-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||     

HOME   ରାଜ୍ୟ

ପ୍ରଶାସନର ରିଭେଞ୍ଜ ରିଏକ୍ସନକୁ ନେଇ କଣ୍ଟାବାଞ୍ଜିରେ ଚର୍ଚ୍ଚା.. ପ୍ରଥମେ ପୁଅ ଓ ପରେ ବିଧାୟକଙ୍କ ସମର୍ଥକଙ୍କ ବ୍ୟବସାୟ ଉପରେ ପ୍ରଶାସନିକ ଚଢାଉ, କୁକୁଡାହାଡରେ ୫୦ଲକ୍ଷଟଙ୍କାର ଇଟାଭାଟିରେ ପ୍ରଶାସନର ବୁଲଡୋଜର

09-Feb-2023



ବଲାଙ୍ଗିର/କଣ୍ଟାବାଞ୍ଜି,(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାରେ ନେତା ଓ ପ୍ରଶାସନ ମଧ୍ୟରେ କଥାକଟି ଓ ଏବେ ପ୍ରଶାସନର ରିଭେଞ୍ଜ ରିଏକ୍ସନକୁ ନେଇ କଣ୍ଟାବାଞ୍ଜି ତଥା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ ମାସରେ ଜିଲ୍ଲାପରିଷଦ ବୈଠକରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂସାଲୁଜା ସରକାରୀ ଅନୁଦାନ ଆବଣ୍ଟନ ନେଇ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପରେ ଖୁବ ବର୍ଷିଥିଲେ । ଏହି ଘଟଣାକୁ ନେଇ ଜିଲ୍ଲା ତଥା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଏହାର କିଛିଦିନ ପରେ ଲୋକଉତ୍ସବ ସମୟରେ ଉଭୟ କଣ୍ଟାବାଞ୍ଜି ବିଧାୟକ ଓ ଜିଲ୍ଲାପାଳ ମିଳିତ ପୋଜଦେଇ ଗଣମାଧ୍ୟମ ଆଗରେ ଫଟୋ ହୋଇଥିଲେ । ସମସ୍ତେ ଭାବିନେଇଥିଲେ ଉଭୟଙ୍କ ଭିତରେ ମିଳାମିଶା ହୋଇଗଲା । କିନ୍ତୁ ମାସଟିଏ ନଯାଉଣୁ ପ୍ରଶାସନର କଣ୍ଟାବାଞ୍ଜି ଅଞ୍ଚଳରେ ଘନଘନ ଚଢାଉ ଓ ଗିରଫ ଦାରିକୁ ଦେଖିଲେ ଏବେ ପ୍ରଶାସନ ରିଭେଞ୍ଜ ରିଏକ୍ସନ ଦେଖାଉଛି ବୋଲି ଆଲୋଚନା ହେଉଛି । ପୋଲିସ ବିଭାଗ ଗତ କିଛିଦିନ ତଳେ କଣ୍ଟାବାଞ୍ଜିର ଆଲିସାନ ସିନେମାହଲରେ ଗଣ୍ଡଗୋଳ କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ବିଧାୟକ କୁକୁସିଂଙ୍କ ପୁଅ ଅମିତ ଓରଫ ସେଜିସିଂଙ୍କ ସହ ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏକ ଛୋଟ ଘଟଣାକୁ ପ୍ରଥମେ ପୋଲିସ ସଲାସୁତୁରା କରି ପରେ ପୁଣି ଉପରମହଲର ନିର୍ଦ୍ଦେଶରେ ବଡଘଟଣା ଭାବରେ ଚିତ୍ରଣ କରି ଗିରଫଦାରି କରିଥିଲା । ସେଇଠୁ ରିଭେଞ୍ଜ ରାଜନୀତି ଆରମ୍ଭ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି । ଏହା ପରେ ପରେ କୁକୁଙ୍କ ଜଣେ ସମର୍ଥକଙ୍କ ବିଦେଶୀମଦ ଦୋକାନ,ଆଉ ଜଣେ ସମର୍ଥକଙ୍କ ବ୍ୟବସାୟୀକ ପ୍ରତିଷ୍ଠାନରେ ଜିଏସଟି ଚଢାଉ ଓ ଏବେ ତୁରେକେଲା ବ୍ଲକର ଜଣେ ସମର୍ଥକଙ୍କ ଇଟାଭାଟି ଉପରେ ଚଢାଉ କରାଯାଇଛି । ଗତକାଲି ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢୀ ଓ କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରାଙ୍କ ନେତୃତ୍ୱରେ ଏକ ଟିମ ପୋଲିସ ଉପସ୍ଥିତିରେ ତୁରେକେଲା ବ୍ଲକ ବୁରୋମାଲ ଗ୍ରାମପଞ୍ଚାୟତର କୁକୁଡାହାଡ ସୁନାରୀପଡାରେ ଥିବା ହରିବନ୍ଧୁ ପଟେଲଙ୍କ ଇଟାଭାଟିରେ ଚଢାଉ କରିଥିଲେ । ଇଟାଭାଟି ଯୋଗୁଁ ପରିବେଶ ପ୍ରଦୁଷଣ ଓ ମୃତିକା କ୍ଷୟ ହେଉଥିବା କାରଣରୁ ବେଆଇନ ଇଟାଭାଟିଗୁଡିକୁ ଚଢାଉ କରାଯାଉଥିବା କୁହାଗଲା ।  ହରିବନ୍ଧୁ ପଟେଲଙ୍କ ଇଟାଭାଟିକୁ ଭାଙ୍ଗିବା ସହିତ ସେଠାରେ ପୂର୍ବରୁ ଥିବା ପ୍ରାୟ ୫୦ଲକ୍ଷ ଟଙ୍କାର ପୁରୁଣା ଇଟାଭାଟିକୁ ମଧ୍ୟ ବୁଲଡୋଜର ଲଗାଇ ଉପଜିଲ୍ଲାପାଳ ଭାଙ୍ଗି ଦେଇଛନ୍ତି । ଗତ ଦୁଇବର୍ଷ ପୂର୍ବରୁ କୁଆଡେ ରାଜସ୍ୱବିଭାଗକୁ ରୋୟାଲ୍ଟି ବୁଝାଇ କାର୍ତ୍ତିକ ପଟେଲ ସେହି ଇଟାଭାଟି କରିଥିଲେ । କିନ୍ତୁ ପ୍ରଶାସନ ତାକୁ ମଧ୍ୟ ବେଆଇନ କହି ବୁଲଡୋଜର ଲଗାଇଦେଇଛି । ଶୁଣାଯାଉଛି ଯେ,ଗତମାସରେ କଣ୍ଟାବାଞ୍ଜି ବିଧାୟକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବେଳେ ତୁରେକେଲା ଅଞ୍ଚଳରୁ କାର୍ତ୍ତିକ କଂଗ୍ରେସକର୍ମିଙ୍କୁ ଆଣିଥିଲେ ଓ ଘେରାଉରେ ସାମିଲ ହୋଇଥିଲେ । ସେହି କାରଣରୁ ଆକ୍ରୋଶମୂଳକ ଭାବରେ ତାଙ୍କର ପୁରୁଣା ଇଟାଭାଟିକୁ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି  ବୋଲି ଅଭିଯୋଗ ଉଠିଛି । ପ୍ରଶାସନର ଏଭଳି ରିଭେଞ୍ଜ ରିଏକ୍ସନକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଗତ କିଛିଦିନ ତଳେ ବିଧାୟକଙ୍କ ପୁଅ ସେଜିସିଂଙ୍କୁ ଗିରଫ କଲାବେଳେ ବିଧାୟକ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଥିଲେ । ନବ ଦାସ ହତ୍ୟାକାଣ୍ଡ ଘଟଣାରୁ ରାଜ୍ୟବାସୀଙ୍କ ଦୃଷ୍ଟି ହଟାଇବାକୁ ସରକାର ଏଭଳି ଛୋଟ ଘଟଣାକୁ ବଡ କରାଇ ବିରୋଧିଙ୍କ ମୁହଁକୁ ଚୁପ କରିବାକୁ ଅପଚେଷ୍ଟା କରୁଛି ବୋଲି ବିଧାୟକ ଅଭିଯୋଗ ଉଠାଇଥିଲେ । ତେବେ ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ଶହଶହ ବେଆଇନ ପଥରକ୍ୱାରୀ ସହିତ ବେଆଇନ ଇଟାଭାଟି ଥିଲେ ହେଁ ପ୍ରଶାସନ କେବଳ ବିରୋଧିଦଳର ଲୋକଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହେଉଛି । ଚଳିତବର୍ଷ ନିର୍ବାଚନୀ ବର୍ଷ ହୋଇଥିବା କାରଣରୁ ଠିକ ନିର୍ବାଚନ ପୂର୍ବରୁ ବିରୋଧିଙ୍କୁ ଟାର୍ଗେଟକରି ହତୋତ୍ସାହିତ କରିବାକୁ ସରକାରୀ କଳ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026

You Might Also Like