-+91-9937148622 |
prerana_bgr@rediffmail.com |
Friday 19th April 2024 |
R.N.I. Regd No. ODIODI/2010/46693
Breaking News
12-Mar-2023
ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ମାଗୁରବେଡା ଗାଁ ର ଡଙ୍ଗରାଜ ବରିହା(୩୦) ଓ ସୁକଦେବ ବିଶ୍ୱାଲ(୩୮) ଏକ ବାଇକ୍ରେ ମାଗୁରବେଡାରୁ ବଲାଙ୍ଗୀରକୁ ଯାଉଥିବା ସମୟରେ ଧୁମାମରା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ସୂଚନାରୁ ପ୍ରକାଶ ଯେ, ବଲାଙ୍ଗୀର ପଟୁ ଆସୁଥିୁବା ଏକ ଟ୍ରକ୍ କୁ ସାଇଡ୍ ଦେବାକୁ ଯାଇ ବାଇକ୍ ଚାଳକ ଙ୍କ ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଡଙ୍ଗରାଜଙ୍କ ଗୋଡ ଫେକ୍ଚେ ହୋଇ ଯାଇଥିବା ବେଳେ ସୁକଦେବଙ୍କ ମୁଣ୍ଡ ଓ ହାତରେ ଗଭୀର ଅଅଘାତ ଲାଗିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବଲାନ୍ସରେ ନେଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି ।