-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ଜିଲ୍ଲା

ଡାବୁଗାଁ ବ୍ଲକ ପ୍ରଥମିକ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ମାନେ ସାଜିଛନ୍ତି  ଶିଶୁ ଶ୍ରମିକ

03-Jan-2023



ନବରଙ୍ଗପୁର  ଜିଲ୍ଲା ଡାବୁଗାଁ ବ୍ଲକରେ  ସରକାରୀ ସ୍କୁଲ୍ ଗୁଡିକରେ ପାଠପଢା ସନ୍ତୋଷ ଜନକ ହେଉନଥିବା ଦୃଶ୍ୟ ସାମ୍ନାକୁ ଆସୁଛି। କୁନିକୁନି ପିଲାମାନଙ୍କୁ ବିଦ୍ୟାଳୟ ଗୁଡିକରେ ହିଁ ବିନା ପାରିଶ୍ରମିକରେ ଶିଶୁଶ୍ରମିକ ଭଳି କାମ କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି  ସୂଚନାଯୋଗ୍ୟ :- ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସରକାରୀ ପ୍ରଥମିକ ବିଦ୍ୟାଳୟ ବ୍ଲକକଲନି

ରେ ପିଲାମାନେ ସ୍କୁଲରେ ଏବଂ ସ୍କୁଲ ବାହାରେ ରାସ୍ତା କଡରେ ମଧ୍ୟ କାମ କରୁଥିବା ଦେଖିବାକୁ ମିଳିଛି  । ଏବିଷୟରେ ବିଦ୍ୟାଳୟକୁ ଯାଇ ବୁଝିବା ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପିଲାମାନେ ତାଙ୍କ ବିଦ୍ୟାଳୟର କାମ ନ କରିଲେ ଆଉ କିଏ କରିବ କହି ଅଫିସ ରୁମ କୁ ଚାଲିଗଲେ । ଏବିଷୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେବି ସେ କୌଣସି ପଦକ୍ଷେପ ନେଇନଥିବା ଜଣାପଡିଛି । ଶିକ୍ଷାର ମାନ ବଡାଇବା ପାଇଁ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି *"ଯୋଜନା ପ୍ରଣୟନ କଲେ ବୋଲି ନିଜ ଢୋଲ ନିଜେ ବଜାଇବା କଥା ପରି ରାଜକୋଷରୁ କୋଟି କୋଟି ଟଙ୍କା ବିନଯୋଗ କରି ବିଜ୍ଞାପନ ଦେଇ କାମ ସାରି ବସି ଯାଉଛନ୍ତି ।ପ୍ରକୃତପକ୍ଷେ ତାହା କାର୍ଯ୍ୟକାରୀ ହେଲାକି ନଇଁ ଦେଖୁବାକୁ କେହି ନାହିଁ"* ସବୁ ଯୋଜନା କେବଳ କାଗଜ କଲମରେ ସୀମିତ ଥିବା ଦେଖିବାକୁ ମିଳୁଛି । 

ଶିଶୁଟି କିଭଳି ସମସ୍ତ ଶୋଷଣ , ଯନ୍ତ୍ରଣା ,ଠାରୁ ମୁକ୍ତି ପାଇପାରିବ । ଏକ ନିଶ୍ଚିନ୍ତ ଓ ନିଶ୍ଚିତ ନିରାପତ୍ତା ଜୀବନଯାପନ ସହିତ ସୁସ୍ଥ ଏବଂ ସବଳ ଜୀବନ ସହିତ ସୁଶିକ୍ଷା ପାଇପାରିବ ।ଏଥି ପାଇଁ ଆମ ସରକାର ୨୦୧୦ ମସିହା ଏପ୍ରିଲ ୧ ଠାରୁ ୬ରୁ ୧୪ବର୍ଷ ଯାଏଁ ଶିଶୁମାନଙ୍କୁ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା କରିଛନ୍ତି । ଫଳରେ ସେମାନେ ବିଦ୍ୟାଳୟ ଯିବେ । ଶିଶୁ ଶ୍ରମିକ ପ୍ରଥାରୁ ମୁକ୍ତି ପାଇବେ । ଏଥିପାଇଁ ସର୍ବଶିକ୍ଷା ଅଭିଯାନ ଆମ ଦୁଆରେ ଉଭା ହୋଇଛି । ' ସଭିଏଁ ପଢ଼ନ୍ତୁ , ସଭିଏଁ ବଢ଼ନ୍ତୁ ' ହେଉଛି ସର୍ବଶିକ୍ଷା ଅଭିଯାନର ମୁଖ୍ୟ ଲକ୍ଷ୍ୟ ।

ଏହାରମାନେ ଏହି ଯେ ୬ - ୧୪ବର୍ଷ ଶିଶୁମାନେ ନିଶ୍ଚିତ ଭାବେ ବିଦ୍ୟାଳୟକୁ ଯିବେ ; ସେଠି ମାଗଣାରେ ୧୪ବର୍ଷ ଯାଏଁ ପଢ଼ିବେ ଏବଂ ସ୍ବାସ୍ଥ୍ୟକର ପରିବେଶର ନିରୋଗଭାବେ ବଢ଼ିବେ । ଅର୍ଥାତ୍ ପୂର୍ବପରି ଏମାନେ ଶିଶୁଶ୍ରମିକ ଭାବେ ଖଟିବେ ନାହିଁ । ମୋଟ ଉପରେ ଶିଶୁ ଶ୍ରମିକ ପ୍ରଥା ସଂପୂର୍ଣ୍ଣ ଉଚ୍ଛେଦହେବ । ଶିଶୁମାନଙ୍କୁ ଶ୍ରମ ମୁକ୍ତ ରଖିବା ପାଇଁ ଶିଶୁ ଶ୍ରମିକ ଆଇନ ରହିଛି । ୧୯୮୬ ଶିଶୁ ଶ୍ରମିକ ଆଇନ ଅନୁସାରେ ୧୩ଟି ବିପଜ୍ଜନକ ସଂସ୍ଥା ଓ ୫୭ଟି ବିପଦପୂର୍ଣ୍ଣ ସଂସ୍ଥାରେ ୧୪ବର୍ଷରୁ କମ୍ ବୟସର ପିଲାଙ୍କୁ ନିଯୁକ୍ତି ନିଷେଦ୍ଧ କରାଯାଇଛି । କିନ୍ତୁ ସରକାରଙ୍କ ସବୁ ଯୋଜନା ଡାବୁଗାଁ ବ୍ଲକ ର କେତେକ ସରକାରୀ ବିଦ୍ୟାଳୟ ଗୁଡିକ ରେ ପେଲ୍ ମାରିଛି । ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ  ପିଲାମାନଙ୍କ ପାଇଁ ଆସିଥିବା ବହିଗୁଡ଼ିକ  ରଖିରଖି  ଶେଷରେ ଉଇ ଖାଉଛି ଶେଷରେ ଏହି ବହିଗୁଡିକୁ ନିଆଁରେ ପଡି ଜାଳି ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଜିଲ୍ଲା ଶିକ୍ଷା ଅଧିକାରୀ ଏଥିରେ ହସ୍ତକ୍ଷେପ କରି ଡାବୁଗାଁ ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଉଦ୍ୟମ କଲେ ଭଲ ହୋଇଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
  (ରିପୋର୍ଟ :ମିହିର ଶଙ୍କର ପାତ୍ର,ନବରଙ୍ଗପୁର) 


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like