-+91-9937148622 |
prerana_bgr@rediffmail.com |
Wednesday 11th September 2024 |
R.N.I. Regd No. ODIODI/2010/46693
Breaking News
03-Jan-2023
ବଲାଙ୍ଗିର,-ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓ ରାଜ୍ୟସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ମନ୍ତ୍ରୀଙ୍କୁ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଚିଠି ଲେଖିଥିବା ଜଣାଯାଇଛି । ମୁଖ୍ୟତଃ ପାନୀୟଜଳସମସ୍ୟା ଓ ବନ୍ଧକଟାର ପୁନଃରୁଦ୍ଧାର ଉପରେ ଗୁରୁତ୍ୱ ଦେଇଛନ୍ତି । ଶ୍ରୀ ସିଂଦେଓ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ,ବଲାଙ୍ଗୀର ସହରରେ ୧୭ଟି ବନ୍ଧ ରହିଛି । କିନ୍ତୁ ଏହି ବନ୍ଧଗୁଡିକରେ ପଙ୍କ ଦଳ ଭର୍ତ୍ତି ହୋଇ ପୋତିହୋଇଯାଉଛି । ଫଳରେ ଏହାର ଜଳ ବ୍ୟବହାର ଉପଯୋଗୀ ହୋଇରହିନାହିଁ । ତେଣୁ ଏହାର ପୁନଃରୁଦ୍ଧାର ନିତାନ୍ତ ଆବଶ୍ୟକ । ବଲାଙ୍ଗୀର ପୌରାଞ୍ଚଳ ଏନେଇ ରାଜ୍ୟସରକାରଙ୍କୁ ପ୍ରସ୍ତାବ ମଧ୍ୟ ପଠାଇଛି । ତେଣୁ ଏହାର ପୁନଃରୁଦ୍ଧାର ପାଇଁ ତୁରନ୍ତ ଅର୍ଥ ମଞ୍ଜୁରକରିବାକୁ ଦାବି କରିଛନ୍ତି । ଠିକ ସେହିପରି ବଲାଙ୍ଗୀର ସହରରେ ପାନୀୟଜଳର ସୁବ୍ୟବସ୍ଥିତ ଯୋଗାଣ ପାଇଁ ୧୨୦କୋଟି ଟଙ୍କା ଓ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଏନଏସିରେ ପାନୀୟ ଜଳ ଯୋଗାଣ ପାଇଁ ୫୦କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିବାକୁ ଶ୍ରୀ ସିଂଦେଓ ଦାବି ଜଣାଇଛନ୍ତି ।