-+91-9937148622 |
prerana_bgr@rediffmail.com |
Thursday 25th April 2024 |
R.N.I. Regd No. ODIODI/2010/46693
Breaking News
12-Mar-2023
ବଲାଙ୍ଗିର : ଶିଳ୍ପବିହୀନ ବଲାଙ୍ଗୀର ଜିଲ୍ଲାରେ ଏକମାତ୍ର ଶିଳ୍ପାନୁଷ୍ଠାନ ଯାହା ଏକଦା ଶହ ଶହଶହ ଲୋକଙ୍କ ପାଇଁ ଜୀବନଜୀବିକାର ଏକ ମାଧ୍ୟମ ହୋଇଥିଲା, ତାହା ଏବେ ମୃତବତ୍ ପଡି ରହିଛି । ଏହା ହେଉଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ସାଗରପାଲି ସ୍ଥିତ ବିଜୟାନନ୍ଦ ଚିନି କଳ । ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଏହି ଚିନିକଳଟି ଏବେ ଭୂତକୋଠି ପାଲଟି ଯାଇ ନିଜର ଅସ୍ତିତ୍ୱ ଖୋଜୁଛି । ଏପଟେ ଚିନିକଳକୁ ପୁନଃକାର୍ଯ୍ୟକ୍ଷମ ଦାବିରେ ଭିଲେଜର୍ସ ପାର୍ଟି ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଚିନିକଳ ଆଗରେ ଅନିଶ୍ଚିତକାଳୀନ ଧାରଣା ଦିଆଯାଇଛି । ଦୀର୍ଘ ୫ଠଠ ଦିନ ହେବ ଏହି ଧାରଣା ଜାରି ରହିଥିଲେ ମଧ୍ୟ ସରକାର ଲୋକଙ୍କ ପେଟପାଟଣା ବିଷୟ ଉପରେ ଆଖି ବୁଜି ଦେଇଛନ୍ତି ।
ଦେଓଗାଁ ଚିନିକଳ କେବେ କାର୍ଯ୍ୟକ୍ଷମ ହେବ, ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ମୁହଁରେ କେବେ ହସ ଫୁଟିବ ଓ ରାଜ୍ୟ ସରକାର କେବେ ଏହି ଦାଦନ ପ୍ରବଣ ଜିଲ୍ଲା ଉପରେ ନିଜର ସୁଦୃଷ୍ଟି ପକାଇବେ ତାହାକୁ ନେଇ ଘୋର ଅନିଶ୍ଚିତତା ଦେଖାଦେଇଛି । ତେଣୁ ଲୋକଙ୍କ ଜୀବନଜୀବିକାକୁ ସୁନିଶ୍ଚିତ କରିବା ପାଇଁ ଏହି ଚିନିକଳ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି l