-+91-9937148622 |
prerana_bgr@rediffmail.com |
Wednesday 29th March 2023 |
R.N.I. Regd No. ODIODI/2010/46693
Breaking News
17-Mar-2023
ନାକଟିଦେଉଳ(କନ୍ଦର୍ପ ବେହେରା )- ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ସାଲେଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ଵୁଢାକଟା ଗ୍ରାମର ଜନୈକା ଯୁବତୀଙ୍କୁ ଦୁଷ୍କର୍ମ ହୋଇ ଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛି ନାକଟିଦେଉଳ ପୋଲିସ୍ ା
ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମର ରାଜେଶ ଜାଲ (୨୧)। ପୋଲିସ ଏନେଇ ନାକଟିଦେଉଳ ଥାନା କେସ ନମ୍ବର ୩୮/୨୩ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
ପୋଲିସ ସୂତ୍ରରୁ ଜଣା ପଡିଛି ଯେ ନାକଟିଦେଉଳ ଥାନା ଅନ୍ତର୍ଗତ ବୁଢାକଟା ଗ୍ରାମର ୧୯ ବର୍ଷୀୟ ଯୁବତୀ ତା ୧୪.୦୩.୨୩ ରିଖ ଦିନ ନଦୀକୁ ଶୌଚ ହେବା ପାଇଁ ଯିବା ସମୟରେ ରାଜେଶ୍ ଜାଲ୍ ନାମକ ଯୁବକ ଏକାକୀ ଦେଖି ତାଙ୍କ ମୁଣ୍ଡ, ଗାଲ,ନାକ ରେ ଆଘାତ କରି ମୁଥ ମାରି କପଡା ଚିରି ତାଙ୍କୁ ଧର୍ଷଣ କରିଥିଲା । ଯୁବତୀ ଜଣଙ୍କ ପାଟି କରି ବାରୁ ନିକଟ ରେ ଛେଳି ଚଳାଉଥିବା ମହିଳା ମାନେ ଚାଲି ଆସି ଥିବାରୁ ଅଭିଯୁକ୍ତ ଖସି ଯିବାରେ ସମର୍ଥ ହୋଇଥିଲା ା ଏନେଇ ଯୁବତୀ ଜଣଙ୍କ ନାକଟିଦେଉଳ ଥାନାରେ ଗତ ୧୪ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ା ଅଭିଯୋଗ ଆଧାରରେ ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମର ରାଜେଶ ଜାଲକୁ ପୋଲିସ ଗିରଫ କରି ଭାରତୀୟ ପିଙ୍ଗଳ କୋଡ୍ ର ଧାରା ୩୪୧,.୩୨୩ ଓ ୩୭୬ ଅନୁସାରେ କୋର୍ଟ ଚାଲାଣ କରାଯାଇଛି ବୋଲି ନାକଟିଦେଉଳ ଥାନାଧିକାରୀ କୃପା ବାଗ ପ୍ରକାଶ କରିଛନ୍ତି l