-+91-9937148622 |

prerana_bgr@rediffmail.com |

  Wednesday 29th March 2023 |

| | | |

R.N.I. Regd No. ODIODI/2010/46693

Breaking News

ରେନବୋ କ୍ୟାମ୍ପରେ ବଲାଙ୍ଗିର ର କୃତିତ୍ୱ   (29-Mar-2023)       ||      ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   (29-Mar-2023)       ||      ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   (28-Mar-2023)       ||      ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    (28-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା    (28-Mar-2023)       ||      ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    (28-Mar-2023)       ||      ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   (28-Mar-2023)       ||      ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   (28-Mar-2023)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   (28-Mar-2023)       ||      ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   (28-Mar-2023)       ||      ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   (28-Mar-2023)       ||      ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   (28-Mar-2023)       ||      ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି    (28-Mar-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି   (28-Mar-2023)       ||      କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ   (28-Mar-2023)       ||      କନ୍ଦାଜୁରୀ ଠାରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ   (28-Mar-2023)       ||      ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ   (28-Mar-2023)       ||      ଅଗ୍ରଣୀ ମହିଳା ଚାଷୀ ବିଜୟିନୀ    (28-Mar-2023)       ||      ବିଶ୍ଵ ନାଟ୍ଯ ଦିବସ ଅବସରରେ ନାଟ୍ଯ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର   (27-Mar-2023)       ||      ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ  ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି    (27-Mar-2023)       ||     

HOME   ଜିଲ୍ଲା

ଶିଶୁଖାଦ୍ୟର ବାଟମାରଣା କରୁଛି ଏସଏଚଜି, (ସରକାର , ପ୍ରଶାସନ ଓ ବିଭାଗ ନୀରବଦ୍ରଷ୍ଟା  !)

18-Mar-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) କେବଳ ବଲାଙ୍ଗୀର ଜିଲ୍ଲାରେ ନୁହେଁ, ଆଗାମୀ ନିର୍ବାଚନରେ ଭୋଟ ରାଜନୀତିକୁ ଆଖିଆଗରେ ରଖି ମିଶନଶକ୍ତି ଆଳରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ସରକାର ବିଭିନ୍ନ ଯୋଜନା ବା କାର୍ଯ୍ୟକ୍ରମମାନ ଆରମ୍ଭ କରିଆସୁଛନ୍ତି । ତେବେ ଏହି ଏସଏଚଜି ଗୁଡିକରୁ କେତେକ ରୀତିମତ ବେପାର ଓ ମୁନାଫାରେ ସ୍ବାର୍ଥସର୍ବସ୍ବ ହୋଇପଡିଛି । ମହିଳାମାନଙ୍କ ପଛରେ ରହିଛନ୍ତି ସେମାନଙ୍କର ସ୍ବାମୀ, ପରିବାରର ପୁରୁଷ ଓ ସ୍ଥାନୀୟ ନେତା ଓ ବେପାରୀମାନେ । ସେମାନଙ୍କ ଇଙ୍ଗିତରେ ପରିଚାଳିତ ହେଉଛି ଏହି ତଥାକଥିତ ମିଶନଶକ୍ତି କାର୍ଯ୍ୟକ୍ରମ । ଏଥିରୁ ସମନ୍ବିତ ଶିଶୁବିକାଶ ଯୋଜନା ବା ଅଙ୍ଗନବାଡିର ଶିଶୁବିକାଶ ପ୍ରକଳ୍ପର ଶିଶୁମାନଙ୍କ ପୁଷ୍ଟିକର ଖାଦ୍ୟ ଯୋଜନା ପ୍ରଭାବିତ ହେଉଛି । ଏଥିରେ ଏସଏଚଜି ଦ୍ବାରା ପ୍ରସ୍ତୁତ ଶିଶୁଖାଦ୍ୟର ବାଟମାରଣା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ବଲାଙ୍ଗୀର ଜିଲ୍ଲାରେ ଏପରି ଅନିୟମିତତା ଦୀର୍ଘଦିନରୁ ଚାଲିଛି ଏବଂ ଏଥିରେ ବିଭାଗର ଅଧିକାରୀ, ପ୍ରଶାସନିକ ବରିଷ୍ଠ ଅଧିକାରୀ, ଯାଞ୍ଚ ଓ ତଦାରଖ ଅଧିକାରୀମାନଙ୍କ ସହ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମ୍ପୃକ୍ତ ରହିଥିବା ସମ୍ପର୍କୀୟ ଚାଞ୍ଚଲ୍ୟକର ଚର୍ଚ୍ଚା ଓ ଅଭିଯୋଗ ପ୍ରକାଶ ପାଇଥିଲା ।

ସଂପ୍ରତି ବେଲପଡାର ତୁଳସୀ ଏସଏଚଜି ନାଁ'ରେ ଯେଉଁ ନିମ୍ନମାନର ଏବଂ ଓଜନ ବା ପରିମାଣରେ ହେରଫେର ହେଉଥିବାର ଛତୁଆ ଓ ବାଦାମଲଡୁ ଠକେଇ ବିଷୟ ଗଣମାଧ୍ୟମରେ ପ୍ରକାଶ ପାଇଛି, ଏଭଳି ଅଭିଯୋଗ ନୂଆ ନୁହେଁ । କିଛିବର୍ଷତଳେ ଏହି ବ୍ଲକ୍ ର ଏହି ଏସଏଚଜି ସମେତ ତତ୍କାଳୀନ ଆଉ ୨ଟି ଗୋଷ୍ଠୀ ଏବଂ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ ର ଅନେକ ଛତୁଆ ପ୍ରସ୍ତୁତକାରୀ ଏସଏଚଜି ବିରୁଦ୍ଧରେ ଏଭଳି ଅଭିଯୋଗ ଉଠିଥିଲା । ତତ୍କାଳୀନ ଜିଲ୍ଲାପାଳ ମଧ୍ୟ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ସେଗୁଡିକ ଠାରୁ ଦାୟିତ୍ୱ ପ୍ରତ୍ୟାହାର କରିନେବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତତ୍କାଳୀନ ପାଟଣାଗଡ ସମେତ ଅନ୍ୟାନ୍ୟ ଉପଜିଲ୍ଲାପାଳମାନେ ଏହି ନିର୍ଦ୍ଦେଶକୁ କାଳକ୍ଷେପଣ କରି ହାତଚିକ୍କଣ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗର କେତେକ ଅଧିକାରୀ ଓ ସମ୍ପୃକ୍ତ କିରାଣୀମାନେ ହାତସଫେଇ କରି ଏହି ତଦନ୍ତକୁ ଅଚଳ କରିଦେଇଥିଲେ । କେତେକ ଗଣମାଧ୍ୟମର ଷ୍ଟିଙ୍ଗ୍ ଅପରେସନରେ ଖପ୍ରାଖୋଲ ଓ ପାଟଣାଗଡ ବ୍ଲକ୍ ର କେତୋଟି ଛତୁଆ ପ୍ରସ୍ତୁତକାରୀ ଏସଏଚଜି କଟିଯାଇଥିବାରୁ ସ୍ଥାନୀୟ ବିଧାୟକଙ୍କ ସୁପାରିଶ ଆସିଥିଲା । ଆହୁରି ମଧ୍ୟ ଏହି  ଏସଏଚଜି ପାଟଣାଗଡ ଉପଜିଲ୍ଲାପାଳଙ୍କ ସମ୍ପୃକ୍ତ କିରାଣୀଙ୍କ ଜରିଆରେ  ୫୦ ହଜାର ଟଙ୍କା ଆସି ଉତ୍କୋଚ ଦେଇଥିବାର ଚର୍ଚ୍ଚା ହୋଇଥିଲା । ଅପରତଃ ତତ୍କାଳୀନ ଜିଲ୍ଲାର ଜଣେ ବିଭାଗୀୟ ମନ୍ତ୍ରୀଙ୍କ ହାତ ରହିଥିବା କଥା ମଧ୍ୟ ଉଠିଥିଲା । କିଛିବର୍ଷତଳେ ପୂର୍ବରୁ ସୋନପୁରଜିଲ୍ଲାରେ ଅବସ୍ଥାପିତ ଜଣେ ଅଧିକାରୀ ନିର୍ଦ୍ଦେଶକ ହୋଇ ଏହି ଅଞ୍ଚଳକୁ ଗସ୍ତରେ ଆସି ଅଧାପନ୍ତରିଆ ନିରୀକ୍ଷଣ କରି ହାତ ଚିକ୍କଣ କରି ଫେରିଯାଇଥିବା ମଧ୍ୟ ଚର୍ଚ୍ଚାର ପରିସରଭୁକ୍ତ ହୋଇଥିଲା । ଆହୁରିମଧ୍ୟ ସୋନପୁର ଜିଲ୍ଲାର ଏକ ଛତୁଆପ୍ରସ୍ତୁତ କାରୀ ଏସଏଚଜି ବିବଦମାନ ହୋଇପଡିଥିବା ସହ ଭୁବନେଶ୍ବରରେ ଛତୁଆର କ୍ବାଲିଟୀପରୀକ୍ଷଣାଗାରକୁ ଯାଇ ହାତ କରିଥିବାର ଅଭିଯୋଗ ଶୁଣାଯାଇଥିଲା । କେବଳ ଏଥିରେ ବ୍ୟାପକ ଦୁର୍ନୀତି ନିମନ୍ତେ ଜିଲ୍ଲାର ଏକାଧିକ ଏସ୍ଏଚଜିର ବିବାଦ ଯୋଗୁଁ ଏକାଧିକ ଭିଜିଲାନ୍ସ ଧରାଇ ସିଡିପିଓ ଓ ସୁପରଭାଇଜରମାନେ ଗିରଫ ହେବା ପରି ଅପ୍ରୀତିକର ଘଟଣାମାନ ଘଟିଥିଲା । ଏବେ ବି ଜିଲ୍ଲାର ଏକାଧିକ ଏସଏଚଜିର ପଛରେ ମାରୁଆଡିବ୍ୟବସାୟୀ ଓ  ଅନ୍ୟାନ୍ୟ ମେହେରବେପାରୀଙ୍କ ବେପାର ଚାଲିଥିବା ଜଣାଯାଇଛି । ଏଣୁ ଏସବୁ ଶିଶୁଖାଦ୍ୟର ମାନ ପରୀକ୍ଷା, ହେରଫେର ଓ ଏସଏଚଜି ଗୁଡିକର ଅନିୟମିତତାର ଇତିହାସ ପୁରୁଣା । ଏହାର ଦୁର୍ନୀତିର ଚେର ତଳସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ପ୍ରଲମ୍ବିତ । ବେଲପଡାର ତୁଳସୀ ଏସଏଚଜି ସମେତ ତତ୍କାଳୀନ ଏସ୍ଏଚଜି ବିରୁଦ୍ଧରେ ମଧ୍ୟ ବହୁ ଚର୍ଚ୍ଚା ଓ ଅଭିଯୋଗ ରହିଆସିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରେନବୋ କ୍ୟାମ୍ପରେ ବଲାଙ୍ଗିର ର କୃତିତ୍ୱ   29-Mar-2023
  ଜିଲ୍ଲା  
ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   29-Mar-2023
  ଜିଲ୍ଲା  
ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   28-Mar-2023
  ଜିଲ୍ଲା  
ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   28-Mar-2023
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    28-Mar-2023
  ଜିଲ୍ଲା  
ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   28-Mar-2023
  ଜିଲ୍ଲା  
ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   28-Mar-2023
ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   28-Mar-2023
  ଜିଲ୍ଲା  
ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   28-Mar-2023
  ଜିଲ୍ଲା  
ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   28-Mar-2023

You Might Also Like