-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
17-Mar-2023
ବଲାଙ୍ଗୀର, ଏ ଅଂଚଳର ରେଲୱେ ଯାତାୟତ ସୁବିଧା ପାଇଁ ବଲାଙ୍ଗୀର ନାଗରିକ କମିଟି ତଥା ବ୍ୟକ୍ତିଗତ ପ୍ରଚେଷ୍ଟାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟସଭା ସାଂସଦ ନିରଂଜନ ବିଶିଙ୍କୁ ବାରମ୍ବାର ଦାବିପତ୍ର ପ୍ରଦାନ ଫଳରେ ସାଂସଦ ରେଳ ମନ୍ତ୍ରୀ ଓ ରେଳ ବିଭାଗର କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ଦାବି ଉପସ୍ଥାପନା କରିଛନ୍ତି । ବର୍ତ୍ତମାନ ରେଳ ପ୍ରବନ୍ଧକ ସାଂସଦ ଶ୍ରୀ ବିଶିଙ୍କୁ ଦେଇଥିବା ଉତ୍ତର ପତ୍ର ଅନୁସାରେ ବଲାଙ୍ଗୀରୁ ନୂଆଦିଲ୍ଲୀ କୁ ଟ୍ରେନ୍ ଗଡିବା, ବଲାଙ୍ଗୀର ଖୋର୍ଦ୍ଧା ନୂତନ ରେଲୱେ ଲାଇନ୍ରେ୍ ଚଳାଚଳ ସୁନିଶ୍ଚିତ କରିବା, ବଲାଙ୍ଗୀର ନୂଆଁପଡା ଭାୟା ପାଟଣାଗଡ଼ ରେଲୱେ ଲାଇନ୍ ର ଚୁଡାନ୍ତ ସର୍ଭେ କାର୍ଯ୍ୟ ଶେଷ କରିବା, କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ୱାଗନ ଫେକ୍ଟ୍ରି ତଥା ବଲାଙ୍ଗୀର ଓ ଟିଟିଲାଗଡ଼ ରେଲୱେ ଷ୍ଟେସନର ଉନ୍ନତିକରଣ ତଥା ନୂତନ ଟ୍ରେନ ଚଳାଚଳ ଇତ୍ୟାଦି ବିଭିନ୍ନ ପ୍ରସ୍ତାବ ଅନୁମୋଦନ ପାଇଥିବା ଜଣାଯାଇଛି । ଏଥିପାଇଁ ନାଗରିକ କମିଟି ତରଫରୁ ସାଧାରଣ ସଂପାଦକ ଓ ଡିଆର୍ସିସି ମେମ୍ବର ମନୋରଂଜନ ସାହୁ ସାଂସଦ ଶ୍ରୀ ବିଶିଙ୍କୁ କୃତଜ୍ଞତା ଜଜଣାଇଛନ୍ତି ।