-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||      *ଡାବୁଗାଁରେ ଆରମ୍ଭ ହେଲା ଦୁର୍ଗା ପୂଜା*   (18-Oct-2026)       ||      ଗଣିତ ଗବେଷଣା    (17-Oct-2026)       ||     

HOME   ଜିଲ୍ଲା

ଶିଶୁଖାଦ୍ୟର ବାଟମାରଣା କରୁଛି ଏସଏଚଜି, (ସରକାର , ପ୍ରଶାସନ ଓ ବିଭାଗ ନୀରବଦ୍ରଷ୍ଟା  !)

18-Mar-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ) କେବଳ ବଲାଙ୍ଗୀର ଜିଲ୍ଲାରେ ନୁହେଁ, ଆଗାମୀ ନିର୍ବାଚନରେ ଭୋଟ ରାଜନୀତିକୁ ଆଖିଆଗରେ ରଖି ମିଶନଶକ୍ତି ଆଳରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ସରକାର ବିଭିନ୍ନ ଯୋଜନା ବା କାର୍ଯ୍ୟକ୍ରମମାନ ଆରମ୍ଭ କରିଆସୁଛନ୍ତି । ତେବେ ଏହି ଏସଏଚଜି ଗୁଡିକରୁ କେତେକ ରୀତିମତ ବେପାର ଓ ମୁନାଫାରେ ସ୍ବାର୍ଥସର୍ବସ୍ବ ହୋଇପଡିଛି । ମହିଳାମାନଙ୍କ ପଛରେ ରହିଛନ୍ତି ସେମାନଙ୍କର ସ୍ବାମୀ, ପରିବାରର ପୁରୁଷ ଓ ସ୍ଥାନୀୟ ନେତା ଓ ବେପାରୀମାନେ । ସେମାନଙ୍କ ଇଙ୍ଗିତରେ ପରିଚାଳିତ ହେଉଛି ଏହି ତଥାକଥିତ ମିଶନଶକ୍ତି କାର୍ଯ୍ୟକ୍ରମ । ଏଥିରୁ ସମନ୍ବିତ ଶିଶୁବିକାଶ ଯୋଜନା ବା ଅଙ୍ଗନବାଡିର ଶିଶୁବିକାଶ ପ୍ରକଳ୍ପର ଶିଶୁମାନଙ୍କ ପୁଷ୍ଟିକର ଖାଦ୍ୟ ଯୋଜନା ପ୍ରଭାବିତ ହେଉଛି । ଏଥିରେ ଏସଏଚଜି ଦ୍ବାରା ପ୍ରସ୍ତୁତ ଶିଶୁଖାଦ୍ୟର ବାଟମାରଣା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ବଲାଙ୍ଗୀର ଜିଲ୍ଲାରେ ଏପରି ଅନିୟମିତତା ଦୀର୍ଘଦିନରୁ ଚାଲିଛି ଏବଂ ଏଥିରେ ବିଭାଗର ଅଧିକାରୀ, ପ୍ରଶାସନିକ ବରିଷ୍ଠ ଅଧିକାରୀ, ଯାଞ୍ଚ ଓ ତଦାରଖ ଅଧିକାରୀମାନଙ୍କ ସହ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମ୍ପୃକ୍ତ ରହିଥିବା ସମ୍ପର୍କୀୟ ଚାଞ୍ଚଲ୍ୟକର ଚର୍ଚ୍ଚା ଓ ଅଭିଯୋଗ ପ୍ରକାଶ ପାଇଥିଲା ।

ସଂପ୍ରତି ବେଲପଡାର ତୁଳସୀ ଏସଏଚଜି ନାଁ'ରେ ଯେଉଁ ନିମ୍ନମାନର ଏବଂ ଓଜନ ବା ପରିମାଣରେ ହେରଫେର ହେଉଥିବାର ଛତୁଆ ଓ ବାଦାମଲଡୁ ଠକେଇ ବିଷୟ ଗଣମାଧ୍ୟମରେ ପ୍ରକାଶ ପାଇଛି, ଏଭଳି ଅଭିଯୋଗ ନୂଆ ନୁହେଁ । କିଛିବର୍ଷତଳେ ଏହି ବ୍ଲକ୍ ର ଏହି ଏସଏଚଜି ସମେତ ତତ୍କାଳୀନ ଆଉ ୨ଟି ଗୋଷ୍ଠୀ ଏବଂ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ ର ଅନେକ ଛତୁଆ ପ୍ରସ୍ତୁତକାରୀ ଏସଏଚଜି ବିରୁଦ୍ଧରେ ଏଭଳି ଅଭିଯୋଗ ଉଠିଥିଲା । ତତ୍କାଳୀନ ଜିଲ୍ଲାପାଳ ମଧ୍ୟ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ସେଗୁଡିକ ଠାରୁ ଦାୟିତ୍ୱ ପ୍ରତ୍ୟାହାର କରିନେବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତତ୍କାଳୀନ ପାଟଣାଗଡ ସମେତ ଅନ୍ୟାନ୍ୟ ଉପଜିଲ୍ଲାପାଳମାନେ ଏହି ନିର୍ଦ୍ଦେଶକୁ କାଳକ୍ଷେପଣ କରି ହାତଚିକ୍କଣ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗର କେତେକ ଅଧିକାରୀ ଓ ସମ୍ପୃକ୍ତ କିରାଣୀମାନେ ହାତସଫେଇ କରି ଏହି ତଦନ୍ତକୁ ଅଚଳ କରିଦେଇଥିଲେ । କେତେକ ଗଣମାଧ୍ୟମର ଷ୍ଟିଙ୍ଗ୍ ଅପରେସନରେ ଖପ୍ରାଖୋଲ ଓ ପାଟଣାଗଡ ବ୍ଲକ୍ ର କେତୋଟି ଛତୁଆ ପ୍ରସ୍ତୁତକାରୀ ଏସଏଚଜି କଟିଯାଇଥିବାରୁ ସ୍ଥାନୀୟ ବିଧାୟକଙ୍କ ସୁପାରିଶ ଆସିଥିଲା । ଆହୁରି ମଧ୍ୟ ଏହି  ଏସଏଚଜି ପାଟଣାଗଡ ଉପଜିଲ୍ଲାପାଳଙ୍କ ସମ୍ପୃକ୍ତ କିରାଣୀଙ୍କ ଜରିଆରେ  ୫୦ ହଜାର ଟଙ୍କା ଆସି ଉତ୍କୋଚ ଦେଇଥିବାର ଚର୍ଚ୍ଚା ହୋଇଥିଲା । ଅପରତଃ ତତ୍କାଳୀନ ଜିଲ୍ଲାର ଜଣେ ବିଭାଗୀୟ ମନ୍ତ୍ରୀଙ୍କ ହାତ ରହିଥିବା କଥା ମଧ୍ୟ ଉଠିଥିଲା । କିଛିବର୍ଷତଳେ ପୂର୍ବରୁ ସୋନପୁରଜିଲ୍ଲାରେ ଅବସ୍ଥାପିତ ଜଣେ ଅଧିକାରୀ ନିର୍ଦ୍ଦେଶକ ହୋଇ ଏହି ଅଞ୍ଚଳକୁ ଗସ୍ତରେ ଆସି ଅଧାପନ୍ତରିଆ ନିରୀକ୍ଷଣ କରି ହାତ ଚିକ୍କଣ କରି ଫେରିଯାଇଥିବା ମଧ୍ୟ ଚର୍ଚ୍ଚାର ପରିସରଭୁକ୍ତ ହୋଇଥିଲା । ଆହୁରିମଧ୍ୟ ସୋନପୁର ଜିଲ୍ଲାର ଏକ ଛତୁଆପ୍ରସ୍ତୁତ କାରୀ ଏସଏଚଜି ବିବଦମାନ ହୋଇପଡିଥିବା ସହ ଭୁବନେଶ୍ବରରେ ଛତୁଆର କ୍ବାଲିଟୀପରୀକ୍ଷଣାଗାରକୁ ଯାଇ ହାତ କରିଥିବାର ଅଭିଯୋଗ ଶୁଣାଯାଇଥିଲା । କେବଳ ଏଥିରେ ବ୍ୟାପକ ଦୁର୍ନୀତି ନିମନ୍ତେ ଜିଲ୍ଲାର ଏକାଧିକ ଏସ୍ଏଚଜିର ବିବାଦ ଯୋଗୁଁ ଏକାଧିକ ଭିଜିଲାନ୍ସ ଧରାଇ ସିଡିପିଓ ଓ ସୁପରଭାଇଜରମାନେ ଗିରଫ ହେବା ପରି ଅପ୍ରୀତିକର ଘଟଣାମାନ ଘଟିଥିଲା । ଏବେ ବି ଜିଲ୍ଲାର ଏକାଧିକ ଏସଏଚଜିର ପଛରେ ମାରୁଆଡିବ୍ୟବସାୟୀ ଓ  ଅନ୍ୟାନ୍ୟ ମେହେରବେପାରୀଙ୍କ ବେପାର ଚାଲିଥିବା ଜଣାଯାଇଛି । ଏଣୁ ଏସବୁ ଶିଶୁଖାଦ୍ୟର ମାନ ପରୀକ୍ଷା, ହେରଫେର ଓ ଏସଏଚଜି ଗୁଡିକର ଅନିୟମିତତାର ଇତିହାସ ପୁରୁଣା । ଏହାର ଦୁର୍ନୀତିର ଚେର ତଳସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ପ୍ରଲମ୍ବିତ । ବେଲପଡାର ତୁଳସୀ ଏସଏଚଜି ସମେତ ତତ୍କାଳୀନ ଏସ୍ଏଚଜି ବିରୁଦ୍ଧରେ ମଧ୍ୟ ବହୁ ଚର୍ଚ୍ଚା ଓ ଅଭିଯୋଗ ରହିଆସିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026
  ଜିଲ୍ଲା  
ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   18-Oct-2026
  ରାଜ୍ୟ  
ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   18-Oct-2026

You Might Also Like