-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
17-Mar-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଙ୍କ ତତ୍ତ୍ୱାବଧାନରେ ଆଦର୍ଶ ଟାଉନ ଥାନା ପରିସରରେ ଆଜି ଟାଉନ ଥାନା ଅଧକାରୀ , ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ପ୍ରମୂଖ ଆନ୍ଦୋଳନରତ ଡ୍ରାଇଭର୍ ମାନଙ୍କ ସହ ଆଲୋଚନା କରିଥିଲେ । ବିଗତ ଦୁଇ ଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନ ଜାରି ରଖିଥିବା ବେଳେ ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନକୁ କୁ ପ୍ରତ୍ୟାହାର କରିବା ପାଇଁ ନିର୍ଦେଶ ଦେଇଛନ୍ତି ପୋଲିସ ପ୍ରଶାସନ । ରାଜ୍ୟ ମୁଖ୍ୟ ସାଶନ ସଚିବ ଙ୍କ ଚିଠି ପାଇବା ପରେ ମଧ୍ୟ ଏମାନେ ଆନ୍ଦୋଳନରୁ ଓହରି ନାହାଁନ୍ତି, ଯାହା ସର୍ବସାଧାରଣଙ୍କ ପାଇଁ ମୁଣ୍ଡ ବିନ୍ଧା ର୍ କାରଣ ସାଜିଛି l ଆମଦାନୀ ରପ୍ତାନି ରେ ବାଧକ ସାଜିଛି ଡ୍ରାଇଭର୍ ଭାଇ ମାନଙ୍କ ଆନ୍ଦୋଳନ । ଯାହା ଏ ପର୍ଯ୍ୟନ୍ତ କୌଣସି ଆପୋଷ ବୁଝାମଣା ଦ୍ଵାରା ସମାଧାନର ବାଟ ବାହାରି ପାରି ନାହିଁ l
ଡ୍ରାଇଭର ମହାସଂଘ କୌଣସି ପ୍ରକାର ସହଯୋଗ ଜାଣଇ ନ ଥିବା ବେଳେ ଜନସାଧାରଣ ଏହି ଆନ୍ଦୋଳନ ଦ୍ଵାରା ବେଶ୍ ପ୍ରଭାବିତ ହୋଇଥିବା ଜଣାପଡିଛି l