ ପ୍ରମୁଖ ମଞ୍ଚାସୀନ ହୋଇ ଆଗାମୀଦିନରେ ଜିଲ୍ଲାରେ ବିଜେଡିଦଳ କିଭଳି ଆହୁରି ମଜବୁତ ହେବ ସେବିଷୟରେ ବକ୍ତବ୍ୟ ରଖିଥିଲେ । କଳିକେଶ ତାଙ୍କ ବକ୍ତବ୍ୟରେ ବଲାଙ୍ଗୀର ନିର୍ବାଚନମଣ୍ଡଳିରେ କଂଗ୍ରେସ ବିଧାୟକ ନିର୍ବାଚିତ ପୌରକାଉନସିଲକୁ ଭାଙ୍ଗିଦେବାକୁ ଧମକ ଦେଉଛନ୍ତି । ବିଜେଡିଦଳର ଲୋକପ୍ରୀୟତାରେ କଂଗ୍ରେସ ଭୟଭୀିତ ହୋଇଯାଇଛି ଓ ପୌରନିର୍ବାଚନରେ ଶୋଚନୀୟ ପରାଜୟକୁ ଗ୍ରହଣ କରିନପାରି ବିଧାୟକ ଏଭଳି ବକ୍ତବ୍ୟ ଦେଉଥିବା କହିଛନ୍ତି । ଗତ କିଛିଦିନ ତଳେ ବିଧାୟକଙ୍କ ଉପସ୍ଥିତିରେ ତାଙ୍କର ଗୁଣ୍ଡାମାନେ ବିଜେଡିର ଜଣେ ମହିଳା କାଉନସିଲରଙ୍କୁ  ଯେଭଳି ଆକ୍ରମଣ କଲେ ତାହାକୁ କଳିକେଶ ନିନ୍ଦା କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   18-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   18-Oct-2026
  ଜିଲ୍ଲା  
ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   18-Oct-2026

You Might Also Like