-+91-9937148622 |
prerana_bgr@rediffmail.com |
Sunday 1st November 2026 |
R.N.I. Regd No. ODIODI/2010/46693
Breaking News
26-Nov-2022
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ସମ୍ଭୁଖରେ ଶୁକ୍ରବାର ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା। ହୀରାକୁଦ ନଦୀ ବନ୍ଧ ନିର୍ମାଣ ହେବାର ୬୫ ବର୍ଷ ହୋଇଯାଇଥିଲେ ମଧ୍ୟ ଏହି ନଦୀବନ୍ଧ ଦ୍ୱାରା ବିସ୍ଥାପିତ ହୋଇଥିବା ଶତାଧିକ ପରିବାରକୁ ଆଜି ପର୍ଯ୍ୟନ୍ତ କୌଣସି ସହାୟତା ମିଳିନାହିଁ I ୨୦ ବର୍ଷ ପୂର୍ବେ ସରକାର ପ୍ରତ୍ୟେକ ବିଭାଜିତ ପରିବାରକୁ ୧୦ ଡିସିମିଲ ଘର ଡିହ ଦେବା ପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ ତହସିଲଦାରମାନଙ୍କ ବେପରୁଆ ମନୋଭାବ ଯୋଗୁଁ ତାହା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ ବୋଲି ବିସ୍ଥାପିତମାନେ କହିଛନ୍ତି। ପରେ ସଦର ଉପଜିଲ୍ଲାପାଳ, ଏସ୍ଡିପିଓ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ I ବିକ୍ଷୋଭକାରୀମାନେ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ। ଏହି ଧାରଣାରେ କମିଟିର ଉପଦେଷ୍ଟା ଲୋକନାଥ ସାହୁ, ଅନ୍ତର୍ଯ୍ୟାମୀ ପାଢ଼ୀ, କୃଷ୍ଣ ଦୟାଲ ପଣ୍ଡା, ଦୁର୍ଗା ପ୍ରସାଦ ସାହୁ, ଲକ୍ଷ୍ମଣ ପଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ।