-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
17-Mar-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )- ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ତିରୁପତି ଠାରେ ଏମ ଏ ପୁରାଣ ଇତିହାସ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ ପଦକ ରେ ପୁରସ୍କୃତ ହେଲେ ସୋନପୁର କଲେଜ ଛାତ୍ର ସବ୍ୟସାଚୀ ବିଶି l ମହୋତି ପ୍ରେକ୍ଷାଳୟ ତିରୁପତି ଦ୍ଵିତୀୟ ଦୀକ୍ଷାନ୍ତ ସମାରୋହ ୨୦୨୩ ରେ ମୁଖ୍ୟ ଅତିଥି ଡା.ଅନିଲ ସାହସ୍ରବୁଦ୍ଧେ ଙ୍କ ଦ୍ୱାରା ସ୍ଵର୍ଣ ପଦକ ରେ ମେଧା ଛାତ୍ର ସବ୍ୟସାଚୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ l କୁଳଧିପତି ଶ୍ରୀନି ଗୋପାଳ ସ୍ୱାମୀ, କୁଳପତି ଆଚାର୍ଯ୍ୟ କୃଷ୍ଣମୂର୍ତ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଓଡିଶା ର ଏହି ପ୍ରତିଭା ଙ୍କୁ ପ୍ରଶଂସା କରି ଥିଲେ l ସବ୍ୟସାଚୀ ସୁବର୍ଣ୍ଣପୁର ଜ଼ିଲ୍ଲା ର ପାତାଳି ଶ୍ରୀକ୍ଷେତ୍ର ନିକଟସ୍ଥ କୋଟ ସମଲେଇ ଗ୍ରାମ ର ପିତା ଲୁକୁ ବିଶି ଓ ମାତା ଉମା ବିଶି ଙ୍କ ପୁତ୍ର ହୋଇ ଥିବା ବେଳେ ସେ ସୋନପୁର କଲେଜ ରେ ଗ୍ରାଜୁଏସନ ସାରି ୨୦୨୧-୨୨ ରେ ତିରୁପତି ଏ କୃତିତ୍ବ ହାସଲ କରିଥିବା ଜଣାଯାଇଛି l ସବ୍ୟସାଚୀ ଏ ସ୍ଵର୍ଣ ପଦକ ପାଇବା ପରେ ବିଭିନ୍ନ ମହଲ ରେ ସ୍ୱାଗତ କରାଯାଇଥିବା ବେଳେ ସୋନପୁର କଲେଜ ସମେତ ସମଗ୍ର ଜ଼ିଲ୍ଲା ର ଗୌରବ ବଢିଥିବା ଜଣାଯାଇଛି l